ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦିଆଯାଉ : ନବୀନ

February 28, 2020, ଓଡ଼ିଶା, , Anupambharat News Bureau


ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦିଆଯାଉ : ନବୀନ
Anupambharat News Bureau
February 28, 2020

ଭୁବନେଶ୍ୱର, ୨୮ ।୨(ଅନୁପମ ମିଡିଆ): ଓଡିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ଭାବେ ମାନ୍ୟତା ଦେବା ସହ ପୂର୍ବାଞ୍ଚଳ ରାଜ୍ୟର ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନଠାରେ ପୂର୍ବ ଆଞ୍ଚଳିକ ପରିଷଦର ୨୪ତମ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକକୁ ସମ୍ବୋଧିତ କରି ଶାହା କେନ୍ଦ୍ର-ରାଜ୍ୟ ଓ ରାଜ୍ୟ-ରାଜ୍ୟ ସମ୍ପର୍କୀୟ ପ୍ରସଙ୍ଗ ଗୁଡ଼ିକରେ ସହମତି ଜରିଆରେ ସମାଧାନ ବାହାର କରିବା ପାଇଁ ଏହା ଏକ ସାର୍ଥକ ବୈଠକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଅନୁରୂପ ବିଚାର ଆଲୋଚନା ପରେ ଦେଶର ସଂଘୀୟ ଢ଼ାଞ୍ଚାକୁ ଆହୁରି ମଜଭୁତ କରିବା ପାଇଁ ସର୍ବସମ୍ମତିକ୍ରମେ କରାଯାଇଥିବା ନିଷ୍ପତ୍ତି ଗୁଡ଼ିକୁ ଲାଗୁ କରାଯିବା ଆବଶ୍ୟକ । ସେ କ୍ଷେତ୍ରୟ ପରିସର ପ୍ରଣାଳୀର ଉପଯୋଗିତା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ଓ କହିଥିଲେ ଯେ, ୭୦ ପ୍ରତିଶତରୁ ଅଧିକ ପ୍ରସଙ୍ଗର ସମାଧାନ କ୍ଷେତ୍ରୀୟ ପରିଷଦର ବୈଠକ ମାନଙ୍କରେ ହୋଇଛି ।
ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ବ୍ୟାଙ୍କ ଶାଖା, ଟେଲି ଯୋଗାଯୋଗ ଓ ରେଳ ଓ ସଡକକୁ ଗୁରୁତ୍ୱ ଦେବାକୁ ପ୍ରକାଶ କରିଥିଲେ । ସେହିପରି ୨୦୧୨ କୋଇଲା ରୟାଲଟି ବୃଦ୍ଧି ହୋଇ ନାହିଁ । ସେ କୋଇଲା ରୟାଲିଟି ବୃଦ୍ଧି କରିବାକୁ ଦାବି କରିଛନ୍ତି । ପୂର୍ବାଞ୍ଚଳ ରାଜ୍ୟର ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ସେ ଦାବି କରିଛନ୍ତି । ସେ କହିଛନ୍ତି ଯେ ଓଡିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟର ସମ୍ମୁଖୀନ ହୋଇ ଧନଜୀବନ ହରାଉଛି । ତେଣୁ ପ୍ରାକୃତିକ ବିପର୍ଯ୍ୟୟ ଓ ବିପଦ ଶଙ୍କୁଳତାକୁ ମାପ କାଠି ଭାବେ ରଖି ଓଡିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ଭାବେ ମାନ୍ୟତା ପ୍ରଦାନ କରାଯାଉ । ପୌରସଂସ୍ଥା ମାନଙ୍କୁ ଯେଉଁ ଅନୁଦାନ ମିଳିବା କଥା ସେଥିରେ ବିଳମ୍ବ ହେଉଥିବାରେ ସେ ଚିନ୍ତା ବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାର ରେଳର ଭିତ୍ତିଭୂମିର ବିକାଶ ପାଇଁ ମାଗଣାରେ ସରକାରୀ ଜମି ଯୋଗାଇ ଦେବା ସହ ରେଳ ପ୍ରକଳ୍ପ ବ୍ୟୟ ଅଟକଳର ୫୦ ପ୍ରତିଶତ ଅର୍ଥ ବହନ କରୁଛି । ଏହା ସତ୍ତେ୍ୱ କାର୍ଯ୍ୟର ଅଗ୍ରଗତି ହେଇ ନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଜାତୀୟ ସଂହତି ସ୍ଥାପନା କରିବା, ରାଜ୍ୟ - ରାଜ୍ୟ ମଧ୍ୟରେ ଓ ରାଜ୍ୟ କେନ୍ଦ୍ର ମଧ୍ୟରେ ସୁସମ୍ପର୍କ ହେଇଛି ଜୋନାଲ କାଉନସିଲ ବୈଠକର ମୁଖ୍ୟ ଲକ୍ଷ୍ୟ । ବିତ୍ତୀୟ, ଭିତ୍ତିଭୂମିଗତ ତଥା ଟେକ୍ନୋଲଜିରେ ସଂହତିର ଆବଶ୍ୟକତା ରହିଛି ଯାହା ଦ୍ୱାରା ଭାବନାତ୍ମକ ସଂହତି ସ୍ଥାପିତ ହୋଇ ପାରିବ ବୋଲି ସେ କହିଛନ୍ତି । ବୈଠକରେ ଉପସ୍ଥିତ ଅତିଥିଙ୍କୁ ପଟ୍ଟନାୟକ ସ୍ୱାଗତ କରିବା ସହ ବୈଠକ ପାଇଁ ଭୁବନେଶ୍ୱକୁ ବାଛିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ । ଏହି ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ନିତୀଶ କୁମାର, ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ରମେଶ ରାଓ ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାକାଳପଡାରେ ପ୍ରତିଷ୍ଠା ହେବ ନଦୀଭିତ୍ତିକ ବନ୍ଦର

ମହାକାଳପଡାରେ ପ୍ରତିଷ୍ଠା ହେବ ନଦୀଭିତ୍ତିକ ବନ୍ଦର

Read More...

ଭୁବନେଶ୍ୱରରେ ଶାହା   ‘ସିଏଏ’ ନାଗରିକତା ଦେବ, ନେବନି

ଭୁବନେଶ୍ୱରରେ ଶାହା ‘ସିଏଏ’ ନାଗରିକତା ଦେବ, ନେବନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page