ବୁଡ଼ି ଯାଉଛି ମାଟି କାରିଗରୀଙ୍କ କୌଳିକ ବୃତ୍ତି

May 15, 2019, ଓଡ଼ିଶା, , Anupambharat News Bureau


ବୁଡ଼ି ଯାଉଛି ମାଟି କାରିଗରୀଙ୍କ କୌଳିକ ବୃତ୍ତି
Anupambharat News Bureau
May 15, 2019

ମାଲକାନଗିରି,୧୫ା୫ (ଅନୁପମ ମିଡିଆ): ମାଟିର ବାସନା ନିଆରା । ରୋଷେଇ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ବସ୍ତୁ ତିଆରିରେ ବ୍ୟବହାର ହୁଏ ମାଟି ଦିନଥିଲା କୁମ୍ଭାର ମାନେ ସାହି ସାହି ବୁଲି ନିଜ ହାତ ଗଢା ମାଟି ପାତ୍ରକୁ ବିକ୍ରି କରୁଥିଲେ । ଆଉ ଲୋକେ ବି ବେଶ ଆଦରର ସହ ତାହାକୁ କ୍ରୟ କରି ବ୍ୟବହାର କରୁଥିଲେ । ହେଲେ ଏବେ କି;ୁ ଦୃଶ୍ୟ ଅଲଗା । ବୁଡ଼ିବାକୁ ବସିଲାଣି ଏହି ବୃତ୍ତି । ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମାଟି ପାତ୍ର ଦରକାର ପଢୁଥିଲେ ବି ଆଜିକାର ପ୍ଲାଷ୍ଟିକ୍‌ ଯୁଗ ଧୀରେ ଧୀରେ ମାଟି ପାତ୍ର ଉପରେ ନିଜର କବଜା ଜାହିର କରି ସାରିଲାଣି । ବାଧ୍ୟ ହୋଇ କୌଳିକ ବୃତ୍ତିରୁ କିଛି କୁମ୍ଭକାରମାନେ ଓହରି ଯାଇଥିବା ବେଳେ ଆଉ କିଛି ଏହି ବୃତ୍ତିକୁ ଆପଣେଇ ଆଦରି ରଖିଛନ୍ତି । ଅର୍ଥାଭାବ ଓ ସରକାରୀ ପ୍ରୋସିାହନ ମିଳୁନଥିବାରୁ ସେମାନେ ବି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତିି । ମାଟି ପାତ୍ର ର୍ନିମାଣ କରିବାକୁ ଏହି କୁମ୍ଭକାରମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡେ । ମାଟି ଚକଟା ଠୁ ଆରମ୍ଭ କରି ପାତ୍ରଟିଏ ର୍ନିମାଣ କରିବା ଏତେ ସହଜ ନଥାଏ । ତଥାପି ନିଜର କଳାକୁ ଏହି କାରିଗରମାନେ ମାଟି ମାଧ୍ୟମରେ ଜୀବିତ କରିଥାନ୍ତି । ଆଉ ଗଢିଥାନ୍ତିି ମାଟିରୁ ଅନେକ ସୁନ୍ଦର ବସ୍ତୁମାନ । କି;ୁ ଏହି କୁମ୍ଭାକାରମାନଙ୍କୁ ମିଳୁନି ସେମାନଙ୍କ ପରିଶ୍ରମର ଉପଯୁକ୍ତ ପାରିଶ୍ରମିକ । ମାଲକାନଗିରି ଜିଲା ସଦର ମହକୁମାରେ ବସବାସ କରୁଥିବା ପ୍ରାୟ ୨୦ ରୁ ଅଧିକ କୁମ୍ଭାର ପରିବାର ପMା ଘର କିମ୍ବା ଅନ୍ୟାନ୍ୟ ସରକାରୀ ସାହାଯ୍ୟରୁ ମଧ୍ୟ ବାଦ ପଡିଛନ୍ତିି । ଏମାନଙ୍କ ପାଇଁ ଯୋଜନା ତ ବହୁ ଦୂର କଥା , କାମ କରିବା ପାଇଁ ନାହିିଁ ଗୋଟିଏ ବି ହାଣ୍ଡିଶାଳ । ମାଟି ପାତ୍ରକୁ ବିକିବା ନିମନ୍ତେ ନାହିିଁ ଉପଯୁକ୍ତ ବଜାର । ଯେଉଁଥି ପାଇଁ କୁମ୍ଭାରମାନେ ନିଜର ର୍ନିମିତ ମାଟି ପାତ୍ରଗୁଡିକୁ କମ ଦାମ୍ରେ ବିକୁଛନ୍ତ । ରୋଜଗାର କମ ହେଉଥିବାରୁ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେବା ତ ଦୂରର କଥା ଖାଇବାକୁ ମଧ୍ୟ ଠିକ୍‌ ରୂପେ ଦେଇପାରୁନୁ ବୋଲି ମଇନା କୁମ୍ଭାର ଓ ଗଣପତି କୁମ୍ଭାର ପ୍ରକାଶ କରିଛନ୍ତି । ଏହି ବୃତ୍ତିରେ ପରିବାର ଭରଣ ପୋଷଣ କଷ୍ଟକର ହେଉଥିବାରୁ ଅନେକ ଏହି କାରଣରୁ କୁମ୍ଭକାର ବ୍ୟବସାୟକୁ ଛାଡି ଅନ୍ୟ କାମ କରିବାକୁ ମଧ୍ୟ ଆରମ୍ଭ କରିସାରିଲେଣି ବୋଲି ଅଶୋକ କୁମ୍ଭାର ଓ ସୋନିଆ କୁମ୍ଭାର କହିଛନ୍ତିଛ ଏହି କୌଳିକ ବୃତ୍ତିର ସୁରକ୍ଷା ପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳା ସରପଞ୍ଚଙ୍କୁ ଆକ୍ରମଣ, ଛ’ କୋର୍ଟ ଚାଲାଣ

ମହିଳା ସରପଞ୍ଚଙ୍କୁ ଆକ୍ରମଣ, ଛ’ କୋର୍ଟ ଚାଲାଣ

Read More...

 ଦଂଶିଥିବା ଥିବା ସାପକୁ ଧରି ଡାକ୍ତରଖାନା ଆସିଲେ ଯୁବକ

ଦଂଶିଥିବା ଥିବା ସାପକୁ ଧରି ଡାକ୍ତରଖାନା ଆସିଲେ ଯୁବକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page