ହୋମଗାର୍ଡ଼ଙ୍କୁ ଦୈନିକ ପାଞ୍ଚ ଶହ ଦେବାକୁ ନିର୍ଦ୍ଦେଶ

February 28, 2020, ଓଡ଼ିଶା, , Anupambharat News Bureau


ହୋମଗାର୍ଡ଼ଙ୍କୁ ଦୈନିକ ପାଞ୍ଚ ଶହ ଦେବାକୁ ନିର୍ଦ୍ଦେଶ
Anupambharat News Bureau
February 28, 2020

ଭୁବନେଶ୍ୱର, ୨୮ ।୨(ଅନୁପମ ମିଡିଆ): ହୋମଗାର୍ଡ଼ ପାଇଁ ଖୁସି ଖବର । ଜାନୁଆରୀ ୧ ତାରିଖ ଠାରୁ ବର୍ଦ୍ଧିତ ଦରମା ଦେବାପାଇଁ ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ତାରିଖ ଠାରୁ ଦୈନିକ ୫ ଶହ ଟଙ୍କା ଦେବାପାଇଁ ନିର୍ଦ୍ଦେଶରେ କୁହାଯାଇଛି । ମାସକ ମଧ୍ୟରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଲାଗୁ କରିବା ଲାଗି କୁହାଯାଇଛି । ୨୦୧୬ରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶକୁ ୮ଟି ରାଜ୍ୟ କାର୍ଯ୍ୟକାରୀ କରିଥିଲା ବେଳେ ଓଡ଼ିଶା ଲାଗୁ କରିନଥିଲା । ଏହା ବିରୁଦ୍ଧରେ ଓଡ଼ିଶା ହୋମଗାର୍ଡ଼ ଆସୋସିଏସନ ହାଇକୋର୍ଟକୁ ଯାଇଥିଲା ।ଏହା ଉପରେ ଶୁଣାଣୀ କରି ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୧୭,୬୭୫ ହୋମଗାର୍ଡ଼ କାର୍ଯ୍ୟରତ ଅଛନ୍ତି । ହାଇକୋର୍ଟର ନିର୍ଦ୍ଦେଶନାମାକୁ ହୋମଗାର୍ଡ଼ ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୁବନେଶ୍ୱରରେ ଶାହା   ‘ସିଏଏ’ ନାଗରିକତା ଦେବ, ନେବନି

ଭୁବନେଶ୍ୱରରେ ଶାହା ‘ସିଏଏ’ ନାଗରିକତା ଦେବ, ନେବନି

Read More...

ସିଏଏ୍‌ ନିଆଁ, ନେଲାଣି ୨୭ ମୁଣ୍ଡ

ସିଏଏ୍‌ ନିଆଁ, ନେଲାଣି ୨୭ ମୁଣ୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page