ତୀର୍ଥଯାତ୍ରା ହେଲା ଶେଷଯାତ୍ରା, ଦୁର୍ଘଟଣାରେ ୫ ମୃତ

January 04, 2020, ଓଡ଼ିଶା, , Anupambharat News Bureau


ତୀର୍ଥଯାତ୍ରା ହେଲା ଶେଷଯାତ୍ରା, ଦୁର୍ଘଟଣାରେ ୫ ମୃତ
Anupambharat News Bureau
January 04, 2020

ବ୍ରହ୍ମପୁର,୪ା୧(ଅନୁପମ ମିଡ଼ିଆ): ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁସା ଥାନା ଅନ୍ତର୍ଗତ କୋତାପଲ୍ଲି ଗ୍ରାମ ନିକଟସ୍ଥ ମହେନ୍ଦ୍ରତନୟା ପୋଲରୁ ଏକ କାର ଖସି ଗଞ୍ଜାମ ଜିଲ୍ଲାର ୫ ଜଣ ତୀର୍ଥ ଯାତ୍ରୀଙ୍କ ମୃତୁ୍ୟ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଖାରିଆଗୁଡା ଜଗଦେବପୁର ଗ୍ରାମରୁ ଗତ କିଛି ବର୍ଷ ତଳୁ ଚାଲିଯାଇ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ରହୁଥିବା ତ୍ରିଲୋଚନ ଜେନା, ତାଙ୍କ ପତ୍ନୀ, ଶାଳୀ ଓ ଦୁଇ ଛୁଆଙ୍କ ସହ ଏକ କାର ନଂ ଓଡି-୦୨ ବିବି -୨୨୮୨ ଯୋଗେ ସୀମାଞ୍ଚଳ ଯାଇଥିବା ଏବଂ ଗତକାଲି ବିଳମ୍ବିତ ରାତିରେ ସେମାନେ ଉକ୍ତ କାର୍‌ରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ହଠାତ ଭୋର ପ୍ରାୟ ୫ ଟା ବେଳେ ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁସା ଥାନା ଅନ୍ତର୍ଗତ କୋତାପଲ୍ଲି ଗ୍ରାମ ନିକଟସ୍ଥ ମହେନ୍ଦ୍ରତନୟା ନଦୀର କିଛି ଦୂରରେ ଥିବା ଏକ ପୋଲ ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇ ତଳକୁ ଖସିପଡିଥିଲା ଫଳରେ ତାଙ୍କ ପରିବାରର ରିତୁ ଜେନା, ବନୀତା ଜେନା, ଆଦର୍ଶ କୁମାର ଜେନା, ବମେରି ଜେନାଙ୍କ ସମେତ ଗାଡି ଡ୍ରାଇଭର ତଥା ମାଲିକ ଦଣ୍ଡପତୀ ପ୍ରକାଶଙ୍କ ମୃତୁ୍ୟ ଘଟିଥିଲା । ପରିବାରର ମୁଖ୍ୟ କୁହାଯାଉଥିବା ତ୍ରିଲୋଚନ ଜେନା ଗୁରୁତର ଆହତ ଅବସ୍ଥାରେ ଘଟଣାସ୍ଥଳରେ ପଡିରହିଥିଲେ । ଦୀର୍ଘ ସମୟ ଧରି ମୃତାହତ ପୋଲତଳେ ପଡିଥିବା ବେଳେ ରାତି ପାହିବା ପରେ କୋତାପଲ୍ଲୀ ଗ୍ରାମର କିଛି ଲୋକ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ତ୍ରିଲୋଚନଙ୍କୁ ସୋମପେଣ୍ଠା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇବା ପରେ ମୃତକଙ୍କ ଶବକୁ ଉଦ୍ଧାର କରି ତଦନ୍ତ ଚଳାଇବା ସହ ବ୍ୟବଛେଦ ନିମନ୍ତେ ପଠାଇଥିବା ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବନ୍ଦ ହେବ ଖଣି , ଅନ୍ଧାରରେ ଶ୍ରମିକଙ୍କ ଭବିଷ୍ୟତ

ବନ୍ଦ ହେବ ଖଣି , ଅନ୍ଧାରରେ ଶ୍ରମିକଙ୍କ ଭବିଷ୍ୟତ

Read More...

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page