ଅଭିଯୁକ୍ତ ପିତାଙ୍କୁ ଆଜୀବନ କାରାଦଣ୍ଡ

May 09, 2019, ଓଡ଼ିଶା, ଗଞ୍ଜାମ, Anupambharat News Bureau


ଅଭିଯୁକ୍ତ ପିତାଙ୍କୁ ଆଜୀବନ କାରାଦଣ୍ଡ
Anupambharat News Bureau
May 09, 2019

ବ୍ରହ୍ମପୁର,୮ା୫ (ଅନୁପମ ମିଡ଼ିଆ) : ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପିଞ୍ଚୁଲି ଗ୍ରାମରେ ୨୦୧୭ ମସିହାରେ ଜଣେ ବାପା ତା’ର ନାବାଳିକା ଝିଅକୁ ତିଳ ତିଳ କରି ଦୁଷ୍କର୍ମ କରିବା ମାମଲାରେ ଆଜି ସ୍ୱତନ୍ତ୍ର ପୋକ୍ସ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ (୨) ଦୀପକ କୁମାର ଅଭିଯୁକ୍ତ ପିତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦,୦୦୦ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଥିବାବେଳେ ପୀଡିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
ପିଞ୍ଚୁଲି ଗ୍ରାମର ବିଦେଶୀ ଶାସମଲ୍‌ ତାଙ୍କ ସ୍ତ୍ରୀଙ୍କୁ ମାରଧର କରି ଘରୁ ତଢ଼ିଦେବା ପରେ ତିନି ଜଣ ନାବାଳିକା ୍‌ଝିଅଙ୍କୁ ନେଇ ଘରେ ରହୁଥିଲେ । ୨୦୧୭ ମସିହାରେ ବିଦେଶୀ ତାଙ୍କ ବଡ ଝିଅ (୧୫) ଙ୍କୁ ବେଳେ ବେଳେ ଦୁଷ୍କର୍ମ ଉଦ୍ୟମ କରୁଥିବା ଏବଂ ମାର୍ଚ୍ଚ ୨୮ ତାରିଖ ରାତିରେ ଘରେ ତିନି ନାବାଳିକା ଝିଅଙ୍କ ସହ ସେ ଘରେ ଶୋଇଥିବା ବେଳେ ହଠାତ ବିଳମ୍ବିତ ରାତିରେ ବିଦେଶୀ ତାଙ୍କ ବଡ ଝିଅ ତଥା ୧୫ ବର୍ଷିୟା ନାବାଳିକାଙ୍କୁ ଜବରଦସ୍ତ ଦୁଷ୍କର୍ମ କରିଥିବା ଏବଂ ଉକ୍ତ ଘଟଣା ନେଇ କାନ୍ଦି କାନ୍ଦି ପିଡୀତା ଜଣକ ତାଙ୍କ ଦୁଇ ଛୋଟ ଭଉଣୀକୁ କହିଥିଲା । ଏନେଇ ପୋଲିସରେ ଅଭିଯୋଗ କରିବା ପରେ ପୁରୁଷୋତ୍ତମପୁର ଥାନାର ତତ୍‌କାଳୀନ ଏସଆଇ ବିୟୁଟି ମହାନ୍ତି ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତ ପିତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତାଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲେ । ଉକ୍ତ ଚାର୍ଜ ସିଟ୍‌କୁ ଭିତ୍ତି କରି ମାମଲାର ଶୁଣାଣୀ ଦୀର୍ଘ ୨ ବର୍ଷ ଧରି ଚାଲିବା ପରେ ଆଜି ସ୍ୱତନ୍ତ୍ର ପୋକ୍ସ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ (୨) ଦୀପକ କୁମାର ତାଙ୍କ ଚୁଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତ ପିତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦,୦୦୦ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଥିବା ଏବଂ ଜୋରିମାନା ଅର୍ଥ ଅନାଦେୟେ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଉକ୍ତ ମାମଲାର ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ସୁପାରିଶ କରିଥିବା ପ୍ରକାଶ । ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋକ୍ସ କୋର୍ଟ ପ୍ରସିକୁ୍ୟଟର ନାରାୟଣ ପଣ୍ଡା ପରିଚାଳନା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲୋକମାନଙ୍କ ମଧ୍ୟରେ ଖୁସିର ସ୍ତର ହ୍ରାସ ପାଉଛି

ଲୋକମାନଙ୍କ ମଧ୍ୟରେ ଖୁସିର ସ୍ତର ହ୍ରାସ ପାଉଛି

Read More...

ଗଞ୍ଜାମ ପୋଲିସ ବିଭାଗ ପକ୍ଷରୁ ରିଲିଫ୍‌ ପଠାଗଲା

ଗଞ୍ଜାମ ପୋଲିସ ବିଭାଗ ପକ୍ଷରୁ ରିଲିଫ୍‌ ପଠାଗଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page