ବିଜେପି ସମର୍ଥକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ

February 15, 2020, ଓଡ଼ିଶା, , Anupambharat News Bureau


ବିଜେପି ସମର୍ଥକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ
Anupambharat News Bureau
February 15, 2020

ଦିଗପହଣ୍ଡି,୧୫ା୨(ଅନୁପମମିଡ଼ିଆ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କରପଡାରେ ଗତ କିଛି ଦିନର ବ୍ୟବଧାନରେ ପୁଣି ଥରେ ବିଜେପି ଏବଂ ବିଜେଡି ସମର୍ଥକଙ୍କ ମଧ୍ୟରେ ରାଜନୈତିକ ସଂଘର୍ଷ ଘଟିଛି । ଶନିବାର ଅପରାହ୍ନରେ ବିଜେପି ସମର୍ଥକ ରାମେଶ୍ୱର ପ୍ରଧାନ ଓ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ଗାଁ ଦାଣ୍ଡରେ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରାଯାଇଛି ।
ଏହି ଆକ୍ରମଣରେ ସରପଞ୍ଚଙ୍କ ସ୍ୱାମୀ ବିଶ୍ୱନାଥ ପ୍ରଧାନ ଓ ତାଙ୍କ ଦୁଇ ଭାଇ ନକୁଳ ଏବଂ ସୁଧୀର ସାମିଲ ଥିବା ଅଭିଯୋଗ ହୋଇଛି । ଖବର ପାଇ ଦିଗପହଣ୍ଡି ପୋଲିସ ଗ୍ରାମରେ ପହଞ୍ଚି ଗୁରୁତର ଆହତ ରାମେଶ୍ୱର ଓ ପ୍ରଶାନ୍ତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଥିବା ଜଣାପଡିଛି । ସୂଚନା ପ୍ରକାରେ ସମ୍ପତ୍ତି ବଣ୍ଟନକୁ ନେଇ ଗ୍ରାମର ଦୁଇ ଭାଇ ଜଗନ୍ନାଥ ପ୍ରଧାନ ଓ ଅଭିମନୁ୍ୟ ପ୍ରଧାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଏହାକୁ ନେଇ ଗତ କିଛି ଦିନ ତଳେ ଦିଗପହଣ୍ଡି ପୋଲିସ ଥାନାରେ ଆପୋଷ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । ତେବେ କୌଣସି କାରଣରୁ ଆଜି ପୁଣି ବିବାଦ ମୁଣ୍ଡ ଟେକିଥିଲା । ଅଭିମନୁ୍ୟଙ୍କ ସପକ୍ଷରେ ସରପଞ୍ଚଙ୍କ ସ୍ୱାମୀ ବିଶ୍ୱନାଥ ପ୍ରଧାନ ବାହାରି ଜଗନ୍ନାଥଙ୍କୁ ତାଗିଦ କରୁଥିବା ବେଳେ ପ୍ରଶାନ୍ତ ପ୍ରଧାନ ସେଠାରେ ପହଞ୍ଚି ଭାଇମାନଙ୍କ ଗଣ୍ଡଗୋଳରେ ମୁଣ୍ଡ ନଖେଳାଇବାକୁ କହିଥିଲେ । ଏହାପରେ ଉଭୟ
ପକ୍ଷଙ୍କ ମଧ୍ୟରେ କଥା କଟାକଟି ଯୁକ୍ତିତର୍କ ଚାଲିଥିବା ବେଳେ ବିଶ୍ୱନାଥଙ୍କ ଦୁଇ ଭାଇ ନକୁଳ ଏବଂ ସୁଧୀର ହାତରେ ଖଣ୍ଡାକାତି ଧରି ସେଠାରେ ପହଞ୍ଚି ପ୍ରଶାନ୍ତ ଓ ରାମେଶ୍ୱରଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା ବିଜେପି ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ବିଜେପି ସମର୍ଥକ ରାମେଶ୍ୱର ଓ ପ୍ରଶାନ୍ତ ପ୍ରମୁଖ ପ୍ରଥମେ ସରପଞ୍ଚ ଗାୟତ୍ରୀ ପ୍ରଧାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ତାଙ୍କ ସ୍ୱାମୀ ବିଶ୍ୱନାଥଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଉତ୍ତେଜନା ଅବ୍ୟାହତ ରହିଥିବାରୁ ଦିଗପହଣ୍ଡି ପୋଲିସ ଗ୍ରାମରେ ପହଞ୍ଚି ପରିସ୍ଥିତି ଉପରେ ତୀå ନଜର ରଖିଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଙ୍କିରେ ଡବଲ ମର୍ଡର

ବାଙ୍କିରେ ଡବଲ ମର୍ଡର

Read More...

ମାଟ୍ରିକ୍‌ ପରୀକ୍ଷା ପରୀକ୍ଷା ହଲ୍‌କୁ ମୋବାଇଲ୍‌ ମନା

ମାଟ୍ରିକ୍‌ ପରୀକ୍ଷା ପରୀକ୍ଷା ହଲ୍‌କୁ ମୋବାଇଲ୍‌ ମନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page