ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ, ବିଜେଡ଼ିର ବାଜିମାତ, ବିଜେପି-କଂଗ୍ରେସର କ୍ରସ ଭୋଟିଂ

February 19, 2020, ଓଡ଼ିଶା, , Anupambharat News Bureau


 ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ,  ବିଜେଡ଼ିର ବାଜିମାତ,  ବିଜେପି-କଂଗ୍ରେସର କ୍ରସ ଭୋଟିଂ
Anupambharat News Bureau
February 19, 2020

ରାୟଗଡ଼ା,୧୯ା୨ (ଅନୁପମ ମିଡିଆ): ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡ଼ିର ବାଜିମାତ । ଉପାଧ୍ୟକ୍ଷ ପଦବୀ ହାତେଇବା ପାଇଁ ଦଳ ପାଖରେ ଆବଶ୍ୟକ ସଂଖ୍ୟା ନଥିଲେ ସୁଦ୍ଧା ବିଜେପି ଏବଂ କଂଗ୍ରେସ ସଦସ୍ୟଙ୍କ କ୍ରସ ଭୋଟିଂ ଯୋଗୁ ବିଜେଡ଼ି ଅନାୟସରେ ଏହାକୁ ଦଖଲ କରିଛି । ବିଜେଡ଼ିର ସାତ, କଂଗ୍ରେସର ୧୧ରୁ ଗମାଙ୍ଗଙ୍କ ମୃତୁ୍ୟ ପରେ ୧୦ ହୋଇଥିବା ବେଳେ ବିଜେପିର ଚାରି ସଦସ୍ୟ ରହିଥିଲେ ।
ପୂର୍ବ ନିର୍ଦ୍ଧାରିତ ପ୍ରକାରେ ବୁଧବାର କଡ଼ା ସୁରକ୍ଷା ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡ଼ି ପ୍ରାର୍ଥୀ ଗଙ୍ଗାଧର ପୁଆଲା ୧୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ୨୧ ଜଣ ସଭ୍ୟଙ୍କ ମଧ୍ୟରୁ ୨ ଜଣ ବିଜେପି ସଦସ୍ୟ ଅନୁପସ୍ଥିତ ରହିଥିବା ବେଳେ କଂଗ୍ରେସ ସପକ୍ଷରେ ୫ଟି ଭୋଟ ଓ ଗୋଟିଏ ଭୋଟ ନାକଚ ହୋଇଯାଇଯାଇଛି । ୧୦ ଜିଲ୍ଲା ପରିଷଦଙ୍କୁ ନେଇ ନିର୍ବାଚନରେ ଅଂଶଗ୍ରହଣ କରିଥିବା କଂଗ୍ରେସକୁ ମାତ୍ର ୫ଟି ଭୋଟ ମିଳିଥିବା ବେଳେ ବିଜେପିର ହୁଇପ୍‌ ଜାରି ସତ୍ତେ୍ୱ ୨ ବିଜେପି ଜିଲ୍ଲାପରିଷଦ ସଦସ୍ୟ ନିର୍ବାଚନରେ ସାମିଲ ହୋଇ ଭୋଟ ଦାନ କରିଥିଲେ । ଫଳରେ କ୍ରସ ଭୋଟିଂରେ
ବିଜେଡ଼ିକୁ ଅଧିକ ୬ଟି ଭୋଟ ମିଳିଛି । କଂଗ୍ରେସର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବା ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତୁ୍ୟ ପରେ ଏହି ପଦବୀ ଖାଲି ପଡ଼ିଥିଲା । ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ବିଜେଡ଼ିର ପ୍ରାର୍ଥୀ ଗଙ୍ଗାଧର ପୁଆଲା ୧୩ ଖଣ୍ଡ ଭୋଟ ପାଇ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି କଂଗ୍ରେସକୁ ୫ ଖଣ୍ଡ ଭୋଟ ମିଳିଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଯାଇଛି । ଗତକାଲି ଠାରୁ ବିଜେପି ଦଳ ପକ୍ଷରୁ ୪ ଜଣ ସଭ୍ୟ ଭୋଟଦାନ ପ୍ରକ୍ରିୟାରେ ସାମିଲ ନ ହେବା ପାଇଁ ହୁଇପ୍‌ ଜାରି କରିଥିବା ସତ୍ତେ୍ୱ ମଧ୍ୟ ଆଜି ଦୁଇ ଜଣ ସଭ୍ୟ ପୁଷ୍ପାଞ୍ଜଳି ମୁଟିକା ଓ ନେତ୍ରାନନ୍ଦ କୈବର୍ତ୍ତ ଭୋଟଦାନ ପ୍ରକି୍ରୟାରେ ସାମିଲ ହୋଇଥିଲେ । ଶେଷରେ ନିର୍ବାଚନ ଅଧିକାରୀ ତଥା ଡିଆର୍‌ଡିଏ ପ୍ରକଳ୍ପ ପ୍ରଶାସକ ଅମି୍ରତ ଋତୁରାଜ ଗଙ୍ଗାଧର ପୁଆଲାଙ୍କୁୁ ବିଜୟ ଘୋଷିତ କରିଥିଲେ । ବିଜେଡ଼ି ପକ୍ଷରୁ ଗଙ୍ଗାଧର ପୁଆଲା ଓ କଂଗ୍ରେସ ପକ୍ଷରୁ ଆଶୁତୋଷ କିଲାକା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ ।
ପ୍ରକାଶଥାଉକି, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ପୁରୁଷୋତ୍ତମ ଗମାଙ୍ଗ ଗତ ବର୍ଷ ଡିସେମ୍ବର ୨୪ରେ କୋର୍ଟରୁ ଘରକୁ ଫେରିବା ସମୟରେ ରାମନାଗୁଡ଼ା -ଗୁଣପୁର ରାସ୍ତାରେ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିଲେ । ତାଙ୍କ ମୃତୁ୍ୟ ପରେ ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଟୋରୁ ଖସି ଶିଶୁମନ୍ଦିର ଶିଶୁ ମୃତ

ଅଟୋରୁ ଖସି ଶିଶୁମନ୍ଦିର ଶିଶୁ ମୃତ

Read More...

ଦୋକାନୀଙ୍କୁ ହତ୍ୟା

ଦୋକାନୀଙ୍କୁ ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page