ଭାରତରେ କରୋନାକୁ ବିପର୍ଯ୍ୟୟ ଘୋଷଣା

March 14, 2020, ଦେଶ, , Anupambharat News Bureau


ଭାରତରେ କରୋନାକୁ ବିପର୍ଯ୍ୟୟ ଘୋଷଣା
Anupambharat News Bureau
March 14, 2020

ନୂଆଦିଲ୍ଲୀ,୧୪ା୩ (ଅନୁପମ ମିଡିଆ): ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲଥିବା ବେଳେ କେନ୍ଦ୍ର ସରକାର ଏହାକୁ ଏକ ଅନୁସୂଚୀତ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହାଫଳରେ କରୋନା ପୀଡ଼ିତଙ୍କ ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣwି (ଏସଡିଆରଏଫ)ରୁ ସହାୟତା ପାଇପାରିବେ । ଶନିବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ ଏକ ପତ୍ର ଲେଖି ଏ ସମ୍ପର୍କରେ ସୂଚୀତ କରାଯାଇଛି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କରୋନା ଭାଇରସରେ ସଂକ୍ରମିତ ହୋଇ ମୃତୁ୍ୟ ବରଣ କଲେ ୪ ଲକ୍ଷ ଟଙ୍କା ସହାୟତା ମୃତକଙ୍କ ପରିବାର ବା ନିକଟମ ସମ୍ପର୍କୀୟଙ୍କୁ ମିଳିବ । କରୋନା ସଂକ୍ରମିତ ହୋଇ ହସପିଟାଲରେ ଭର୍ତ୍ତି ହେଲେ ଚିକିତ୍ସା ଖର୍ଚ୍ଚ ଚିକିତ୍ସା ସରକାର ବହନ କରିବେ । ସେହିପରି କରୋନା ଭାଇରସରେ ସଂକ୍ରମିତ ହୋଇ ଏକ କ୍ୱାରାଣ୍ଟାଇନ ସେଣ୍ଟରରେ ଭର୍ତ୍ତି ହୋଇଥିଲେ ସମୁଦାୟ ଚିକିତ୍ସା, ରହଣି , ନୁମନା ପରୀକ୍ଷଣ ଆଦି ଖର୍ଚ୍ଚ ସରକାର ବହନ କରିବେ । ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ ଅତିରିକ୍ତ ପରୀକ୍ଷାଗାର ସ୍ଥାପନ, ସରକାର କର୍ମଚାରୀ , ସ୍ୱାସ୍ଥ୍ୟସେବା କର୍ମଚାରୀ , ପୋଲିସ ଆଦିଙ୍କ ସୁରକ୍ଷା ପାଇଁ କିଣାଯିବାକୁ ଥିବା ସାମଗ୍ରୀର ବ୍ୟୟ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣwିରୁ ଭରଣା କରାଯିବ । ବିଶ୍ୱରେ କରୋନା ମହାମାରୀ ରୂପ ନେଇଥିବାରୁ ସତର୍କତା ଅବଲମ୍ବନ କରିଛନ୍ତି କେନ୍ଦ୍ର ସରକାର । ବିଶ୍ୱର ପଞ୍ଚମ ଦେଶ ଭାବେ କରୋନା ଭୂତାଣୁକୁ ଦୂରେଇ ରଖିବା ପାଇଁ କଠୋର ପଦକ୍ଷେପ ନେଇଛି ଭାରତ । ଏହି ଭୟାବହ ଭୂତାଣୁର ସଂକ୍ରମଣରେ ଭାରତ ଏବେ ଷ୍ଟେଜ୍‌-ଟୁରେ ରହିଛ । ଯେହେତୁ କରୋନା ପ୍ରଭାବିତ ଦେଶରୁ ଆସିଥିବା ଲୋକଙ୍କ ସଂସ୍ପର୍ଶରେ ଆସି ଦେଶରେ ଏହି ରୋଗ ବ୍ୟାପିବାରେ ଲାଗିଛି । ଏଥିସକାଶେ ଏହା ଷ୍ଟେଜଟୁରେ ଥିବା କୁହାଯାଇଛି । ପ୍ରକାଶଥାଉକି ଚାଇନାରେ ଆରମ୍ଭ ହୋଇଥିବା ଏହି ଭାଇରସ ବିଶ୍ୱର ପ୍ରାୟ ଦେଶରେ ବ୍ୟାପିବାରେ ଲାଗିଛି । ସଚେତନତା ଜରିଆରେ ଏହାକୁ ରୋକିବା ହିଁ ବିକଳ୍ପ ରହିଛି । ଓଡ଼ିଶା ସମେତ ବହୁ ରାଜ୍ୟ ସେମାନଙ୍କ ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ୩୧ ଯାଏଁ ବନ୍ଦ ଘୋଷଣା କରିଛନ୍ତ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଟପିଲା

ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଟପିଲା

Read More...

କମ ପିଲା ଥିବା ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ,  ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ

କମ ପିଲା ଥିବା ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ, ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page