ବଜ୍ରପାତ ନେଲା ପାଞ୍ଚ ଜୀବନ: ନବବିବାହିତ ମୃତ

May 16, 2019, ଓଡ଼ିଶା, , Anupambharat News Bureau


ବଜ୍ରପାତ ନେଲା ପାଞ୍ଚ ଜୀବନ: ନବବିବାହିତ ମୃତ
Anupambharat News Bureau
May 16, 2019

କେନ୍ଦୁଝର/ଆନନ୍ଦପୁର/ଆସିକା,୧୫ା୫ (ଅନୁପମ ମିଡିଆ): ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ଘଟି ପାଞ୍ଚ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନୁନ୍ୟ ୯ ଜଣ ଆହତ ହୋଇଥିବା ଜଣାପଡ଼ିିଛି । ମୃତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଏବଂ ବାଲେଶ୍ୱର ଜିଲ୍ଲାର ପ୍ରତ୍ୟେକ ଦୁଇ ଜଣ ଲେଖାଏଁଙ୍କ ମୃତୁ୍ୟ ଘଟିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଜଣଙ୍କ ମୃତୁ୍ୟ ଘଟିଛି ।
କେନ୍ଦୁଝର ଜିଲ୍ଲାର ଟାଙ୍ଗିରିଆପାଳ ଅଞ୍ଚଳରେ ବୁଧବାର ଅପରାହ୍ନରେ ପ୍ରବଳ ଝଡତୋଫାନ ସହିତ ବଜ୍ରପାତ ହେବା ଫଳରେ ନବବିବାହିତ କୋଠଘାଟି ସାହିର ଜିତେନ୍ଦ୍ର ମୁର୍ମୁଙ୍କର ମୃତୁ୍ୟ ହୋଇଥିବାବେଳେ ଅନ୍ୟ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଚିକିସିା ପାଇଁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଜିତେନ୍ଦ୍ର ଗତ ୧୩ ତାରିଖରେ ବିବାହ କରିଥିଲେ । ଆଜି ଜିତେନ୍ଦ୍ରଙ୍କ କୋଠଘାଟି ସାହି ସ୍ଥିତ ନିଜ ଘରେ ଭୋଜିଭାତର ଆୟୋଜନ ଚାଲିଥିଲା । ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କ ମେଳରେ ନାଚଗୀତ ଚାଲିଥିବାବେଳେ ହଠାତ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜିତେନ୍ଦ୍ରଙ୍କର ମୃତୁ୍ୟ ହୋଇଥିବାବେଳେ ତାଙ୍କ ମାଇଁ ସୁଲୋଚନା, ମାମୁଁ ଫଗୁ ରାମ, ସାନ ଭାଇ ମୁନା ଓ ଅନ୍ୟଜଣେ ସମ୍ପର୍କୀୟ ଗୁରୁତର ହୋଇ ଅଚେତ ହୋଇ ପଡ଼ିଥିଲେ । ଗୁରୁତରମାନଙ୍କୁ ଚିକିସିା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ସେହିପରି ଘସିପୁରା ଥାନା ବାଟ ସାହିର ଜଣେ ଯୁବକ ସଞ୍ଜୟ ସୋରେନ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇ ଗୁରୁତର ହୋଇଥିଲେ । ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ଡ଼ାକ୍ତର ଖାନାରେ ଭର୍ତ୍ତି କରିଥିବା ଜଣାଯାଇଛି । ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ସେହିଭଳି ଗଞ୍ଜାମ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ରାଇଝଳ ଗାଁରେ ଅରାହ୍ନରେ ବଜ୍ରପାତ ଯୋଗୁ ବିଲରେ କାର୍ଯ୍ୟ କରୁଥିବା ନାରାୟଣ ଗୌଡ଼(୩୧)ଙ୍କ ମୃତୁ୍ୟ ଘଟିଛି ।
ଅନୁରୂପ ଭାବେ ବଜ୍ରପାତ ଯୋଗୁ ଆସିକା ଥାନା ଚେରମାରିଆ ଗ୍ରାମର ଅମୁଲି ଗୌଡ଼(୪୫)ଙ୍କ ମୃତୁ୍ୟ ହୋଇଛି । ଅମୁଲି ବିଲରେ କାମ କରି ଗାଇ ଜଗୁଥିବା ସ୍ୱାମୀ ଅରକ୍ଷିତ ଗୌଡ଼ଙ୍କ ପାଇଁ ଖାଦ୍ୟ ନେଇ ଯାଇଥିଲେ । ଅଚାନକ ବର୍ଷା ଘଡ଼ଘଡ଼ି ଆସି ଯାଇଥିବାରୁ ସେ ଗଛ ମୂଳେ ଆଶ୍ରୟ ନେଇଥିବା ବେଳେ ଘଡ଼ଘଡ଼ି ସହ ବଜ୍ରାଘାତରେ ଶିକାର ହୋଇଥିଲେ ଅମୁଲି । ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମରେ ବଜ୍ରଘାତ ପ୍ରଭାବରେ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡିଛି ।
ମହିଳା ଜଣକ ହେଲେ ଜ୍ୟୋତ୍ସା ନାୟକ । ଜ୍ୟୋତ୍ସା ଗାଁ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ରାସ୍ତାରେ ବଜ୍ରପାତ ହୋଇଥିଲା । ଚେତାଶୂନ୍ୟ ଅବସ୍ଥାରେ ସେ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡିଛି ।
ଅନ୍ୟପକ୍ଷେ ବାଲେଶ୍ୱର ଜିଲ୍ଲାର ସିଙ୍ଗଲା ଥାନାର ରାଣେଶ୍ୱରପୁର ଡିହଚସାର୍ଥ ଗାଁର ପାଞ୍ଚ ଜଣ ଆଜି ସନ୍ଧ୍ୟାରେ ଚିଙ୍ଗୁଡ଼ି ଘେରିକୁ ମେସିନ୍‌ ସଜାଡ଼ିବାକୁ ଯାଇଥିଲେ । ସେହି ସମୟରେ ବଜ୍ରାପତ ଘଟିବାରୁ ବାବୁରାମ ସିଂହ ଓ ବାସୁଦେବ ଜେନାଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍‌,  ମାଗଣାରେ ମିଳିବ ଚାଉଳ, କିରୋସିନ

ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍‌, ମାଗଣାରେ ମିଳିବ ଚାଉଳ, କିରୋସିନ

Read More...

ବଡ଼ଗୁମୁଳା ହତ୍ୟା ମାମଲା, ଧରାପଡ଼ିଲେ ଦୁଇ ମାଷ୍ଟରମାଇଣ୍ଡ୍‌

ବଡ଼ଗୁମୁଳା ହତ୍ୟା ମାମଲା, ଧରାପଡ଼ିଲେ ଦୁଇ ମାଷ୍ଟରମାଇଣ୍ଡ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page