ହାତୀ ଶାବକର ମୃତଦେହ ଉଦ୍ଧାର

May 15, 2019, ଓଡ଼ିଶା, , Anupambharat News Bureau


ହାତୀ ଶାବକର ମୃତଦେହ ଉଦ୍ଧାର
Anupambharat News Bureau
May 15, 2019

ଚୌଦ୍ୱାର,୧୫ା୫(ଅନୁପମ ମିଡ଼ିଆ): ଚୌଦ୍ୱାର ଥାନା ଅନ୍ତର୍ଗତ ଡାଳିଯୋଡା ସଂରକ୍ଷିତ ବନାଞ୍ଚଳ ଅଧିନ ଜାମଣା ଗ୍ରାମ ନିକଟରେ ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି । ବନବିଭାଗ କର୍ମଚାରୀଙ୍କଦ୍ୱାରା ଶାବକର ଶବକୁ ବ୍ୟବଛେଦ କରାଯାଇ ଡମଣୀ ସଂରକ୍ଷିତ ଜଙ୍ଗଳରେ ପୋତି ଦିଆଯାଇ ଥିବା ଜଣାପଡିଛି ।ମୃତ ଶାବକର ବୟସ ୧ ମାସରୁ କମ୍‌ ହେବବୋଲି ଅନୁମାନ କରାଯାଉଛି ।ଫରେଷ୍ଟ ଏସିଏଫ୍‌ ମନୋରଂଜନ ସ୍ୱାଇଁଙ୍କ ସୂଚନା ଅନୁଯାଇ ଚୌଦ୍ୱାର ଥାନା ଜାମଣା ଗାଁ ନିକଟରେ ଏକ ହାତୀ ଶାବକ ମରିପଡିଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ରେଞ୍ଜର ଓ ଫରେଷ୍ଟର ଘଟଣା ସ୍ଥଳରେ ପହଁଚି ହାତୀର ମୃତ ଦେହକୁ ଆଣି ବ୍ୟବଛେଦର ବ୍ୟବସ୍ଥା କରିଥିଲେ ।ସୂଚନା ମୁତାବକ ଚନ୍ଦକା ଜଙ୍ଗଲରୁ ଏକ ୧୭ଘରିଆ ହାତୀପଲ ଆଜକୁ କିଛିଦିନ ହେବ ଆଠଗଡ ବନଖଣ୍ଡ ଭିତରେ ରହୁଥିବାବେଳେ ଗତ ୩ ଦିନ ହେବ ଏହି ଅଂଚଳକୁ ପଶି ଆସିଥିଲେ । ସେମାନଙ୍କ ମଧ୍ୟରେ ଥିବା ଏହି ଅତିଛୋଟ ହାତୀ ଶାବକକୁ ଦଳର କୌଣସି ହାତୀ ଦଳିଦେଇଥିବା ଅନୁମାନ କରାଯାଏ । ହାତୀ ଶାବକର ମୃତ୍ୟୁର ସଠିକ୍‌ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହେବ ବୋଲି ଶ୍ରୀ ସ୍ୱାଇଁ । ହାତୀପଲଟି ଏବେବି ଏହି ରେଞ୍ଜର ଆମ୍ବିଳିଝରି ଜଙ୍ଗଲରେ ଥିବା hଣା ପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫକୀରମୋହନ ମେଡ଼ିକାଲ ଅଶାନ୍ତ

ଫକୀରମୋହନ ମେଡ଼ିକାଲ ଅଶାନ୍ତ

Read More...

  ଯୁବତୀଙ୍କୁ ଚୁମ୍ବନ ଦେଇ  ଗିରଫ ହେଲା ପ୍ରେମିକ

ଯୁବତୀଙ୍କୁ ଚୁମ୍ବନ ଦେଇ ଗିରଫ ହେଲା ପ୍ରେମିକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page