ସିରିଜ୍‌ ଟ୍ରକ୍‌ ଦୁର୍ଘଟଣା, ଜଣେ ମୃତ

January 18, 2020, ଓଡ଼ିଶା, , Anupambharat News Bureau


 ସିରିଜ୍‌ ଟ୍ରକ୍‌ ଦୁର୍ଘଟଣା, ଜଣେ ମୃତ
Anupambharat News Bureau
January 18, 2020

କେନ୍ଦୁଝର,୧୮ା୧୨(ଅନୁପମ ମିଡିଆ):ଜାତୀୟ ରାଜପଥ ୨୦ର ଅଚିନ୍ତାମଠ ନିକଟରେ ଶନିବାର ଭୋରରୁ ସିରିଜ ଟ୍ରକ୍‌ ଦୁର୍ଘଟଣା ଘଟି ଜଣେ ଡ୍ରାଇଭରଙ୍କର ମୃତୁ୍ୟ ହୋଇଥିବାବେଳେ ଅନ୍ୟଜଣେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁସାରେ, ଜାତୀୟ ରାଜପଥ ୨୦ର ଅଚିନ୍ତାମଠ ନିକଟରେ ଏକ ଟ୍ରକ୍‌ ରାସ୍ତାକଡରେ ଛିଡା ହୋଇଥିଲା । ଶନିବାର ସକାଳ ପ୍ରାୟ ୬ଟା ୩୦ମିନିଟ୍‌ ସମୟରେ ଆଇରନ୍‌ ବୋଝେଇ ହୋଇଥିବା ଏକ ଟ୍ରକ୍‌ ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ୍‌କୁ ଧMା ଦେଇଥିଲା । ଏଭଳି ଅବସ୍ଥାରେ ଅନ୍ୟ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ପଛ ପଟୁ ଧMା ଦେଇଥିଲା । ଏକା ସଂଗେ ତିନୋଟି ଟ୍ରକ୍‌ ଚାପି ହୋଇ ଯାଇଥିଲେ । ଫଳରେ ଢ଼େଙ୍କାନାଳ ଅଞ୍ଚଳର ଡ୍ରାଇଭର ବାସୁଦେବ ବେହେରା (୩୨)ଙ୍କ ମୃତୁ୍ୟ ହୋଇଯାଇଥିବା ବେଳେ ଦାସପାଳ ଅଞ୍ଚଳର ଲକ୍ଷ୍ମୀଧର ବେହେରା(୩୮) ନାମକ ଜଣେ ଡ୍ରାଇଭର ଗାଡିରେ ଚାପି ହୋଇ ରହିଥିଲେ । ଏସଂପର୍କରେ ସ୍ଥାନୀୟ ଦମକଳବାହିନୀକୁ ଖବର ଦେବାରୁ ଦମକଳବାହିନୀ ସେଠାରେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ ଟ୍ରକ୍‌ର ସମ୍ମୁଖ ଭାଗକୁ କାଟି ଗୁରୁତର ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସିାଳୟରେ ଭର୍ତ୍ତି କରିଥିବା ଜଣାପଡିଛି । ଖବରପାଇ କେନ୍ଦୁଝର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିଗୁଡିକୁ ଜବତ କରିଥିବାବେଳେ ମୃତକର ଶବ ବ୍ୟବଛେଦ କରାଇଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇନ୍ଦିରାଙ୍କ ପରାମର୍ଶକୁ ନେଇ ଚିଡ଼ିଗଲେ ନିର୍ଭୟାଙ୍କ ମା’

ଇନ୍ଦିରାଙ୍କ ପରାମର୍ଶକୁ ନେଇ ଚିଡ଼ିଗଲେ ନିର୍ଭୟାଙ୍କ ମା’

Read More...

 ଓକିଲଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ

ଓକିଲଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page