ମାଟ୍ରିକ୍‌ ପରୀକ୍ଷା ପରୀକ୍ଷା ହଲ୍‌କୁ ମୋବାଇଲ୍‌ ମନା

February 15, 2020, ଓଡ଼ିଶା, , Anupambharat News Bureau


ମାଟ୍ରିକ୍‌ ପରୀକ୍ଷା ପରୀକ୍ଷା ହଲ୍‌କୁ ମୋବାଇଲ୍‌ ମନା
Anupambharat News Bureau
February 15, 2020

ଭୁବନେଶ୍ୱର, ୧୫ ।୧(ଅନୁପମ ମିଡିଆ): ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାକୁ ପୂର୍ଣ୍ଣ ଶୃଙ୍ଖଳିତ କରିବା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ଜିଲ୍ଲାପାଳ, ପୋଲିସ୍‌ ଅଧିକ୍ଷକ ଓ ଶିକ୍ଷା ବିଭାଗ ଅଧିକାରୀ ମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ।
ଏ ଦିଗରେ ରାଜ୍ୟ ଓ ଜିଲ୍ଲାସ୍ତରରେ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରି ପ୍ରଶ୍ନପତ୍ର ଲିକ୍‌ ଓ କପିକୁ ଦୃଢ଼ଭାବେ ପ୍ରତିହତ କରିବାକୁ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ପରୀକ୍ଷାକେନ୍ଦ୍ର, ନୋଡାଲ୍‌ କେନ୍ଦ୍ର ଏବଂ ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍‌ ମନା ଏବଂ ଏହା ନିଶ୍ଚିତ କରାଇବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । କୌଣସି ଶିକ୍ଷକ ମୋବାଇଲ୍‌ ଫୋନ୍‌ ନେଇ ଯିବାର ଦେଖାଗଲେ ତାଙ୍କୁ ଗିରଫ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ୍‌-୧୯୮୮ର କଡ଼ାକଡ଼ି ଲାଗୁ କରି ପରୀକ୍ଷା ପରିଚାଳନାକୁ ସ୍ୱଚ୍ଛ ଓ ବଶ୍ୱସନୀୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରୀକ୍ଷା ସମୟରେ ପୋଲିସ୍‌ ପଇଁତରା ବଢ଼ାଇବା, ଉତ୍ତେଜନାପ୍ରବଣ କେନ୍ଦ୍ର ମାନଙ୍କରେ ଅଧିକ ପୋଲିସ୍‌ ମୁତୟନ କରିବା ଏବଂ ପରୀକ୍ଷା କେନ୍ଦ୍ର ଚତୁଃପାଶ୍ୱର୍ରେ ଲୋକମାନଙ୍କର ଭିଡକୁ ପୂର୍ଣ୍ଣ ନିରୋଧ କରିବା ନିମନ୍ତେ ବୈଠକରେ ଉପସ୍ଥିତ ଅତିରିକ୍ତ ପୋଲିସ୍‌ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରୀକ୍ଷା ସମ୍ବନ୍ଧିତ ଗୋପନୀୟ କାଗଜପତ୍ରର ପରିବହନ, ନୋଡାଲ କେନ୍ଦ୍ର ଏବଂ ମୂଲ୍ୟାୟନ କେନ୍ଦ୍ର ମାନଙ୍କରେ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ପରୀକ୍ଷା ଉପରେ
ନଜର ରଖିବା ପାଇଁ ଜିଲ୍ଲାସ୍ତରରେ ୬୯ଟି ଫ୍ଲାଇ ସ୍କାର୍ଡ ଏବଂ ବୋର୍ଡ ସ୍ତରରେ ୪୪ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ଏହାଛଡା ଆବଶ୍ୟକ ପରିମାଣର ପୋଲିସ୍‌ ପଇଁତରା ଏବଂ ସ୍କ୍ୱାର୍ଡ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପି ସମର୍ଥକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ

ବିଜେପି ସମର୍ଥକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ

Read More...

ସାଏଙ୍କ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ ଅଜଣା ସ୍ଥାନରେ କରୁଛି ପଚରା ଉଚୁରା

ସାଏଙ୍କ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ ଅଜଣା ସ୍ଥାନରେ କରୁଛି ପଚରା ଉଚୁରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page