ବିକ୍ରି ହେବ ଏୟାର ଇଣ୍ଡିଆ ଓ ବିପିସିଏଲ

November 17, 2019, ଦେଶ, , Anupambharat News Bureau


 ବିକ୍ରି ହେବ ଏୟାର ଇଣ୍ଡିଆ ଓ ବିପିସିଏଲ
Anupambharat News Bureau
November 17, 2019

ନୂଆଦିଲ୍ଲୀ, ୧୭ା୧୧: ନୂଆ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିକ୍ରି ହୋଇଯିବ ଏୟାର ଇଣ୍ଡିଆ ଏବଂ ଭାରତ ପେଟ୍ରୋଲିୟମ୍‌ ଭଳି ସଂସ୍ଥା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ୍‌ ଇଣ୍ଡିଆକୁ ସାକ୍ଷାତକାର ଦେଇ ଏହା କହିଛନ୍ତି । ଦେଶରେ ଆର୍ଥିକ ସ୍ଥିତି ଭଲ ନାହିଁ । ଏହି ସମୟରେ ଏହି ଦୁଇ କମ୍ପାନୀ ୫୮ ହଜାର କୋଟି ଟଙ୍କା ଋଣରେ ବୁଡ଼ିଛନ୍ତି । ତେଣୁ ସରକାର ଏହି ସଂସ୍ଥାକୁ ବିକ୍ରି କରି ଆଗକୁ ବଢ଼ିବେ ବୋଲି ସୀତାରମଣ କହିଛନ୍ତି । ଚଳିତ ମାସ ଆରମ୍ଭରେ ମଧ୍ୟ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀ କର୍ମଚାରୀଙ୍କୁ ଚିଠି ଲେଖି ବିକ୍ରି ବାବଦରେ ସୂଚନା ଦେଇ ସାରିଛନ୍ତି । ସୀତାରମଣ ଆହୁରି କହିଛନ୍ତି, ଏୟାର ଇଣ୍ଡିଆ ପାଇଁ ପୁଞ୍ଜି ନିବେଶକାରୀ ଖୋଜିବା କଷ୍ଟକର ବ୍ୟାପାର । ତେଣୁ ସରକାର ଏହାକୁ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଗତ ବର୍ଷ ନିବେଶକମାନେ ଏୟାର ଇଣ୍ଡିଆକୁ କିଣିବା ପାଇଁ ଅଧିକ ଉତ୍ସାହ ନ ଥିଲେ । ତେଣୁ ବିକ୍ରି ହୋଇପାରିନଥିଲା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଏୟାର ଇଣ୍ଡିଆରେ ଏବେ ୧୦୦ ପ୍ରତିଶତ ମାଲିକାନା ସରକାରଙ୍କ ପାଖରେ ରହିଛି । ସେହିପରି ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ) ମଧ୍ୟ ୫୩.୨୯ ପ୍ରତିଶତ ଶେୟାର ବିକ୍ରି କରିବ ବୋଲି ସରକାରଙ୍କୁ କହି ସାରିଛି । ଦେଶରେ ବିପିସିଏଲ ୧.୦୨ ଲକ୍ଷ କୋଟି ପୁଞ୍ଜି ନିବେଶ କରିଛନ୍ତି । ଏହି ପୁଞ୍ଜିର ୫୩ ପ୍ରତିଶତ ଶେୟାର ବିକ୍ରି କରି ସରକାର ୬୫ ହଜାର କୋଟି ଟଙ୍କା ଲାଭ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ଶାନ୍ତି ପାଇଁ ସେବା ଆବଶ୍ୟକ’

‘ଶାନ୍ତି ପାଇଁ ସେବା ଆବଶ୍ୟକ’

Read More...

ଜୀବିତ ବୋଲି ଜୁଇରୁ ଉଠାଇ ଆଣିଲେ ଡାକ୍ତର ମୃତ ଘୋଷଣା ପରେ ଶବ ସତ୍କାର

ଜୀବିତ ବୋଲି ଜୁଇରୁ ଉଠାଇ ଆଣିଲେ ଡାକ୍ତର ମୃତ ଘୋଷଣା ପରେ ଶବ ସତ୍କାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page