ଆଜି କେଜିରୱାଲ୍‌ଙ୍କ ଶପଥ

February 15, 2020, ଦେଶ, , Anupambharat News Bureau


ଆଜି କେଜିରୱାଲ୍‌ଙ୍କ ଶପଥ
Anupambharat News Bureau
February 15, 2020

ନୂଆଦିଲ୍ଲୀ, ୧୫ା୨: ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀ ଆଜି ଉତ୍ସବମୁଖରିତ ହୋଇଛି । ଦିଲ୍ଲୀ ବିଧାନସଭା ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରି ବିଜୟ ଲାଭ କରିଥିବା ଆମଆଦ୍‌ମୀପାର୍ଟି (ଆପ୍‌)ର ନେତା ଅରବିନ୍ଦ କେଜରିୱାଲ୍‌ ପୁଣି ଥରେ ଆଜି ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । କେଜରିୱାଲ୍‌ଙ୍କ ଏହି ତୃତୀୟଥର ମୁଖ୍ୟମନ୍ତ୍ରୀ ହେଉଥିବା ଖବର ସାରା ଦେଶରେ ଦୃଷ୍ଟି ଆକର୍ଷଣରେ ରହିଛି । ଚଳିତବର୍ଷ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ୭୦ ଆସନରୁ ୬୨ଟି ଆସନରେ ବିଜୟ ଲାଭ କରି ଆପ୍‌ର ନେତା ତଥା ପ୍ରତିଷ୍ଠାତା ଓ ସଂଯୋଜକ ଅରବିନ୍ଦ କେଜରିୱାଲ୍‌ ହ୍ୟାଟି୍ରକ୍‌ ବିଜୟର ଗୌରବ ହାସଲ କରିବା ପରେ ଆଜି ନୂଆଦିଲ୍ଲୀର ରାମଲୀଳା ମୈଦାନରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଦଳର ବହୁ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ତେବେ । ତେବେ ଚର୍ଚ୍ଚା ହେଉଛି ଯେ ଅନ୍ୟ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ ଦଳର ରାଜନେତା ମାନଙ୍କୁ ଏହି ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ କରାଯାଇ ନାହିଁ । ତେବେ ଦିଲ୍ଲୀର ପ୍ରଶାସନରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅଛି ଏହା ଆପର ବିଜୟ ଗୌରବରୁ ସ୍ପଷ୍ଟ ହୋଇଛି । ତେବେ ଏହି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଥିବା କେଜରିୱାଲ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀର ସମସ୍ତ ସରକାରୀ ସ୍କୁଲର ମୁଖ୍ୟମାନଙ୍କୁ ଆମନ୍ତ୍ରଣ କରାଯାଇଛି । ଏହାକୁ ପ୍ରତିବାଦ କରି ଭାରତୀୟ ଜନତାପାର୍ଟି (ବିଜେପି)ର ନେତା କପିଲ ମିଶ୍ରା କହିଛନ୍ତି ଯେ ଶିକ୍ଷକ ମାନଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ବାଧ୍ୟ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାଏଙ୍କ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ ଅଜଣା ସ୍ଥାନରେ କରୁଛି ପଚରା ଉଚୁରା

ସାଏଙ୍କ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ ଅଜଣା ସ୍ଥାନରେ କରୁଛି ପଚରା ଉଚୁରା

Read More...

ଡବଲ ମର୍ଡ଼ର ଖୁଲାସା  ପତ୍ନୀ ମାନ୍ୟତା ମାଗିବାରୁ ହତ୍ୟା

ଡବଲ ମର୍ଡ଼ର ଖୁଲାସା ପତ୍ନୀ ମାନ୍ୟତା ମାଗିବାରୁ ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page