ଅଟୋରୁ ଖସି ଶିଶୁମନ୍ଦିର ଶିଶୁ ମୃତ

February 19, 2020, ଓଡ଼ିଶା, , Anupambharat News Bureau


ଅଟୋରୁ ଖସି ଶିଶୁମନ୍ଦିର ଶିଶୁ ମୃତ
Anupambharat News Bureau
February 19, 2020

ଦିଗପହଣ୍ଡି,୧୯ା୨(ଅନୁପମ ମିଡ଼ିଆ): ଦିଗପହଣ୍ଡି - ପୋଡାମାରୀ ଜାତୀୟ ରାଜପଥର ଉପରବସା ନିକଟରେ ବୁଧବାର ସକାଳ ୧୦ ଘଣ୍ଟା ସମୟରେ ଅଞ୍ଚଳ କଲୋନୀ ସରସ୍ୱତୀ ଶିଶୁ ମନ୍ଦିରର ଶିଶୁଙ୍କୁ ନେଇ ଆସୁଥିବା ଏକ ଅଟୋରୁ ଖସି ପଡିବା ଫଳରେ ଜଣେ ଚାରି ବର୍ଷ ଶିଶୁର ମୃତୁ୍ୟ ଘଟିଥିବା ଜଣାପଡିଛି ।
ମୃତ ଶିଶୁ ଜଣକ କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମର ବୁଲୁ ପ୍ରଧାନଙ୍କ ପୁତ୍ର ଅଜୟ ବୋଲି ଜଣାପଡିଥିବା ବେଳେ ସେ ତାଙ୍କ ମାମୁଁ ଘର ମୌଳାଭଞ୍ଜା ପଞ୍ଚାୟତର ତିଳେଶ୍‌ର ଗ୍ରାମର ହରିକୃଷ୍ଣ ବିଷୋୟୀଙ୍କ ଘରେ ରହି ଆସୁଥିଲେ । ଘଟଣାପରେ ଶିଶୁଟିକୁ ସଙ୍ଗେ ସଙ୍ଗେ ଦିଗପହଣ୍ଡି ସିଏଚସିକୁ ନିଆଯାଇଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଓ ଆତ୍ମୀୟ ଲୋକମାନେ ମେଡିକାଲରେ ପହଞ୍ଚି କ୍ଷତିପୂରଣ ଦାବି କରିଥିଲେ । ମୌଳାଭଞ୍ଜା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଶ୍ୱୀନି ରଥ,ବିଜେପି ନେତା ପରେଶ ରଥ,ଭବାନୀ ପଣ୍ଡା, ଉତ୍ତମ ପାଣିଗ୍ରାହୀ, ଗଦାଧର ସ୍ୱାଇଁଙ୍କ ନେତୃତ୍ୱରେ ଉତ୍ତେଜିତ ଲୋକେ ଦିଗପହଣ୍ଡି ମେଡିକାଲ ସମ୍ମୁଖରେ ଓ ପୁଞ୍ଜିକଆଁ ଛକ ନିକଟରେ ଟାୟାର ଜାଳି ଦୀର୍ଘ ୪ ଘଣ୍ଟା କାଳ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁ , ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ
ମୁର୍ମୁ , ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ , କେ. ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ରହି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ଶିଶୁ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କ୍ଷତିପୂରଣ ମୂତାବକ ଏକ ଲକ୍ଷ ଟଙ୍କା, ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ଏବଂ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ସ୍ୱାଇଁ ପାଞ୍ଚ ହଜାର ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଏହାପରେ ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଟୋ ଚାଳକ ଗାଡ଼ି ସହ ଫେରାର ରହିଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ !

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ !

Read More...

 ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ,  ବିଜେଡ଼ିର ବାଜିମାତ,  ବିଜେପି-କଂଗ୍ରେସର କ୍ରସ ଭୋଟିଂ

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ, ବିଜେଡ଼ିର ବାଜିମାତ, ବିଜେପି-କଂଗ୍ରେସର କ୍ରସ ଭୋଟିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page