ଆଇଏଏସ୍‌ ସ୍ତରରେ ଅଦଳବଦଳ

January 02, 2020, ଓଡ଼ିଶା, , Anupambharat News Bureau


ଆଇଏଏସ୍‌ ସ୍ତରରେ ଅଦଳବଦଳ
Anupambharat News Bureau
January 02, 2020

ଭୁବନେଶ୍ୱର,୨ ।୧(ଅନୁପମ ମିଡିଆ): ରାଜ୍ୟସରକାର ଗୁରୁବାର ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୫ ଜଣ ବରିଷ୍ଠ ଓ କନିଷ୍ଠ ଆଇଏଏସ୍‌ ଏବଂ ଜଣେ ଆଇପିଏସ୍‌ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ହେଉଛି ୨୦୨୦ ବର୍ଷର ପ୍ରଥମ ଅଦଳବଦଳ । ୧୯୮୮ ବ୍ୟାଚର ଅଧିକାରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦୟିତ୍ୱ ଦିଆଯାଇଛି । ସେହିପରି ୧୯୯୩ ବ୍ୟାଚର ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ୧୯୯୭ ବ୍ୟାଚର ଆଇଏଏସ୍‌ ପ୍ରମୋଦ ମହେର୍ଦ୍ଦାଙ୍କୁ ବାଣିଜ୍ୟ ଓ କୃଷକ ସଶାକ୍ତିକରଣ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।
୧୯୯୬ ବ୍ୟାଚର ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ସିଏମଡି ଦାୟିତ୍ୱ ମିଳିଛି । ୨୦୧୪ ବ୍ୟାଚର ଆଇଏଏସ୍‌ ୟେଦୁଲା ବିଗୟଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଉପସଚିବ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ୨୦୧୬ ବ୍ୟାଚର ଆଇଏଏସ୍‌ ବିଦ୍ୟଜ୍ୟୋତି ପରିଡ଼ାଙ୍କୁ ରାଉରକେଲା ମୁ୍ୟନିସିପାଲ୍‌ କର୍ପୋରେସନ୍‌ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ପରିଡ଼ାଙ୍କୁ ଅତିରିକ୍ତ ଭାବେ ରାଉରକେଲା ସ୍ମାର୍ଟ ସିଟି କର୍ପୋରେସନର ସିଇଓ ଦାୟିତ୍ୱ ମିିଳିଛି ।
ଏଥିପୂର୍ବରୁ ୨୦୧୯ ଡିସେମ୍ବର ୨୮ ତାରିଖରେ ମଧ୍ୟ ସରକାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଥିଲେ ।
୨୦୦୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତଥା ଶ୍ରମ କମିଶନର ନିରଞ୍ଜନ ସାହୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ହୋଇଥିଲେ । ତାଙ୍କ ସ୍ଥାନରେ ୨୦୦୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ ଥିବା ଏନ୍‌.ଥିରୁମାଲା ନାଏକଙ୍କୁ ଶ୍ରମ କମିଶନର ଭାବେ ନିଯୁକ୍ତି ମିଳିଥିଲା । ସେହିପରି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି.ଅପାଙ୍କ ଆଓଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ପଦରୁ ଦାୟିତ୍ୱ ମୁକ୍ତ କରାଯାଇଥିଲା । ସାହୁ ଉତ୍ତରାଞ୍ଚଳ ଆରଡିସି ଭାବେ କାର୍ଯ୍ୟରେ ଯୋଗଦେବା ପରେ ଆଓ ଦାୟିତ୍ୱ ମୁକ୍ତ ହେବେ ।
ଏହା ସହିତ ପ୍ରଥମ କରି ଆୟୁଷ ନିର୍ଦ୍ଦେଶକ ପଦରେ ଜଣେ ଆଇଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତି ମିଳିଥିଲା । ଚଳିତ ବର୍ଷର ଏହା ପ୍ରଥମ ଅଦଳବଦଳ । ତେବେ ଏଥିରେ ବରିଷ୍ଠ ଏବଂ କନିଷ୍ଠ ଅଧିକାରୀ ରହିଛନ୍ତି ଏବଂ ଜଣେ ଆଇପିଏସ୍‌ ଅଧିକାରୀ ଏହି ତାଲିକାରେ ସାମିଲ ହୋଇଛନ୍ତି । ଅଭୟ ଡିଜି ଭାବେ ଦାୟିତ୍ୱ ନେବା ପରଠାରୁ ଆଇପିଏସ୍‌ ସ୍ତରରେ ଅଦଳବଳଦ ଦେଖିବାକୁ ମିଳି ନାହିଁ । ଶୀଘ୍ର ଏହି ସ୍ତରରେ ମଧ୍ୟ ବଡ଼ ଧରଣର ଅଦଳବଦଳ ହେବ ବୋଲି ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁନ୍ଦରୀକୁ ଫେରାଇ ନିଅ

ସୁନ୍ଦରୀକୁ ଫେରାଇ ନିଅ

Read More...

ଅଜିତ ପାୱାରଙ୍କୁ ଅର୍ଥ, ଆଦିତ୍ୟଙ୍କୁ ପରିବେଶ ଓ ପର୍ଯ୍ୟଟନ

ଅଜିତ ପାୱାରଙ୍କୁ ଅର୍ଥ, ଆଦିତ୍ୟଙ୍କୁ ପରିବେଶ ଓ ପର୍ଯ୍ୟଟନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page