ଗୁରୁଙ୍କ ବଂଶ ବୁଡ଼ାଇ ଦେଲା ଶିଷ୍ୟ

January 02, 2020, ଦେଶ, , Anupambharat News Bureau


 ଗୁରୁଙ୍କ ବଂଶ ବୁଡ଼ାଇ ଦେଲା ଶିଷ୍ୟ
Anupambharat News Bureau
January 02, 2020

ସାମିଲି: ଗୁରୁ, ତାଙ୍କ ପତ୍ନୀ, ପୁଅ ଓ ଝିଅଙ୍କୁ ନିର୍ମମ ଭାବେ ହତ୍ୟା କଲା ଶିଷ୍ୟ । ଗୋଟିଏ ରାତିରେ ଗୁରୁଙ୍କ ସମେତ ଚାରିଜଣଙ୍କୁ ଧାରୁଆ ହସ୍ତ୍ରରେ କଲା ହତ୍ୟା । ଗୁରୁଙ୍କ ଝିଅକୁ ହତ୍ୟା କରି କାର୍‌ ଭିତରେ ନିଆଁ ଲଗାଇବା ପାଇଁ ମଧ୍ୟ ଚେଷ୍ଟା କରୁଥିଲା ଶିଷ୍ୟ ।
ନୂଆ ବର୍ଷରେ ସମସ୍ତେ ଖୁସି ମନାଉଥିବା ବେଳେ ଭଜନ ଗାୟକ ଅଜୟ ପାଠକ୍‌ଙ୍କ ଘରେ ପଡ଼ିଥିଲା କାନ୍ଦ ବୋବାଳି । ଗୁରୁଙ୍କ ପରିବାର ସହ ରାତିରେ ଖାଇବା ପରେ ଏଭଳି ଅଭାବନୀୟ ଘଟଣା ଘଟାଇଥିଲା ଶିଷ୍ୟ । ଉତ୍ତରପ୍ରଦେଶର ସାମିଲିରେ ଏଭଳି ଘଟଣା ଘଟିଛି ।
ସାମିଲିର ଏସପି ବିନିତ୍‌ ଯଶୱାଲଙ୍କ କହିବା ଅନୁସାରେ ହିଂମାଶୁ ସୈନୀ ନାମକ ଜଣେ ଯୁବକ ଅନ୍ତର୍ଜାତୀୟ ଭଜନ ଗାୟକ ଅଜୟ ପାଠକ୍‌ଙ୍କ ପାଖରେ କାମ କରୁଥିଲେ । କେଣସି ସ୍ଥାନରେ ଭଜନ କାର୍ଯ୍ୟକ୍ରମ ହେଲେ ହିଂମାଶୁ ତାଙ୍କ ସାଙ୍ଗରେ ଯାଉଥିଲା । ଅଧିକାଂଶ ସମୟରେ ହିଂମାଶୁ ଗୁରୁ ଅଜୟ ପାଠକ୍‌ଙ୍କ ଘରେ ମଧ୍ୟ ରହୁଥିଲା । ୩୧ ଡିସେମ୍ବର ରାତିରେ ଗୁରୁଙ୍କ ପରିବାର ସହ ଅଭିଯୁକ୍ତ ହିଂମାଶୁ ଖାଇଥିଲା । ଅଚାନକ ରାତିରେ ଅଜୟ ପାଠକ୍‌ଙ୍କ ସମେତ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ହିଂମାଶୁ ଧାରୁଆ ଛୁରୀରେ କାଟି ହତ୍ୟା କରିଥିଲା ।
ଗୁରୁ ଓ ତାଙ୍କ ଝିଅ, ସ୍ତ୍ରୀଙ୍କ ଶବ ଦେଖିବା ପରେ ଅଜୟ ପାଠକଙ୍କ ୧୦ ବର୍ଷର ପୁଅକୁ ଖୋଜା ପଡ଼ିଥିଲା । ହେଲେ ଘରେ ପୁଅ ମିଳିନଥିଲା । ହିଂମାଶୁ ଅଜୟ ପାଠକ୍‌ଙ୍କ ପୁଅକୁ ଗାୟବ କରି ଅନ୍ୟସ୍ଥାନରେ ହିଂମାଶୁ ହତ୍ୟା କରିଥିଲା । ପୁଲିସର ସୂଚନା ମୁତାବକ ବହୁ ଧାର,କରଜରେ ଅଭିଯୁକ୍ତ ହିଂମାଶୁ ବୁଡ଼ି ରହିଥିଲେ । ଅଧିକାଂଶ ସମୟରେ ତାର ମୁଣ୍ଡ କାମ କରୁ ନଥିଲା । ଗୁରୁ ଅଜୟ ପାଠକ୍‌ଙ୍କ ପାଖରେ ରହି ହିଂମାଶୁ କାମ କରୁଥିଲା ।
ତାର ପାରିଶ୍ରମିକ ବାବଦକୁ ଗୁରୁ ତାକୁ ପ୍ରତିମାସ କିଛି କିଛି ଟଙ୍କା ଦେଉଥିଲେ । କି;ୁ ପାରିଶ୍ରମିକ ବାବଦକୁ ଅଧିକ ଟଙ୍କା ଦାବି କରିଥିଲା ହିଂମାଶୁ । ତାକୁ ଅଧିକ ଟଙ୍କା ଦେବାକୁ ଅଜୟ ପାଠକ୍‌ ମନା କରି ଦେଇଥିଲେ । ଏପରି କି ଧାର ଆକାରରେ ୬୦ ହଜାର ଟଙ୍କା ଅଭିଯୁକ୍ତ ହିଂମାଶୁକୁ ଅଜୟ ପାଠକ୍‌ ଦେଇଥିଲେ ।
ଅଜୟ ପାଠକ୍‌ ଧାର ଟଙ୍କା ମାଗିବାରୁ ଦୁଇଜଣଙ୍କ ଭିତରେ ଝଗଡ଼ା ହୋଇଥିଲା । ଏହି କଥାରେ ହିଂମାଶୁ ରାଗି ଯାଇଥିଲା । ରାତିରେ ଅଜୟ ପାଠକ୍‌ଙ୍କ ସମେତ ପରିବାର ସମସ୍ତ ଲୋକଙ୍କୁ ହତ୍ୟା କରିଥିଲା ହିଂମାଶୁ । ଏହି ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ହିଂମାଶୁ ଗିରଫ କରି କୋର୍ଟ ଚାଲାଣ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋବାଇଲରେ ପର୍ଣ୍ଣ ଭିଡ଼ିଓ ଦେଖିବାରେ ଭାରତ ପ୍ରଥମ, ଆମେରିକା ଦ୍ୱିତୀୟ

ମୋବାଇଲରେ ପର୍ଣ୍ଣ ଭିଡ଼ିଓ ଦେଖିବାରେ ଭାରତ ପ୍ରଥମ, ଆମେରିକା ଦ୍ୱିତୀୟ

Read More...

ନବବର୍ଷର ପ୍ରଥମ ଦିନରେ  ଜନ୍ମ ନେଲେ ୩,୮୬, ୦୦୦ ଛୁଆ

ନବବର୍ଷର ପ୍ରଥମ ଦିନରେ ଜନ୍ମ ନେଲେ ୩,୮୬, ୦୦୦ ଛୁଆ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page