ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ !

February 19, 2020, ଓଡ଼ିଶା, , Anupambharat News Bureau


ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ !
Anupambharat News Bureau
February 19, 2020

କଟକ, ୧୯ା୨(ଅନୁପମମିଡ଼ିଆ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନପ୍ରଥମ ଭାଷାରେ ଅସାଧୁ ଉପାୟ ଅବଲମ୍ବନକରି ୬୯ ଜଣ ଛାତ୍ରଛାତ୍ରୀ ଧରାପଡିଛନ୍ତି । ସେମାନଙ୍କ ମଧ୍ୟରେ ଏଚଏସସିର ୪୪, ରାଜ୍ୟ ମୁକ୍ତ ବିଦ୍ୟାଳୟର ୨୪ ଓ ମଧ୍ୟମାର ଜଣେ ପରୀକ୍ଷାର୍ଥୀ ରହିଛନ୍ତି । ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହ ସମାପନକରିବା ପାଇଁ ମୁଖ୍ୟତଃ କପି ଓ ଭାଇରାଲ୍‌ ପ୍ରସଙ୍ଗକୁ ଏଡାଇବା ପାଇଁ ବୋର୍ଡ ପକ୍ଷରୁ ଚାରି ସ୍ତରୀୟ ସ୍କ୍ୱାଡ୍‌ ବ୍ୟବସ୍ଥା କରାଯିବା ସହିତ ପ୍ରଶ୍ନପତ୍ର ଉପରେ ବାରକୋଡ୍‌ ରଖାଯାଇଛି । ତେବେ ଗଣମାଧ୍ୟମରେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବା ଖବର ପ୍ରସାରଣ ପରେ ବୋର୍ଡ ପକ୍ଷରୁ ଏହାକୁ ଖଣ୍ଡନକରାଯିବା ସହ ପରୀକ୍ଷାର ୪ଟି ସେଟ୍‌ ମଧ୍ୟରୁ କୌଣସି ଗୋଟିଏ ସେଟ୍‌ ସହ ଏହା ମେଳ ଖାଉନଥିବା ବୋର୍ଡ ସଭାପତି ରାମାଶିଷ ହାଜରା ଓ ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଂଜନମହାନ୍ତି ସ୍ପଷ୍ଟ କରିଦେଇଛନ୍ତି । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡର ସଭାପତି ରାମାଶିଷ ହାଜରା କହିଛନ୍ତି, ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ଭାଇରାଲ ହୋଇ ନାହିଁ । ପରୀକ୍ଷା ପରେ ଆମେ ପ୍ରଶ୍ନ ପତ୍ର ଯାଞ୍ଚ କରିଥିଲୁ । କିନ୍ତୁ ଭାଇରାଲ ପ୍ରଶ୍ନପତ୍ର ସହ ଏହାର କୌଣସି ମେଳ ଖାଇ ନଥିଲା । ବୋର୍ଡକୁ ବଦନାମ କରିବା ପାଇଁ ଖରାପ ଉଦ୍ଦେଶ୍ୟ ନେଇ କେହି ଜଣେ ବ୍ୟକ୍ତି ପ୍ରଶ୍ନପତ୍ର ପ୍ରସ୍ତୁତ କରି ଭାଇରାଲ କରିଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ବୁଧବାର ପୂର୍ବାହ୍ନରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବା ପରେ ପ୍ରଶ୍ନପତ୍ର ମୋବାଇଲରେ ଘୁରି
ବୁଲିଥିଲା । କଳାହାଣ୍ଡତର ଧର୍ମଗଡ ଏବଂ ବଲାଙ୍ଗୀର ଆଦି ଜିଲ୍ଲାରେ ପରୀକ୍ଷା ପ୍ରଶ୍ନପତ୍ର (ମାତୃଭାଷା) ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା । ତେବେ ଏହି ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ । ଚଳିତ ବର୍ଷ ୨ହଜାର ୮୮୮ଟି କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୯୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ଓ ଏହି ପରୀକ୍ଷା ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶେଷରେ ପ୍ରାଣ ହରାଇଲେ ମିନାକ୍ଷୀ

ଶେଷରେ ପ୍ରାଣ ହରାଇଲେ ମିନାକ୍ଷୀ

Read More...

ଅଟୋରୁ ଖସି ଶିଶୁମନ୍ଦିର ଶିଶୁ ମୃତ

ଅଟୋରୁ ଖସି ଶିଶୁମନ୍ଦିର ଶିଶୁ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page