ଭୁବନେଶ୍ୱରରେ ଶାହା ‘ସିଏଏ’ ନାଗରିକତା ଦେବ, ନେବନି

February 28, 2020, ଓଡ଼ିଶା, , Anupambharat News Bureau


ଭୁବନେଶ୍ୱରରେ ଶାହା   ‘ସିଏଏ’ ନାଗରିକତା ଦେବ, ନେବନି
Anupambharat News Bureau
February 28, 2020

ଭୁବନେଶ୍ୱର, ୨୮ ।୨(ଅନୁପମ ମିଡିଆ): ନାଗରିକତା ସଂଶୋଧନ ଆଇନ(ସିଏଏ)ର କେଉଁ ଧାରାରେ ନାଗରିକତା ସମାପ୍ତ କରିବାର ବ୍ୟବସ୍ଥା ରହିଛି ତାହା ଜଣାନ୍ତୁ ବୋଲି ବିରୋଧୀ ଦଳକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶୁକ୍ରବାର ଭୁବନେଶ୍ୱରର ଜନତା ମୈଦାନ ଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ବିଶାଳ ର୍ୟାଲିକୁ ସମ୍ବୋଧିତ କରି ଶାହା ଏହା କହିଛନ୍ତି ।
ଶାହା କହିଛନ୍ତି ଯେ, ସିଏଏକୁ ନେଇ ବିରୋଧିମାନେ ମିଛ କହୁଛନ୍ତି ଓ ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଦେଶ ବିଭାଜନ ପରେ ଲକ୍ଷ ଲକ୍ଷ ଲୋକ ପାକିସ୍ତାନ, ଆଫଗାନିସ୍ତାନ ଓ ବଙ୍ଗଳାଦେଶରେ ରହିଯାଇଥିଲେ । ସେମାନଙ୍କୁ ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯାଉଛି । ସଂଖ୍ୟାଲଘୁ ହିନ୍ଦୁ, ବୌଦ୍ଧ, ପାର୍ସି, ଜୈନ ଝିଅମାନଙ୍କୁ ଜବରଦସ୍ତି ଉଠାଇ ସେମାନଙ୍କୁ ମୁସଲମାନ କରିବା ସହ ସେମାନଙ୍କର ନିକାହା କରାଯାଉଛି । ସେ ପ୍ରଶ୍ନ କରିିଛନ୍ତି ଯେ, ନିଜ ସ୍ୱଧର୍ମକୁ ବଞ୍ଚାଇ ରଖିବା ପାଇଁ ଭାରତ ଭୂମିକୁ ଆସିଥିବା ଏହି ସଂଖ୍ୟାଲଘୁ ଶରଣାର୍ଥୀମାନଙ୍କୁ କ’ଣ ନାଗରିକତା ପ୍ରଦାନ କରିବା ଉଚିତ୍‌ ନୁହେଁ? ସେ କହିଛନ୍ତି ଯେ ବିରୋଧୀ ଦଳମାନେ ଏହି ମାମଲାରେ ମିଛ କହୁଛନ୍ତି । ସଂସଦରେ ପ୍ରଧାନମନ୍ତ୍ରୀ ଓ ସେ ନିଜେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହି ଆଇନ୍‌ ଯୋଗୁଁ କାହାର ନାଗରିକତା ଯିବ ନାହିଁ । କାରଣ ଏହା ନାଗରିକତା ସମାପ୍ତ କରିବା ପାଇଁ ନୁହେଁ, ବରଂ ପ୍ରଦାନ କରିବା ପାଇଁ ଆଇନ୍‌ । ଅତୀତରେ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦଙ୍କ ଭଳି କଂଗ୍ରେସର ବରିଷ୍ଠ ନେତାମାନେ ଏହି ଦେଶମାନଙ୍କରୁ ନିର୍ଯାତିତ ହୋଇ ଆସୁଥିବା ସଂଖ୍ୟାଲଘୁମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ସଂକଳ୍ପ କରିଥିଲେ ।
ମୋଦି ସରକାର ଏହି ଆଇନ ପ୍ରଣୟନ କରି କଂଗ୍ରେସର ଏହି ନେତାମାନଙ୍କର ବଚନକୁ ପୂରଣ କରିଛନ୍ତି । ସେ କହିଛନ୍ତି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ନିଶ୍ଚିନ୍ତ ରହନ୍ତୁ ଯେ, ଏଥିରେ କାହାରି ନାଗରିକତା ଯିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦି କେବଳ ମାନବିକ ଅଧିକାରର ରକ୍ଷା କରିଛନ୍ତି ।
ସେ କହିଛନ୍ତି ଯେ ଗତ ୫୫ ବର୍ଷର ଶାସନ କାଳରେ ଭାରତର ଅର୍ଥନୀତି ୧୧ ନମ୍ବର ସ୍ଥାନରେ ଛାଡ଼ିଥିଲେ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସାଢ଼େ ପାଞ୍ଚବର୍ଷର ଶାସନ କାଳରେ ୬ ସ୍ଥାନ ଉପରକୁ ଉଠାଇ ୫ନମ୍ବର ସ୍ଥାନରେ ପହଞ୍ଚାଇଛନ୍ତି । ସେ କହିଛନ୍ତି ଯେ, ୭୦ବର୍ଷ ଧରି ଅନେକ ପ୍ରସଙ୍ଗ ରହିଥିଲା ଯାହାକୁ ସରକାର ହାତ ମାରୁନଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ପ୍ରସଙ୍ଗଗୁଡ଼ିକ ଉପରେ ଦୃଢ଼ ନେତୃତ୍ୱର ସହ କାମ କରିଛନ୍ତି । ଗତ ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦କୁ ଉଚ୍ଛେଦ କରି କାଶ୍ମୀରକୁ ଭାରତର ମୁକୁଟ କରିଛନ୍ତି । ଯେତେବେଳେ ରାମମନ୍ଦିର ପ୍ରସଙ୍ଗ ଆସୁଥିଲା କଂଗ୍ରେସ ଏହି ପ୍ରସଙ୍ଗକୁ ଆଡ଼େଇ ଯାଉଥିଲା । ତେବେ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ତିଆରି କରି ଶ୍ରୀରାମଙ୍କ ଜନ୍ମସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣର କାମକୁ ପ୍ରଶସ୍ତ କରିଛନ୍ତି । ଖୁବଶୀଘ୍ର ଆମେ ଆକାଶଛୁଆଁ ରାମମନ୍ଦିର ଦେଖିବାକୁ ପାଇବା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦିଆଯାଉ : ନବୀନ

ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦିଆଯାଉ : ନବୀନ

Read More...

ହୋମଗାର୍ଡ଼ଙ୍କୁ ଦୈନିକ ପାଞ୍ଚ ଶହ ଦେବାକୁ ନିର୍ଦ୍ଦେଶ

ହୋମଗାର୍ଡ଼ଙ୍କୁ ଦୈନିକ ପାଞ୍ଚ ଶହ ଦେବାକୁ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page