କୋଣାର୍କ ଲକ୍ଷ୍ମୀ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌

January 03, 2020, ଓଡ଼ିଶା, , Anupambharat News Bureau


କୋଣାର୍କ ଲକ୍ଷ୍ମୀ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌
Anupambharat News Bureau
January 03, 2020

କୋଣାର୍କ,୩ା୧ (ଅନୁପମ ମିଡିଆ): କୋଣାର୍କ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ମନ୍ଦିରରେ ହୁଣ୍ଡି ଭାଙ୍ଗି ଦୁବୃର୍ତମାନେ ଟଙ୍କା ଲୁଟ କରିବା ନେଇ କୋଣାର୍କଥାନାରେ ଲିଖିତ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ ଶୁକ୍ରବର ଦିନ ୧୦ଟାରୁ ୧୨ଘଟିକା ସମୟ ମଧ୍ୟରେ କୋଣାର୍କ ଜଗନ୍ନାଥ ମନ୍ଦିରରେ ଥିବା ଲକ୍ଷ୍ମୀ ମନ୍ଦିରରେ ଦୁବୁର୍ତ ମାନେ ପଶି ମାଙ୍କ ହୁଣ୍ଡି ଭାଙ୍ଗି ପ୍ରାୟ ୮ହଜାରୁ ୧୦ହଜାର ଟଙ୍କା ଲୁଟି ନେଇଥିବା ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପରିଚାଳକ ନିରଂଜନ ବାରିକ କୋଣାର୍କଥାନାରେ ଲିଖିତ ଅଭଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ କୋଣାର୍କଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିବା ଜଣାପଡିଛି । ଏଠାରେ ସୁଚନା ଥାଉକି ପୂର୍ବରୁ ୪ଥର ଲକ୍ଷ୍ମୀ ମନ୍ଦିରରୁ ଅତ୍ୟାବଶକ ସାମଗ୍ରୀ ଓ ମାଙ୍କ ମୁକୁଟ ଚୋରୀ ନେଇ କୋଣାର୍କଥାନାରେ ଅଭିଯୋଗ ହେଇଥିଲେ ମଧ୍ୟ ପୋଲିସ ଏଯାବତ ଘଟଣାରେ ସଂପୃକ୍ତ ଥିବା ଦୁବୁର୍ତ ମାନଙ୍କୁ ଧରିବାରେ ସଫଳ ହୋଇପାରି ନାହିଁ । ତେଣୁ ଦିନ ଦ୍ୱିପ୍ରହରରେ ମାଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରୀ ହୋଇଥିବାକୁ ନେଇ ସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଛି । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଚୋରୀ କରିଥିବା ଦୁବୁର୍ତ ମାନଙ୍କୁ ଧରିବା ପାଇଁ ପୁରୀ ଏସପିଙ୍କୁ କୋଣାର୍କ ଅଂଚଳର ଜନସାଧାରଣ ମାନେ ଦାବି କରିଛନ୍ତି । ଜଗନ୍ନାଥ ମନ୍ଦିର ସମ୍ମୁଖ ଭାଗରେ ଅସ୍ଥାୟୀ କ୍ୟାଭିନ ଓ ଉଠା ଦୋକାନିଙ୍କ ଅବରୋଧ ହେତୁ ଏଠାରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ଯଥା ନିଶା କାରବାର,ମଳମୁତ୍ର ତ୍ୟାଗ,ବଜାରର ବିଭିନ୍ନ ପ୍ରକାରର ବର୍ଜ୍ୟବସ୍ତୁ ପଡିବା ସହ ବିଗତ ଦିନରେ ଏଠାରେ ଜଣେ ମାନସିକ ବିକୃତ ମହିଳାଙ୍କୁ ଦୁସ୍କର୍ମ ପରେ ହତ୍ୟା ଭଳି ଘଟଣା ଘଟିଥିବା ପ୍ରଶାସନ ଜାଣି ମଧ୍ୟ ଏଥି ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଠି ହେଉଛି । ତେଣୁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ହୋଇଥିବା ଅବରୋଧକୁ ହଟାଇବା ପାଇଁ ଜିଲ୍ଲାପାଳ ପୁରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଘନ କୁହୁଡି ଯୋଗୁଁ ଟ୍ରେନ୍‌ ଚଳାଚଳ ବିଳମ୍ବିତ ସମ୍ଭାବନା

ଘନ କୁହୁଡି ଯୋଗୁଁ ଟ୍ରେନ୍‌ ଚଳାଚଳ ବିଳମ୍ବିତ ସମ୍ଭାବନା

Read More...

୧୧ ତାରିଖ ଯାଏ ପର୍ଯ୍ୟଟନଙ୍କୁ ସାତକୋଶିଆ ମନା n ଆଜିଠୁ ପକ୍ଷୀ, ୯ରୁ କୁମ୍ଭୀର ଗଣନା

୧୧ ତାରିଖ ଯାଏ ପର୍ଯ୍ୟଟନଙ୍କୁ ସାତକୋଶିଆ ମନା n ଆଜିଠୁ ପକ୍ଷୀ, ୯ରୁ କୁମ୍ଭୀର ଗଣନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page