ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣା ତଦନ୍ତ କରିବେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି

December 11, 2019, ଦେଶ, , Anupambharat News Bureau


ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣା  ତଦନ୍ତ କରିବେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି
Anupambharat News Bureau
December 11, 2019

ନୂଆଦିଲ୍ଲୀ: ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହାଇଦ୍ରାବାଦର ମହିଳା ଭେଟରନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାରେ ସଂପୃକ୍ତ ଥିବା ଚାରି ଅଭିଯୁକ୍ତଙ୍କୁ ତେଲେଙ୍ଗାନା ରାଜ୍ୟ ପୁଲିସ୍‌ ଏନ୍‌କାଉଣ୍ଟର କରିବା ଘଟଣାର ତଦନ୍ତ ସୁପ୍ରିମ୍‌ କୋର୍ଟର ଜନୈକ ଅବସରପ୍ରାପ୍ତ ବିଚାରପତି କରିପାରନ୍ତି । ଏଥିପାଇଁ ସୁପ୍ରିମ୍‌ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନାମ ସୁପାରିସ୍‌ କରିବା ପାଇଁ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡେ ତେଲେଙ୍ଗାନା ରାଜ୍ୟ ସରକାରଙ୍କୁ ଆଜି (ବୁଧବାର) ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଏହି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଚାରି ଅପରାଧୀଙ୍କୁ ତେଲେଙ୍ଗାନା ପୁଲିସ୍‌ ଘଟଣାସ୍ଥଳକୁ ନେଇ ଗତସପ୍ତାହରେ ତଦନ୍ତ ଚଳାଇଥିବା ବେଳେ ଅପରାଧୀମାନେ ପୁଲିସ୍‌ ଉପରେ ଆକ୍ରମଣ କରିବା ସହ ଘଟଣାସ୍ଥଳରୁ ଫେରାର୍‌ ହୋଇଯିବାକୁ ଉଦ୍ୟମ କରିଥିଲେ । ଫଳରେ ପୁଲିସ୍‌ ନିଜର ଆତ୍ମରକ୍ଷା ପାଇଁ ସେମାନଙ୍କୁ ଏନ୍‌କାଉଣ୍ଟର କରିଥିଲା, ଯେଉଁଥିରେ ଚାରି ଅପରାଧୀଙ୍କର ମୃତୁ୍ୟ ହୋଇଯାଇଥିଲା ।
ତେବେ, ତେଲେଙ୍ଗାନା ପୁଲିସ୍‌ ପକ୍ଷରୁ କରାଯାଇଥିବା ଏହି ଏନ୍‌କାଣ୍ଟର ଘଟଣାକୁ ବିରୋଧ କରିବା ସହ ଏହି ଘଟଣାର ଏକ ବିଚାର ବିଭାଗୀୟ ତଦନ୍ତ ଦାବୀ କରି ଜି ଏସ୍‌ ମାନୀ ଓ ପ୍ରଦୀପ କୁମାର ଯାଦବ ନାମକ ଦୁଇଜଣ ଆଇନଜୀବୀ ସୁପ୍ରିମ୍‌ କୋର୍ଟରେ ଏକ ମାମଲା ଆଗତ କରିଥିଲେ । ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡେ ଆଜି ଏହି ମାମଲାର ବିଚାର କରି ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ପି ଭି ରେzୀ କର;ୁ ବୋଲି ଚାହୁଁଥିଲେ । ମାତ୍ର, ଜଷ୍ଟିସ୍‌ ପିଭି ରେzୀ ଏବେ ତେଲେଙ୍ଗାନା ବାହାରେ ଥିବାରୁ ଅନ୍ୟ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନାମ ସୁପାରିସ୍‌ କରିବା ପାଇଁ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡେ ତେଲେଙ୍ଗାନା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦୦୨ ଗୁଜରାଟ ଦଙ୍ଗା ମାମଲା ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌

୨୦୦୨ ଗୁଜରାଟ ଦଙ୍ଗା ମାମଲା ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌

Read More...

ଡିଜିଟାଲ ଠକେଇ ୫୦ ପ୍ରତିଶତ ବଢ଼ିଛି

ଡିଜିଟାଲ ଠକେଇ ୫୦ ପ୍ରତିଶତ ବଢ଼ିଛି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page