ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ, ତିନି ଯୁବନେତା ଗୁରୁତର

February 17, 2020, ଓଡ଼ିଶା, , Anupambharat News Bureau


ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ, ତିନି ଯୁବନେତା ଗୁରୁତର
Anupambharat News Bureau
February 17, 2020

ପୁରୀ,୧୭ା୨(ଅନୁପମମିଡ଼ିଆ): ପୁରୀ କଂଗ୍ରେସ ଭବନରେ ସୋମବାର ଜିଲ୍ଲାସ୍ତରୀୟ କର୍ମଶାଳା ଚାଲିଥିବା ବେଳେ ଗଣ୍ଡଗୋଳରେ ତିନି ଯୁବନେତା ସ୍ୱପ୍ନଜିତ ରାୟ, ଆଲୋକ ଦାସ ଓ ଆଶୁତୋଷ ମିଶ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନାନୁଯାୟୀ ପୁରୀସ୍ଥିତ କଂଗ୍ରେସ ଭବନରେ ଦଳୀୟ କାର୍ଯ୍ୟଧାରାର ସମୀକ୍ଷା ଚାଲିଥଲା । ଏଥିରେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମେତ ତୁଙ୍ଗ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ତେବେ ଏହି ସମୟରେ ଜଣେ ଯୁବକ ଲୁହା ରଡ଼ ଧରି ଜଣେ ଦଳୀୟ ଯୁବନେତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଦୁଇ ଜଣ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।
ଆକ୍ରମଣରେ ମୁଣ୍ଡଫାଟି ଗୁରୁତର ତିନି ଯୁବନେତାଙ୍କ ମଧ୍ୟରୁ ଆଶୁତୋଷ ମିଶ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏ ନେଇ ସ୍ଥାନୀୟ କୁମ୍ଭାରପଡ଼ା ଥାନାରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏତଲାକୁ ଭିତ୍ତି କରି ପୋଲିସ ଜଣକୁ ଗିରଫ କରିଛି । ତେବେ ଆକ୍ରମଣକାରୀ ଯୁବକର କଂଗ୍ରେସ ସହ କିଛି ସମ୍ପର୍କ ନାହିଁ ବୋଲି ଦଳ ପକ୍ଷରୁ ପ୍ରକାଶ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ପଛୁଆବର୍ଗ କମିଶନ ବିଲ୍‌ ପାରିତ,  ଐତିହାସିକ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀ

ପଛୁଆବର୍ଗ କମିଶନ ବିଲ୍‌ ପାରିତ, ଐତିହାସିକ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀ

Read More...

 ଗୃହରେ ଆବାସ ଯୋଜନା ଝଡ଼,   ବିଜେଡ଼ି-ବିଜେପି ମୁହାଁମୁହିଁ

ଗୃହରେ ଆବାସ ଯୋଜନା ଝଡ଼, ବିଜେଡ଼ି-ବିଜେପି ମୁହାଁମୁହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page