ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଟପିଲା

March 23, 2020, ବିଦେଶ, , Anupambharat News Bureau


ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଟପିଲା
Anupambharat News Bureau
March 23, 2020

ରୋମ: ମହାମାରୀ କରୋନା ଭାଇରସ ଇଟାଲୀରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ଦିନକୁ ଦିନ ଏଠାରେ ମୃତ୍ୟୁସଂଖ୍ୟା ବିବାରେ ଲାଗିଛି । ଉତ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଇଟାଲୀ ବିଶ୍ୱର ୨ ନମ୍ବର ରାଷ୍ଟ୍ର । ହେଲେ କରୋନାର ମୁକାବିଲା କରିବା ପାଇଁ ଇଟାଲୀ ଏକ ପ୍ରକାରର ଅସହାୟ ହୋଇପଡ଼ିଛି ।
ଏଠାରେ ପ୍ରତିଦିନ କରୋନାରେ ଆକ୍ରାନ୍ତ ହୋଇ ଶହଶହ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି । ସ୍ଥିତି ଏପରି ହୋଇଛି ଯେ ଇଟାଲୀର କରୋନା ମହାମାରୀ ୫ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇ ସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ପୁଣି ୬୫୧ ଜଣଙ୍କ ଜୀବନ ଯାଇଛି । ଫଳରେ ଏଠାରେ ମୃତ୍ୟୁସଂଖ୍ୟା ୫୪୭୬ରେ ପହଞ୍ଚି ଯାଇଛି ।
ରବିବାର ଏଠାରେ ୭୯୩ ଜଣଙ୍କ ଲୋକ ପ୍ରାଣ ହରାଇଥିଲେ । ରବିବାର ଇଟାଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩,୫୭୮ ରହିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଏହା ୫୯,୧୩୮ରେ ପହଞ୍ଚି ଯାଇଛି । ଅର୍ଥାତ ଆକ୍ରାନ୍ତଙ୍କ ସଂଖ୍ୟା ୧୦.୪% ବୃଦ୍ଧି ପାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଟାଲୀରେ ୭,୦୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପୂର୍ବଦିନ ୬,୦୭୨ ଜଣ ସୁସ୍ଥ ହୋଇଥିଲେ ।
ଶନିବାର ୨,୮୫୭ ଜଣ ଲୋକ ଗୁରୁତର ଅବସ୍ଥାରେ ଥିବା ବେଳେ ଏହି ସଂଖ୍ୟା ୩,୦୦୯ରେ ପହଞ୍ଚି ଯାଇଛି । ଉଲ୍ଲେଖଥାଉକି ମହାମାରୀ କରୋନାରେ ରବିବାର ୬୫୧ ଜଣଙ୍କର ମୃତ୍ୟୁ ଘଟିଛି । ଶନିବାର ଇଟାଲୀରେ ଗୋଟିଏ ଦିନରେ ଯାଇଥିଲା ୭୯୩ ଜଣଙ୍କ ଜୀବନ । ଶନିବାର ତୁଳନାରେ ରବିବାର ମୃତ୍ୟୁ ସଂଖ୍ୟା ବଢ଼ିଛି । ତେଣୁ ଆଗାମୀ ଦିନରେ ମୃତ୍ୟୁ ସଂଖ୍ୟା କମିବ ବୋଲି ଆଶା ରଖିଛନ୍ତି ଇଟାଲୀବାସୀ । ସାରା ବିଶ୍ୱରେ ଏଯାବତ ୩୧୨,୦୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
୧୩,୦୭୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ଏବେ ୨୦୩,୦୬୩ ଜଣ ଚିକିତ୍ସାଧୀନ ରହିଛନ୍ତି । ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୯୫,୯୮୪ ଜଣ k ୧୦୮, ୯୪୭ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏଯାବତ ସାରା ଦେଶର ୧୮୮ଟି ଦେଶରେ କରୋନା ଆକ୍ରାନ୍ତ ଦେଖିବାକୁ ମିଳିଛି । ଇଟାଲୀରେ ସର୍ବାଧିକ ୪,୮୨୫ ଜଣଙ୍କର ମୃତ୍ୟୁ ଘଟିଛି ।
ଏହାପରେ ଚୀନ ରହିଛି । ପ୍ରଥମେ କରୋନା ଚୀନରୁ ବ୍ୟାପିଛି । ଏଯାବତ ୩,୨୬୧ ଜଣଙ୍କର ମୃତ୍ୟୁ ଘଟିଛି । ଗତ କିଛି ଦିନ ପାଖରୁ ଚୀନରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ହେଲେ ଗତକାଲି ୧୬ ଜଣଙ୍କର ମୃତ୍ୟୁ ଘଟିଛି । ଯାହାକି ପୂର୍ବ ହାର ତୁଳନାରେ ବହୁି ଅଧିକ । ବିଶ୍ୱର ୧୮୮ଟି ଦେଶକୁ ବ୍ୟାପିଛି ମହାମାରୀ କରୋନା । କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶ ଲକïାଉନ୍‌ କରୁଛନ୍ତି ।
ତେବେ ଲକ୍‌ଡାଉନ୍‌ ହେଲେ କରୋନା ସଂକ୍ରମଣ କମିବ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ମାଇକ୍‌ ରିୟାନ ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସିର ଆଣ୍ଡୁ୍ୟର୍‌ ମାର ଶୋ’ରେ ଯୋଗଦେଇ ଏହା କହିଛନ୍ତି । ସେ କହିଛନ୍ତି, ଲକ୍‌ଡ଼ାହଉନ୍‌ରେ ମଧ୍ୟ ବିପଦ ରହିଛି । ପ୍ରାଥମିକ ଭାବରେ ଲକ୍‌ଡାଉନ୍‌ କରି ସାମାଜିକ ଦୂରତ୍ୱ ସୃଷcି କରାଯାଇ ପାରିଲା ।
ହେଲେ ଏବେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଦରକାରଛ ଏହାପରେ ସେହି ଆକ୍ରାନ୍ତ ଜଣଙ୍କ କେଉଁ ମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ଖୋଜିବା ଦରକାର । ଏପରି କରି ସମସ୍ତଙ୍କୁ ଆଇସୋଲେସେନରେ ରଖିପାରିଲେ କରୋନାର ମୁକାବିଲା ସଠିକ୍‌ ଢଙ୍ଗରେ ହୋଇପାରିବ । ନହେଲେ ଏହି କିଲର ଭାଇରସ ପୁଣିଥରେ ଫେରିବାର ସମ୍ଭାବନା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାମାଜିକ ଦୂରତା ନ ମାନିଲେ ଏପ୍ରିଲ ବେଳକୁ  ଇଟାଲୀ-ଇରାନ୍‌ ପାଲଟିବ ଭାରତ

ସାମାଜିକ ଦୂରତା ନ ମାନିଲେ ଏପ୍ରିଲ ବେଳକୁ ଇଟାଲୀ-ଇରାନ୍‌ ପାଲଟିବ ଭାରତ

Read More...

ଭାରତରେ କରୋନାକୁ ବିପର୍ଯ୍ୟୟ ଘୋଷଣା

ଭାରତରେ କରୋନାକୁ ବିପର୍ଯ୍ୟୟ ଘୋଷଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page