ଗୃହରେ ଆବାସ ଯୋଜନା ଝଡ଼, ବିଜେଡ଼ି-ବିଜେପି ମୁହାଁମୁହିଁ

February 17, 2020, ଓଡ଼ିଶା, , Anupambharat News Bureau


 ଗୃହରେ ଆବାସ ଯୋଜନା ଝଡ଼,   ବିଜେଡ଼ି-ବିଜେପି ମୁହାଁମୁହିଁ
Anupambharat News Bureau
February 17, 2020

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପMା ଘର ଯୋଜନାରେ ୱାର୍କ ଅର୍ଡର ଦିଆଯିବା ବେଳେ ବିଜୁ ବାବୁଙ୍କ ଲୋଗୋ ରହିବାକୁ ନେଇ ସୋମବାର ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ରାଜ୍ୟରେ ଲୋକଙ୍କ ପାଖରେ ଘର ନାହିଁ । କଚ୍ଚା ଘରକୁ ପMା କରିବାକୁ ଉଭୟ ସରକାର ଚାହାନ୍ତି । ଏହି ଘର ପାଇଁ ୱାର୍କ ଅର୍ଡର ଦେବା ବେଳେ ସରକାରୀ ଅଧିକାରୀମାନେ ବିଜୁ ବାବୁଙ୍କ ଲୋଗୋ ଲଗାଉଛନ୍ତି । କେନ୍ଦ୍ର ସରାକାର ଏଥିପାଇଁ ପଇସା ଦେଉଛନ୍ତି । ସେ ସମ୍ପର୍କରେ କିଛି ଉଲ୍ଲେଖ କରାଯାଉ ନାହିଁ । ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ । କେନ୍ଦ୍ର ସରକାର ଏବାବଦରେ ୬୦ପ୍ରତିଶତ ଅର୍ଥ ଦେଉଛନ୍ତି । ତାହା ମଧ୍ୟ ଉଲ୍ଲେଖ କରାଯିବା ଦରକାର । ସେଥିରେ ବିଜୁ ବାବୁଙ୍କ ଲୋଗୋ କଣ ପାଇଁ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଲେ ଯେ, ପୂର୍ବରୁ ପMା ଘର ପାଇଁ ଥିବା କେନ୍ଦ୍ରୀୟ ଯୋଜନା ଇନ୍ଦିରା ଗାନ୍ଧୀଙ୍କ ନାଁ ଅନୁସାରେ ନାମିତ ହୋଇଥିଲା କିନ୍ତୁ ୨୦୧୪ରେ ବିଜେପି କେନ୍ଦ୍ରରେ ଶାସନରେ ଆସିବା ପରେ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମିତ କରାଗଲା । ରାଜ୍ୟ ସରକାର ଟଙ୍କା ନଦେଲେ ଘର ହୋଇପରିବ ନାହିଁ । ରାଜ୍ୟ ସରକାର ଯଦି ପMା ଘର ପାଇଁ ୪୦ ପ୍ରତିଶତ ଅର୍ଥ ଦେଉଛନ୍ତି ତେବେ
କାହିଁକି ବିଜୁ ପMା ଘରର ଲୋଗୋ ଲାଗିବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ସେହିପରି ଦେବୀ ମିଶ୍ର କହିଥିଲେ ଯେ ଏହି ଘର ପାଇଁ ପ୍ରାୟ ପୁରା ଟଙ୍କା ମିଳୁଥିଲା । । ମୋଦି ସରକାର କ୍ଷମତାସୀନ ହେବା ପରେ ଏହାକୁ ୬୦ ଅନୁପାତ ୪୦ କରିଦେଲେ । ଲୋଗୋ ଲଗାଇଲେ ଆକାଶ ଛିଡି ପଡିବ ନାହିଁ । ଏଥିରେ ଅସହିଷ୍ଣୁ ହେବାର ନାହିଁ । ଆବାସରେ ବିଜୁ ବାବୁଙ୍କ ଫଟୋ ଲାଗିଲେ ଫଳକ ଭାଙ୍ଗିଦେବା ଭଳି ଚେତାବନୀ ଦେବା ଦୁର୍ଭାଗ୍ୟଜନକ । ଗଲା ଦୁଇ ବର୍ଷ ଭିତରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ଭିତରୁ ରାଜ୍ୟ ସରକାର ୬ ହଜାର କୋଟି ଦେଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ମିଶ୍ର କହିଥିଲେ ଯେ କୋଲକତା ଭଳି ପ୍ରଧାନମନ୍ତ୍ରୀ ସଡକ ଯୋଜନାକୁ ବାଂଲା ସଡକ ଯୋଜନା ତ କରିନୁ । ଆମର ସଂଘୀୟ ବ୍ୟବସ୍ଥା ପ୍ରତି ଯଥେଷ୍ଟ ସମ୍ମାନ ଅଛି । ଏଭଳି ଅସହିଷ୍ଣୁତା ବିଜେପି ପକ୍ଷରୁ ପ୍ରକାଶ ପାଇବା ଉଚିତ ନୁହେଁ ବୋଲି ସେ ମତ ଦେଇଥିଲେ । ତେବେ ଏହି ପ୍ରସଙ୍ଗକୁ ନେଇ ବିଜେପି ଏବଂ ବିଜେଡ଼ି ମଧ୍ୟରେ ମୁହାଁମୁହିଁ ଗୃହକୁ ସରଗରମ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ, ତିନି ଯୁବନେତା ଗୁରୁତର

ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ, ତିନି ଯୁବନେତା ଗୁରୁତର

Read More...

ଚଳିତ ବର୍ଷ ଗ୍ରୀଷ୍ମ ହେବ ଅସହ୍ୟ

ଚଳିତ ବର୍ଷ ଗ୍ରୀଷ୍ମ ହେବ ଅସହ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page