ସାନଘାଗରାକୁ ୩୦ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ଆଗମନ ହ ଦିନ ସାରା ରାସ୍ତା ଜାମ, ପୋଲିସ ନାକେଦମ ହ ନୂଆବର୍ଷ ଦିନ ଖଣିଜ ପରିବହନ ବନ୍ଦ ପାଇଁ ଦାବି

December 29, 2019, ଓଡ଼ିଶା, , Anupambharat News Bureau


 ସାନଘାଗରାକୁ ୩୦ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ଆଗମନ ହ ଦିନ ସାରା ରାସ୍ତା ଜାମ, ପୋଲିସ ନାକେଦମ  ହ ନୂଆବର୍ଷ ଦିନ ଖଣିଜ ପରିବହନ ବନ୍ଦ ପାଇଁ ଦାବି
Anupambharat News Bureau
December 29, 2019

କେନ୍ଦୁଝର, ୨୯ା୧୨(ଅନୁପମ ମିଡିଆ): ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସାନଘାଗରାରେ ଟ୍ରାଫିକ ସମସ୍ୟା ପର୍ଯ୍ୟଟକଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି । କେନ୍ଦୁଝର ସହରଠାରୁ ସାନଘାଗରା ପର୍ଯ୍ୟନ୍ତ ଜାତୀୟ ରାଜପଥ ୪୯ରେ ଖଣିଜ ପଥର ପରିବହନ କରୁଥିବା ଟ୍ରକ ସହ ଜାତୀୟ ରାଜପଥ ମୁମ୍ବାଇ-କୋଲକତା ଦୈନନ୍ଦିନ ହଜାର ହଜାର ଟ୍ରକ ଯାତାୟତ କରିଥାଏ । ପର୍ଯ୍ୟଟନ ଋତୁରେ ସାନଘାଗରାରେ ଗାଡି ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନଥିବାବେଳେ ଡିସେମ୍ବର ୨୫,ଶେଷ ରବିବାର ଏବଂ ନୂଆବର୍ଷରେ ପର୍ଯ୍ୟଟକ ଆଣିଥିବା ଗାଡି ଜାତୀୟ ରାଜପଥ କଡରେ ପାର୍କିଂ କରିବାକୁ ବାଧ୍ୟ ହୋଇଥାନ୍ତି । ଏହି କାରଣରୁ ଉକିଟ ଟ୍ରାଫିକ ସମସ୍ୟା ଦେଖାଦେଇଛି । ସାନଘାଗରାକୁ ବଡଦିନ ଅର୍ଥାତ୍‌ ଡିସେମ୍ବର ୨୫ ତାରିଖରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା । ରାସ୍ତା ଜାମ ଯୋଗୁଁ ହଜାର ହଜାର ପର୍ଯ୍ୟଟକ ଘଣ୍ଟା ଘଣ୍ଟା ଫସି ରହିଥିଲେ । ଡିସେମ୍ବର ୨୯ ଶେଷ ରବିବାର ଦିନ ମଧ୍ୟ ରାସ୍ତା ଜାମରେ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ବହୁ ପର୍ଯ୍ୟଟକ ଫସି ରହିଥିଲେ । ବଣ ଭୋଜି କରିବାକୁ ଆସିଥିବା ଲୋକ ଶେଷରେ କେବଳ ସାନଘାଗରା ବୁଲି ବାହାର ହୋଟେଲରେ ଖାଇ ଫେରିଯିବାକୁ ବାଧ୍ୟ ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ବସ,ଚାରିଚକିଆ ଓ ସ୍ଥାନୀୟ ପର୍ଯ୍ୟଟକମାନେ ଦୁଇ ଚକିଆ ଯାନରେ ଆସିଥିବାବେଳେ ପର୍ଯ୍ୟଟକଙ୍କ ସାମାନ୍ୟ ସୁବିଧା ଯୋଗାଇ ଦେବାରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ବ୍ୟର୍ଥ ହୋଇଛି । ପ୍ରକୃତିର ଲାବଣ୍ୟମୟୀ ସାନଘାଗରାର ନୈସର୍ଗିକ ଚିତ୍ରକୁ ଦେଖିବା ପାଇଁ ଶହ ଶହ କିଲୋମିଟର ଦୂରରୁ ଧାଇଁ ଆସିଥିବା ପର୍ଯ୍ୟଟକମାନେ ସାମାନ୍ୟ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ସକାଳୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସାନଘାଗରାକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଜାମ ହୋଇ ରହିଥିବାବେଳେ ଏହା ଯେ କୌଣସି ସମୟରେ ବଡ ଦୂର୍ଘଟଣାକୁ ଆମନ୍ତ୍ରଣ କରୁଥିବା ପରିଲକ୍ଷିତ ହୋଇଛି । ସଦର ଥାନା ଅଞ୍ଚଳରେ ଥିବା ତଥା ଶୁଆକାଟୀ ଫାଣ୍ଡି ଅଧିନରେ ଥିବା ଏହି ସାନଘାଗରାର ଟ୍ରାଫିକ୍‌ ବ୍ୟବସ୍ଥାକୁ ହାତଗଣତି କେଇଜଣ କନେଷ୍ଟବଳ ନିୟନ୍ତ୍ରଣ କରୁଥିବାବେଳେ ସହକାରୀ ସବ୍‌ଇନ୍ସପେକଫର ବା ଏଏସ୍‌ଆଇ ଦାୟିତ୍ୱରେ ଅଛନ୍ତି । ସେହିପରି ସାନଘାଗରା ନିକଟରେ ଥିବା ବଡଘାଗରାକୁ ଯାଇଥିବା ପର୍ଯ୍ୟଟକମାନେ ନିରାଶର ସମ୍ମୁଖୀନ ହୋଇଥିଲେ । ଅତ୍ୟଧିକ ଭିଡ ଯୋଗୁଁ ସାନଘାଗରାରେ ସ୍ଥାନ ନପାଇ ପର୍ଯ୍ୟଟକମାନେ ବଡଘାଗରାକୁ ଯିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ରାସ୍ତାର ଖରାପ ଅବସ୍ଥା ଯୋଗୁଁ ତାହା ସମ୍ଭବପର ହୋଇନଥିଲା । ଅଧିକାଂଶ ପର୍ଯ୍ୟଟକ ରାସ୍ତା ପାଶ୍ୱର୍ରେ ବଣଭୋଜି କାମ ସାରିଥିବାବେଳେ ଯେଉଁ କେତେକ ପର୍ଯ୍ୟଟକ ବଡଘାଗରାକୁ ଯାଇଥିଲେ ସେଠାରେ ପିଇବା ପାଣିର ଅଭାବ ସାଙ୍ଗକୁ ପୋଲିସର ଅନୁପସ୍ଥିତି ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେଉଁମାନେ ଝରଣା ଭାବି ବଡଘାଗରାକୁ ଯାଇଥିଲେ ସେମାନେ ରୋଷେଇ କିମ୍ବା ପିଇବା ଉଦ୍ଦେଶ୍ୟରେ ପାଣି ଖୋଜି ଖୋଜି ନୟାନ୍ତ ହୋଇଥିବାବେଳେ ଆକଣw ମଦ୍ୟପାନ କରିଥିବା ଯୁବକ କିମ୍ବା ଅସାମାଜିକ ତ‰ଙ୍କୁ ସାବାଡ କରିବା ପାଇଁ ଆଦୌ ପୋଲିସ ବ୍ୟବସ୍ଥା ହୋଇନଥିବା ପରିଲକ୍ଷିତ ହୋଇଥିଲା । କେନ୍ଦୁଝର ଜିଲ୍ଲାରେ ପର୍ଯ୍ୟଟନର ବ୍ୟାପକ ସୁଯୋଗ ସହ ଅର୍ଥର ଅଭାବ ନଥିବାବେଳେ ପର୍ଯ୍ୟଟକଙ୍କୁ ଏପରି ସର୍ବନିମ୍ନ ଆନୁସଙ୍ଗିକ ସୁବିଧା ନଦେବାକୁ ନେଇ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନୂଆବର୍ଷ ଦିନ ସାନଘାଗରାକୁ ଅଧିକ ପର୍ଯ୍ୟଟକ ଆସିବାର ସମ୍ଭାବନା ଥିବାରୁ ଉକ୍ତ ଦିନ ଖଣିଜ ପଥର ପହିବହନ ବନ୍ଦ ରଖିବାକୁ ଦାବୀ ହୋଇଛି । ସୂଚନାଯୋଗ୍ୟ ଯେ,ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବା ପର୍ଯ୍ୟଟକମାନେ ଭବିଷ୍ୟତରେ ସାନଘାଗରା ଓ ବଡଘାଗରାରୁ ମୁହଁ ଫେରାଇ ନେଉଥିବାବେଳେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛି ପୋଲିସ  ନ୍ୟାୟ ପାଇ ମଧ୍ୟ ପିଡ଼ୀତା ନିରାଶ

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛି ପୋଲିସ ନ୍ୟାୟ ପାଇ ମଧ୍ୟ ପିଡ଼ୀତା ନିରାଶ

Read More...

 ନୂଆବର୍ଷ ଦାରୁବ୍ରହ୍ମ ଦର୍ଶନରେ ଭକ୍ତଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନତପିର

ନୂଆବର୍ଷ ଦାରୁବ୍ରହ୍ମ ଦର୍ଶନରେ ଭକ୍ତଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନତପିର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page