ଦୁଇ ଦିନ ବର୍ଷିବ

February 07, 2020, ଓଡ଼ିଶା, , Anupambharat News Bureau


ଦୁଇ ଦିନ ବର୍ଷିବ
Anupambharat News Bureau
February 07, 2020

ଭୁବନେଶ୍ୱର,୭ ।୨ (ଅନୁପମ ମିଡିଆ): ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଏଭଳି ସ୍ଥିତି ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡୁ୍ୟଟି ଅଫିସର ଚରଣ ବେହେରା ଶୁକ୍ରବାର ସୂଚନା ଦେଇଛନ୍ତି । ଆଉ ଘୂର୍ଣ୍ଣିବଳୟ ପ୍ରଭବାରେ ସେ କହିଛନ୍ତି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତା’ ସହିତ ଘଡ଼ଘଡ଼ି ଓ କୁଆପଥର ନେଇ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜରି କରାଯାଇଛି ।
ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାଗୁଡ଼ିକ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେହିପରି ୧୩ଟି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବୋହିବା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର , ପୁରୀ , ଗଞ୍ଜାମ , କେନ୍ଦ୍ରାପଡ଼ା, କନ୍ଧମାଳ, ନୟାଗଡ଼ ଓ ବୌଦ୍ଧ । ତେବେ ଆକାଶରୁ ମେଘ ଛାଡ଼ି ଗଲା ପରେ ଗୋଟିଏ ଦୁଇଟି ସ୍ଥାନରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରି ହ୍ରାସ ପାଇବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ବର୍ଷା ପାଇଁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ବର୍ଷା ଓ ବଜ୍ରପାତ ନେଇ ଆଲର୍ଟ ରହିବାକୁ ଜିଲ୍ଳାପାଳମାନଙ୍କ ପରାମର୍ଶ ଦିଆଯାଇଛି । ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ଥିବାରୁ ସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଘନ କୁହୁଡ଼ି ପଡ଼ିଥିଲେ ପୋଲିସ ଓ ପରିବହନ ଅଧିକାରୀଙ୍କ ସହାୟତାରେ ହାଇେୱରେ ଗାଡ଼ି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବର୍ଷା ତଥା କୁହୁଡି ଜନିତ ଅଘଟଣ ଘଟିଲେ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ୧୭.୦ ମିମି, ବୌଦ୍ଧରେ ୧୬.୨, ସୋନୁପୁରରେ ୬.୭ି, ଫୁଲବାଣୀରେ ୭.୬ , କଟକ , ମୟୂରଭଞ୍ଜ ଓ ଭବାନୀ ପାଟଣାରେ ୪.୦ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ତେବେ ହଠାତ ପାଗରେ ଏଭଳି ପରିବର୍ତ୍ତନରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି । ଆସନ୍ତା ରବିବାର ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ରହିବ ବୋଲି କୁହାଯାଇଛି । ଆକାଶରେ ମେଘ ରହିଥିବାରୁ ଶୀତ ସାମାନ୍ୟ ହ୍ରାସ ପାଇଛି । ତେବେ ୯ ତାରିଖ ପରେ ରାତିରେ ଅଧିକ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନ  କର୍ମଚାରୀଙ୍କ ମୃତୁ୍ୟ ପରେ ପରିବାରର ଜଣଙ୍କୁ ଚାକିରି

ଓଡ଼ିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନ କର୍ମଚାରୀଙ୍କ ମୃତୁ୍ୟ ପରେ ପରିବାରର ଜଣଙ୍କୁ ଚାକିରି

Read More...

ମାଓକ୍ୟାମ୍ପ ଧ୍ୱଂସ  ବିପୁଳ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ

ମାଓକ୍ୟାମ୍ପ ଧ୍ୱଂସ ବିପୁଳ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page