ବିଜେପିର ଅଭିଯୋଗ ମହାରଥୀ ଖାଇଛନ୍ତି ଶହେ କୋଟି

November 25, 2019, ଓଡ଼ିଶା, , Anupambharat News Bureau


ବିଜେପିର ଅଭିଯୋଗ ମହାରଥୀ ଖାଇଛନ୍ତି ଶହେ କୋଟି
Anupambharat News Bureau
November 25, 2019

ଭୁବନେଶ୍ୱର, ୨୫ା୧୧ (ଅନୁପମ ମିଡିଆ) : ସୋମବାର ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମହାରଥୀ ଶହେ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ଜମି ହଡ଼ପ ନେଇ ଅଭିଯୋଗ ଆଣିଛନ୍ତି ଗୋଲକ ମହାପାତ୍ର । ମହାରଥୀ ନିଜ ହୁଙ୍କେଇପୁର ଫାର୍ମ ହାଉସ୍‌ ନିକଟବର୍ତ୍ତୀ ମୌଜା ପୋଢ଼ାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟକୁ ତାଙ୍କ ଫାର୍ମ ହାଉସ୍‌ରେ ମିଶାଇ ଦେଇ ଭୋଗ ଦଖଲ କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି । ଯାହାର ଆନୁମାନିକ ମୂଲ୍ୟ ୧୦୦ କୋଟିରୁ ଅଧିକ ହେବ ।
କେବଳ ମହାରଥୀ ନୁହଁନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ବିରୁଦ୍ଧରେ ମଧ୍ୟ ଜମି ହଡ଼ପ ନେଇ ବିଜେପି ଅଭିଯୋଗ ଆଣିଛି । ପିପିଲି ତହସିଲ୍‌ରେ ୫୬ ଏକରରୁ ଅଧିକ ଗୋଚର ଜମିକୁ ତତ୍କାଳୀନ ତହସିଲଦାର ଓ ଜିଲ୍ଲାପାଳମାନଙ୍କ ସହୟତାରେ ସେ ଜମି ହଡ଼ପ କରି ନେଇଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି । ଯାହାର ଆନୁମାନିକ ମୂଲ୍ୟ ୩୦୦କୋଟି ଟଙ୍କାରୁ ଅଧିକ ହେବ । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗୋଲକ ମହାପାତ୍ର ମହାରଥୀ ଓ ଯୁଧୀଷ୍ଠିରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ମହାରଥୀ ଜମି ହଡପ ନେଇ ୨୦୧୫ରେ ଓଡ଼ିଶା ହାଇକୋର୍ଟରେ ନିଜେ ଯୁଧିଷ୍ଠିର ମାମଲା ଦାଏର କରିଥିଲେ । ୨୦୧୬ରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଦରଖାସ୍ତକାରୀ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ନିକଟରେ ଦରଖାସ୍ତ କରିବେ ଏବଂ ଜିଲ୍ଲାପଳ ଦୁଇମାସ ଭିତରେ ନିଷ୍ପତ୍ତି ନେବେ । ମାତ୍ର ଜିଲ୍ଲାପାଳ ଏନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ତେବେ ବିଜେପିର ଏଭଳି ଅଭିଯୋଗକୁ ନେଇ ଯୁଧିଷ୍ଠିରଙ୍କ ପ୍ରତିକ୍ରିୟା ମିଳିନାହିଁ । ସେପଟେ ପ୍ରଦୀପ ମହାରଥୀ କୌଣସି ପ୍ରତିକ୍ରିୟା ଦେବାକୁ କରିଦେଇଥିବା ବେଳେ ସରକାର ବୁଝିବେ ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ସୁପ୍ରିମକୋର୍ଟରେ ‘ମହାରାଷ୍ଟ୍ର ’ରାୟ

ଆଜି ସୁପ୍ରିମକୋର୍ଟରେ ‘ମହାରାଷ୍ଟ୍ର ’ରାୟ

Read More...

ଆଜିଠୁ ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡ ବନ୍ଦ

ଆଜିଠୁ ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡ ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page