ସାମାଜିକ ଦୂରତା ନ ମାନିଲେ ଏପ୍ରିଲ ବେଳକୁ ଇଟାଲୀ-ଇରାନ୍‌ ପାଲଟିବ ଭାରତ

March 23, 2020, ଦେଶ, , Anupambharat News Bureau


ସାମାଜିକ ଦୂରତା ନ ମାନିଲେ ଏପ୍ରିଲ ବେଳକୁ  ଇଟାଲୀ-ଇରାନ୍‌ ପାଲଟିବ ଭାରତ
Anupambharat News Bureau
March 23, 2020

ମୁମ୍ବାଇ: କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଯେଉଁ ହାରରେ କାୟା ବିସ୍ତାର କରୁଛି ଭାରତ କିଛି ମାସ ମଧ୍ୟରେ ପ୍ରମୁଖ ବିପର୍ଯ୍ୟୟ ସାମ୍ନା କରିବ ବୋଲି ଚେତାଇ ଦେଇଛନ୍ତି ଜଣେ ମାଇକ୍ରୋବାୟୋଲୋଜିଷ୍ଟ ।
ସେ କହିଛନ୍ତି, ‘ଜନତା କର୍ଫ୍ୟୁ’ ଆଉ ୨ ସପ୍ତାହ ଲାଗୁ କରିବାର ଥିଲାଛ ଏବେଠୁ ସାବଧାନ ନ ହେଲେ ଇଟାଲୀ ଓ ଇରାନ୍‌ ପରି ସ୍ଥିତି ହେବ ବୋଲି ଭାରତରେ ମାଇକ୍ରୋ ବାୟୋଲୋଜିଷ୍ଟ ସୋସାଇଟିର ସଭାପତି ଏଏମ୍‌ ଦେଶମୁଖ ଏଭଳି ଚିନ୍ତା ପ୍ରକଟ କରିଛନ୍ତି ।
ସେ କହିଛନ୍ତି, ଆମେ ଭାବୁଛୁ ଯଦି ସାମାଜିକ ଦୂରତାକୁ ଗୁରୁତ୍ୱର ସହ ପାଳନ କରାଯିବନି, ଏପ୍ରିଲ ଶେଷ ବେଳକୁ ହସ୍ପିଟାଲ ସବୁରେ ରୋଗୀ ଭର୍ତ୍ତି ହୋଇଯିବେ । ସ୍ଥିତିକୁ ଠିକରେ ପରିଚାଳନା କରିହେବନି । ଲୋକେ ସାମାଜିକ ଦୂରତାର ନିୟମ ସବୁକୁ ଯେଉଁଭଳି ବେଖାତିର କରୁଛନ୍ତି ଏବଂ ଖୋଲାରେ ଘୁରୁ ବୁଲୁଛନ୍ତି ତାହା ତାଙ୍କୁ ବ୍ୟଥିତ କରୁଥିବା ସେ କହିଛନ୍ତି । ସଂସ୍ପର୍ଶରେ ଆସିଲେ ବା କଣ୍ଟାକଫରେ ଆସିଲେ ଏହି ଭାଇରସ୍‌ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି । ପୂର୍ବରୁ ମଧ୍ୟ ମାଇକ୍ରୋବାୟୋଲୋଜିଷ୍ଟ ସୋଶାଇଟି ଅଫ୍‌ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ସ୍ମାରକପତ୍ର ଦେଇସାରିଛି । ସେମାନେ ଦାବି କରିଛନ୍ତି, ମାର୍ଚ୍ଚ ୨୨ର ‘ଜନତା କର୍ଫ୍ୟୁ’ର ଅବଧି ଆହୁରି ୧୪ ଦିନ ବାଇଦିଆଯାଉ ।
ସୂଚନାଯୋଗ୍ୟ ଯେ, ଗତକାଲିର ‘ଜନତା କର୍ଫ୍ୟୁ’ ଅବସରରେ ଘରେ ରହି ବାଲକୋନୀ ବା ଝରକାରୁ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ଜଣାଇବାକୁ ମୋଦି ଆହ୍ୱାନ୍‌ କରିଥିଲେ । କି;ୁ ଲୋକେ କଟକଣା ନମାନି ବାହାରେ ଆସି ଭିଡ଼ ଜମାଇ ଥାଳି ଓ ବାଦ୍ୟ ଆଦି ବଜାଇବା ଆରମ୍ଭ କରିଥିଲେଛ ସାମାଜିକ ଦୂରତା ଅବଲମ୍ବନ କରିବା ବଦଳରେ ୫ରୁ ୧୦ ଏବଂ ତା’ଠାରୁ ଅଧିକ ଲୋକ ଏକାଠି ହୋଇଥିଲେ । ଏହା ସମସ୍ତଙ୍କ ଚିନ୍ତା ବାଇ ଦେଇଛି । ତେବେ ଏହାକୁ ନେଇ ଦେଶମୁଖ କହିଛନ୍ତି, କୋଭିଡ୍‌-୧୯ ବାବଦରେ ୧୪ ଦିନରେ ସବୁକିଛି ଜଣାପଡ଼ିଯାଏ ।ଏହା ପଜିଟିଭ୍‌ ବା ନେଗେଟିଭ୍‌ ଅଛି ସ୍ପଷ୍ଟ ହୋଇଯାଏ । ଏହାପରେ ଯାଇ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଏ । ଆମେ ନିଶ୍ଚିତ ଯେ ଆଉ ୧୪ ଦିନ ‘ଜନତା କର୍ଫ୍ୟୁ’ ଲାଗୁ କଲେ ଆମେ କରୋନାର ପ୍ରଭାବ କମାଇ ଦେଇପାରିବା । କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଯେଉଁ ହାରରେ କାୟା ବିସ୍ତାର କରୁଛି ଭାରତ କିଛି ମାସ ମଧ୍ୟରେ ପ୍ରମୁଖ ବିପର୍ଯ୍ୟୟ ସାମ୍ନା କରିବ ବୋଲି ଚେତାଇ ଦେଇଛନ୍ତି ଜଣେ ମାଇକ୍ରୋବାୟୋଲୋଜିଷ୍ଟ ।
ଉଲ୍ଲେଖଥାଉକି ସେ କହିଛନ୍ତି, ‘ଜନତା କର୍ଫ୍ୟୁ’ ଆଉ ୨ ସପ୍ତାହ ଲାଗୁ କରିବାର ଥିଲାଛ ଏବେଠୁ ସାବଧାନ ନ ହେଲେ ଇଟାଲୀ ଓ ଇରାନ୍‌ ପରି ସ୍ଥିତି ହେବ ବୋଲି ଭାରତରେ ମାଇକ୍ରୋ ବାୟୋଲୋଜିଷ୍ଟ ସୋସାଇଟିର ସଭାପତି ଏଏମ୍‌ ଦେଶମୁଖ ଗୋଟାଏ ସମସ୍ୟା ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ସଂକ୍ରମଣ ମୁକାବିଲା ପାଇଁ ଏସସିବିରେ ଆରଡିସିଙ୍କ ଦୃଢ ପଦକ୍ଷେପ

କରୋନା ସଂକ୍ରମଣ ମୁକାବିଲା ପାଇଁ ଏସସିବିରେ ଆରଡିସିଙ୍କ ଦୃଢ ପଦକ୍ଷେପ

Read More...

ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଟପିଲା

ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଟପିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page