ଶେଷରେ ପ୍ରାଣ ହରାଇଲେ ମିନାକ୍ଷୀ

February 20, 2020, ଓଡ଼ିଶା, , Anupambharat News Bureau


ଶେଷରେ ପ୍ରାଣ ହରାଇଲେ ମିନାକ୍ଷୀ
Anupambharat News Bureau
February 20, 2020

ବ୍ରହ୍ମପୁର,୨୦ ।୨(ଅନୁପମ ମିଡ଼ିଆ): ନିଜ ପୁଅ ବିରୁଦ୍ଧରେ ଆଗତ ମାମଲାକୁ ମିଥ୍ୟା ବୋଲି ଅଭିଯୋଗ କରି ନ୍ୟାୟ ପାଇଁ ଲଢ଼େଇ କରି ଗତ କିଛିଦିନ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଗତ କିଛି ଦିନ ତଳେ ନିଜ ପୁଅ ରାଜା ଓ ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କୁ ମରଣାତ୍ନକ ଆକ୍ରମଣ ଅଭିଯୋଗରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ପୁଅ ରାଜା ପୂର୍ବରୁ ଜଣେ ଅଭିଯୁକ୍ତଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ପାଇ ପୋଲିସ ରାଜା ବିରୁଦ୍ଧରେ ଏକ ପାଲଟା ମାମଲା ରୁଜୁ କରିଥିଲେ । ଉକ୍ତ ମାମଲା ଭିତ୍ତିରେ ପୋଲିସ ବିଜେଡ଼ି ନେତ୍ରୀଙ୍କ ପୁଅ ରାଜାଙ୍କୁ ଗିରଫ କରି ଜେଲ୍‌ ପଠାଇବା ପରେ ରାଜାଙ୍କ ମାଁ ତଥା ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ତୀବ୍ର ପ୍ରତିବାଦ କରିବା ସହ ଅନ୍ୟାୟରେ ତାଙ୍କ ପୁଅକୁ ଗିରଫ କରାଯାଇଥିବା ଅଭିଯୋଗ କରିଥିଲେ । ଏନେଇ ମିନାକ୍ଷୀ ଓ ତାଙ୍କ ସମର୍ଥକ ମାନେ ବ୍ରହ୍ମପୁର ଏସ୍‌ପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରି ପୁଅର ଖଲାସ ପାଇଁ ଦାବି କରିଥିଲେ । ଏପରିକି ପରବର୍ତ୍ତୀ ସମୟରେ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ଘଟଣା ନେଇ ଅଭିଯୋଗ କରିଥିଲେ । ଏହାପରେ ସେ ପୁଣି ବ୍ରହ୍ମପୁର ଏସ୍‌ପିଙ୍କୁ ଭେଟିବା ପାଇଁ ଯାଇଥିବା ଏବଂ ଦ୍ୱିତୀୟ ଥର ବି ଏସ୍‌ପିଙ୍କୁ ଭେଟି ପାରିନଥିଲେ । ଯଦ୍ୱାରା ସେ ଏହାର ପ୍ରତିବାଦ କରି ତାଙ୍କ ପୁଅ ପ୍ରତି ନ୍ୟାୟ ମିଳିବାର ଆଶା ନଥିବା ଦର୍ଶାଇ ମାତ୍ର କିଛି ସମୟ ମଧ୍ୟରେ ଏସ୍‌ପି ଅଫିସ ପରିସରରେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉକ୍ତ ସମୟରେ ତୁରନ୍ତ ଏସ୍‌ପି ଅଫିସ୍‌ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏହା ସତ୍ତେ୍ୱ ତାଙ୍କ ଅବସ୍ଥାର କୌଣସି ଉନ୍ନତି ଦେଖା ନଯିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ସମ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ । ଦୀର୍ଘ ଦିନ ଧରି ଚିକିତ୍ସିତ ସତ୍ତେ୍ୱ ଆଜି ସକାଳେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ଜଣାପଡ଼ିଛି ।
ଫଳରେ ଭୁବନେଶ୍ୱର ପୋଲିସ ପକ୍ଷରୁ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଏବଂ ପରେ ତାଙ୍କ ଶବକୁ ପୁରୀ ନିଆଯାଇ ସ୍ୱର୍ଗ ଦ୍ୱାରରେ ଅନ୍ତିମ ସତ୍କାର କରାଯାଇଥିବା ପ୍ରକାଶ । ବିଜେଡ଼ି ନେତ୍ରୀ ମିନାକ୍ଷୀଙ୍କ ବିୟୋଗରେ ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗୋପାଳପୁର ବିଧାୟକ ଡ଼କଫର ପ୍ରଦୀପ କୁମାର ପାଣିଗ୍ରାହୀ, ପୂର୍ବତନ ବିଧାୟକ ଡ଼ାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ମହିଳା ବିଜେଡ଼ି ସଭାନେତ୍ରୀ ସଂଘମିତ୍ରା ଦଳେଇ, ନାରୀ ନେତ୍ରୀ ଲକ୍ଷ୍ମୀ ପ୍ରୀୟା ପାଢ଼ୀ, ମମତା ବିଶୋୟୀ, ଜ୍ୟୋସ୍ନା ପାଢ଼ୀ, ଟି.ପ୍ରେମାଞ୍ଜଳୀ, ଆର୍‌.ମୁରଲୀ ମୋହନ, ସନ୍ତୋଷ ପାତ୍ର, ମୁକୁନ୍ଦ ଗୌଡ଼, ଅନୀଲ ସାହୁ, ସବିତା ବେହେରା, ବିଜୟ ସାମଲ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ଜଗନ୍ନାଥ ସାବତଙ୍କ ସମେତ ବହୁ ବିଜେଡ଼ି ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟ୍ରକ-ବସ୍‌ ମୁହାଁମୁହିଁ ଧMା, ୨୦ ମୃତ

ଟ୍ରକ-ବସ୍‌ ମୁହାଁମୁହିଁ ଧMା, ୨୦ ମୃତ

Read More...

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ !

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page