ଅନିୟମିତତା ଅଭିଯୋଗରେ ପିଇଓ ନିଲମ୍ବିତ

December 29, 2019, ଓଡ଼ିଶା, , Anupambharat News Bureau


ଅନିୟମିତତା ଅଭିଯୋଗରେ ପିଇଓ ନିଲମ୍ବିତ
Anupambharat News Bureau
December 29, 2019

ଭଦ୍ରକ, ୨୯ା୧୨ (ଅନୁପମ ମିଡିଆ): ଭଦ୍ରକ ଜିଲା ତିହିଡି ବ୍ଲକ୍‌ ବାରୋ ପଂଚାୟତର କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ନିରଂଜନ ନାୟକଙ୍କୁ ଜିଲାପାଳ ନିଲମ୍ବନ କରିଥିବା ସୂଚନା ମିଳିଛି । ଏନେଇ ଜିଲାପାଳ ଜ୍ଞାନ ଦାସ ତାଙ୍କ ସୋସିଆଲ ମିଡିଆରେ ଶନିବାର ରାତି ପ୍ରାୟ ୮ ଘଟିକାରେ ଅପ୍ଲୋଡ କରି ଜନସାଧାରଣଙ୍କୁ ଅବଗତ କରିଥିବା ଜଣାପଡିଛି । ପ୍ରକାଶ ଥାଉକି ବାରୋ ପଂଚାୟତରେ ବିଭିନ୍ନ ଅନିୟମିତତା ନେଇ ଉଭୟ ପିଇଓ ଏବଂ ଜିଆରଏସ୍‌ଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । ଏପରିକି ଉକ୍ତ ଅନିୟମିତତାରେ ସଂପୃକ୍ତ ପଂଚାତୟର ଜିଆରଏସ୍‌ ଓ ବ୍ଲକ୍‌ ପ୍ରଶାସନର କେତେକ ପଦାଧିକାରୀ ସାମିଲ ଥିବା ନେଇ ମଧ୍ୟ ଗୁଂଜରଣ ଉଠିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶ୍ରୀ ନାୟକ ବ୍ୟାପକ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିଲା । ୨୦୧୬-୧୭, ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ପଂଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ବାଦ୍‌ ଦେଇ ଅଯୋଗ୍ୟଙ୍କୁ ଏକାଧିକ ଗୃହ ପ୍ରଦାନ କରିବା ତଥା ଅର୍ଥ ଲୋଭରେ ସେ ଏଭଳି ବ୍ୟାପକ ଅନିୟମିତତା କରିଥିବା ସମିତି ସଭ୍ୟ ଉଦ୍ଧବ ନାୟକ, ବିଜୟ ଜେନା, ବିଷ୍ଣୁ ନାୟକ ଓ ଯୋଜନାରୁ ବାଦ୍‌ ପଡିଥିବା ହିତାଧିକାରୀ ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ ବିଗତ ୨ ବର୍ଷ ହେଲା ସେମାନେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଉକ୍ତ ଅନିୟମିତତାର ତଦନ୍ତ ଦାବି କରିଥିଲେ । କିଛିଦିନ ତଳେ ତଦନ୍ତ କରାଯାଇ ଅନିୟମିତତାର ସୁରାକ ପାଇଥିଲା ଜିଲା ପ୍ରଶାସନ । ପରେ ସଂପୃକ୍ତ ପିଇଓଙ୍କୁ କୈଫତ ତଲବ କରାଯାଇଥିଲା । ମାତ୍ର ଉପଯୁକ୍ତ ଉତ୍ତର ମିଳିନଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡରାଉଛି ଶୀତ, ଆହୁରି ଦୁଇ ଦିନ ଫସୋନପୁରର ସର୍ବନିମ୍ନ ଫ୧୫ ସ୍ଥାନରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା

ଡରାଉଛି ଶୀତ, ଆହୁରି ଦୁଇ ଦିନ ଫସୋନପୁରର ସର୍ବନିମ୍ନ ଫ୧୫ ସ୍ଥାନରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା

Read More...

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛି ପୋଲିସ  ନ୍ୟାୟ ପାଇ ମଧ୍ୟ ପିଡ଼ୀତା ନିରାଶ

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛି ପୋଲିସ ନ୍ୟାୟ ପାଇ ମଧ୍ୟ ପିଡ଼ୀତା ନିରାଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page