ଭିଜିଲାନ୍ସ ଜାଲରେ ତହସିଲ ମୁଖ୍ୟ କିରାଣୀ

December 03, 2019, ଓଡ଼ିଶା, , Anupambharat News Bureau


ଭିଜିଲାନ୍ସ ଜାଲରେ ତହସିଲ ମୁଖ୍ୟ କିରାଣୀ
Anupambharat News Bureau
December 03, 2019

ଖଣ୍ଡପଡ଼ା. ୩ା୧୨ (ଅନୁପମ ମିଡିଆ): ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଜନୈକ ଯୁବକଙ୍କ ଠାରୁ ଅର୍ଥ ଉତ୍କୋଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ୱାରା ଧରାପଡ଼ି ଗିରଫ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଏକ ଓଏଲ୍‌ଆର୍‌ ମୋକଦ୍ଦମାରେ ରେକର୍ଡ଼ ସଂଶୋଧନ କରି ପଟ୍ଟା ପାଇବା ନିମନ୍ତେ ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତର ଖୁଦ୍‌ବେହେରା ପାଟଣାସାହିର କୃଷ୍ଣଚନ୍ଦ୍ର ମହାରଣାଙ୍କ ପୁଅ ଅଶୋକ କୁମାର ମହାରଣା ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବା ପରେ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଦିଗାମ୍ବର ମହାନ୍ତିଙ୍କ ସହ ପଟ୍ଟା ପାଇବା ସମ୍ପର୍କରେ ଆଲୋଚନା କରିଥିଲେ । ପଟ୍ଟାଦେବା ପାଇଁ ମୁଖ୍ୟ କିରାଣୀ ୨ହଜାର ଟଙ୍କା ଦାବି କରିବାରେ ନିରାଶ ହୋଇ ଅଶୋକ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଭିଜିଲାନ୍ସ ବିଭାଗର ପରାମର୍ଶ କ୍ରମେ ମଙ୍ଗଳବାର ପୂର୍ବାହ୍ନରେ କାର୍ଯ୍ୟାଳୟ ମଧ୍ୟରେ ୨ ହଜାର ଟଙ୍କା ମୁଖ୍ୟ କିରାଣୀଙ୍କୁ ଅଶୋକ ଦେବା ସମୟରେ ଭିଜିଲାନ୍ସ କର୍ମଚାରୀଗଣଙ୍କ ହାତରେ ମୁଖ୍ୟ କିରାଣୀ ଧରା ପଡ଼ିଥିଲେ । ଏହି ଚଢାଉରେ ଭିଜିଲାନ୍ସ ବିଭାଗ ଭୁବନେଶ୍ୱର ଖଣ୍ଡର ଡ଼ିଏସ୍‌ପି ଅକ୍ଷୟ ମିଶ୍ର ନେତୃତ୍ୱ ନେଇଥିବା ବେଳେ ଇନିସ୍‌ପେକଫର ମନୋରନ ପାଇକରାୟ, ସରିତା ତ୍ରିପାଠୀଙ୍କ ସମେତ ବିଭାଗୀୟ କର୍ମଚାରୀଗଣ ଭାଗ ନେଇଥିଲେ । ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କୁ ଭୁବନେଶ୍ୱର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଧିକ ତଦନ୍ତ ନିମନ୍ତେ ନିଆଯାଇଥିବା ବେଳେ ଏ ସମ୍ପର୍କରେ ତହସିଲଦାର ପାର୍ଥସାରଥୀ ହାଂସଦାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ କାର୍ଯ୍ୟାଳୟରେ କୌଣସି କର୍ମଚାରୀ ଉତ୍କୋଚ ନେଉଥିବା କିମ୍ବା ମାଗୁଥିବା ବିଷୟରେ କେହି ତାଙ୍କୁ ଅଭିଯୋଗ କରିନଥିବା ପ୍ରକାଶ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଗତ ଜାନୁୟାରୀ ମାସରେ ରଣପୁର ଠାରେ ଦିଗାମ୍ବର ମହାନ୍ତି କାର୍ଯ୍ୟରତ ଥିବା ସମୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜାମିନ୍‌ରେ ଆସିବା ପରେ ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରେ ଯୋଗଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମ୍ବଲପୁର ଆରଟିଓ ଅଫିସରୁ ଦଲାଲ ଗିରଫ

ସମ୍ବଲପୁର ଆରଟିଓ ଅଫିସରୁ ଦଲାଲ ଗିରଫ

Read More...

ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବୋଲର୍‌ଙ୍କ କମାଲ୍‌

ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବୋଲର୍‌ଙ୍କ କମାଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page