ମାଓକ୍ୟାମ୍ପ ଧ୍ୱଂସ ବିପୁଳ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ

February 07, 2020, ଓଡ଼ିଶା, , Anupambharat News Bureau


ମାଓକ୍ୟାମ୍ପ ଧ୍ୱଂସ  ବିପୁଳ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ
Anupambharat News Bureau
February 07, 2020

ମାଲକାନଗିରି, ୭ା୨ (ଅନୁପମ ମିଡିଆ): ମାଲକାନଗିରି ଜିଲ୍ଲାରେ ଅପରେସନ ସ୍ୱାଭିମାନ ନାମରେ ଗତ ଏକ ମାସ ପୂର୍ବେ ମାଲକାନଗିରି ପୋଲିସ ପକ୍ଷରୁ ଏସଓଜି, ଡିବିଏଫ ଓ ବିଏସଏଫ ଓ ଆନ୍ଧ୍ର ପ୍ରଦେଶର ଗ୍ରେହାଉଣ୍ଡ ସହାୟତାରେ ମାଓ ଉପଦ୍ରୁତ ଅଞ୍ଚଳରେ ସ୍ୱତନ୍ତ୍ର ମାଓ ଦମନ ଅଭିଯାନ ଆରମ୍ଭ କରାଯାଇଥିଲା ।
ମାଓନେତା ଆର.କେ, ଉଦୟ, ଚଲପତି, କୌଳାଶମ ପରି ବହୁ ନେତାଙ୍କୁ ନିଶାନ କରି ଏହି ଅପରେସନ ଆରମ୍ଭ କରାଯାଥିଲା । ସ୍ୱାଭିମାନ ଅଞ୍ଚଳରେ ଗତ କିଛି ଦିନ ଧରି ଚାଲିଥିବା ମାଓ ଅପରେସନରେ ପୋଲିସକୁ ବଡ ସଫଳତା ମିଳିଛି । ବିଭିନ୍ନ ମାଓକ୍ୟାମ୍ପକୁ ଯବାନ ମାନେ ଧ୍ୱଂସ କରିବା ସହ ସେଠାରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓବାଦୀମାନେ ବ୍ୟବହାର କରୁଥିବା ସାମଗ୍ରୀ ଜବତ କରିଛି । ଶୁକ୍ରବାର ଜିଲ୍ଳା ପୋଲିସ୍‌ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି ଡିଆଇଜି ଏସପିଏସ ସାନ୍ଧୁ ଓ ମାଲକାନଗିରି ଏସପି ଋଷିକେଶ ଡି.ଖିଲାରୀ । ମିଳିଥିବା ସୂଚନା ଅନୁଯାୟୀ ଜାନୁଆରୀ ମାସ ୧୫ତାରିଖରେ ସ୍ୱାଭିମାନ ଅଞ୍ଚଳରେ ସର୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହାପରେ ପୋଲିସ୍‌କୁ ସମ୍ପୃକ୍ତ ଅଂଚଳରେ ଏକାଧିକ ମାଓକ୍ୟାମ୍ପ ଚାଲିଥିବା ଗୁପ୍ତ ସୁଚନା ମିଳିଥିଲା ।
ଉକ୍ତ ସୂଚନାକୁ ଆଧାର କରି କିଛିଦିନ ହେଲା ପୋଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲା । ସର୍ଚ୍ଚ ଅପରେସନରେ ବିଏସଏଫ, କୋବ୍ରା, ଆନ୍ଧ୍ରଗ୍ରେହାଉଣ୍ଡ, ଡିଭିଏଫ(ଡିଷ୍ଟ୍ରିକଫ ଭଲୁ୍ୟଣ୍ଟାରୀ ଫୋର୍ସ), ଏସଓଜି ଓ ଓଡିଶା ପୋଲିସ ମିଳିତ ଭାବେ ସାମିଲ ହୋଇଥିଲେ । ଅପରେସନ ଜୋରଦାର ହେବାପରେ ମାଓବାଦୀ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଥିଲେ । ବିଭିନ୍ନ କ୍ୟାମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓବାଦୀ ବ୍ୟବହାର୍ଯ୍ୟ ଜିନିଷ ଜବତ କରାଯାଇଥିଲା । ପ୍ରଥମଥର ପାଇଁ ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଇନସାସ୍‌ ଲାଇଟ ମେସିନଗନ, ଇନସାସ୍‌ ରାଇଫଲ, କାରାବାଇନଷ୍ଟେନଗନ, ଏସ୍‌ଏଲ୍‌ଆର ରାଇଫଲ, ୩୦୩ରାଇଫଲ, ପିସ୍ତଲ, ଏଲଏମଜି ମାଗାଜିନ, ଭିଏଚଏଫ ସ୍କାନର, ଗନପାଉଡର, ଟିଫିନ ବୋମା, ଫ୍ଲାସଲାଇଟ , ୫ ବଣ୍ଡଲ କୋରଡେକ୍ସ ତାର , ଗୋଟିଏ ବଣ୍ଡଲ ଫ୍ଲେକ୍ସି ତାର ସମେତ ବହୁ ପରିମାଣର ଗୁଳିଗୋଳା ରହିଛି । ଏହି ଘଟଣାରେ ମାଓବାଦୀ ସଂଗଠନକୁ ଶକ୍ତ ଧMା ଲାଗିଥିବା ବେଳେ ଯବାନଙ୍କ ମନୋବଳ ବୃଦ୍ଧି ପାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଦିନ ବର୍ଷିବ

ଦୁଇ ଦିନ ବର୍ଷିବ

Read More...

ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ,  ମୁମୂର୍ଷୁ ଅବସ୍ଥାରେ ପୀଡ଼ିତା ଉଦ୍ଧାର, ସ୍ୱାସ୍ଥ୍ୟାବସ୍ଥା ଗୁରୁତର,  ମୁଖ୍ୟ ଅଭିଯୁକ୍ତ ଗିରଫ

ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ, ମୁମୂର୍ଷୁ ଅବସ୍ଥାରେ ପୀଡ଼ିତା ଉଦ୍ଧାର, ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ମୁଖ୍ୟ ଅଭିଯୁକ୍ତ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page