ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍‌, ମାଗଣାରେ ମିଳିବ ଚାଉଳ, କିରୋସିନ

May 16, 2019, ଓଡ଼ିଶା, , Anupambharat News Bureau


ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍‌,  ମାଗଣାରେ ମିଳିବ ଚାଉଳ, କିରୋସିନ
Anupambharat News Bureau
May 16, 2019

ଭୁବନେଶ୍ୱର, ୧୫ା୫ (ଅନୁପମ ମିଡିଆ) : ପୁରୀ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ବାତ୍ୟା ‘ଫନି’ରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ପାଇଁ ବୁଧବାର ରିଲିଫ୍‌ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ପୁରୀ ଗସ୍ତ ଅବସରରେ ପ୍ୟାକେଜ ଘୋଷଣା କରି ନବୀନ କହିଛନ୍ତି ଯେ, ପ୍ରତି ପରିବାରକୁ ମାଗଣାରେ ଅଢେଇ ଲିଟର କିରୋସିନି ମିଳିବ । ପ୍ରତି ୧୦ ଦିନରେ ଥରେ ଅଢେଇ ଲିଟର କିରାସିନି ମିଳିବ । ବିଦୁ୍ୟତ ଯୋଗାଣ ସ୍ୱାଭାବିକ୍‌ ନହେବା ଯାଏ ମିଳିବ କିରୋସିନି । ପ୍ରଭାବିତ ଅଞ୍ଚଳରେ ୧୦ ଲକ୍ଷ ମହମବତୀ ମାଗଣା ବଣ୍ଟନ ହେବ । ସେହିପରି ପ୍ରତି ପରିବାରକୁ ୫୦ କେଜି ଲେଖାଏଁ ଚାଉଳ ଯୋଗାଇ ଦିଆଯିବ । ରାଶନ କାର୍ଡ ନଥିବା ପରିବାରକୁ ବି ଚାଉଳ ମିଳିବ । ୨ ମାସ ପାଇଁ ମାଗଣାରେ ସାନିଟାରୀ ନାପକିନ ବଣ୍ଟନ ହେବ । ପୁରୀ ଜିଲ୍ଲାକୁ ବିଦୁ୍ୟତ ଯୋଗାଣ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀକୁ ବିଦୁ୍ୟତ୍‌ ଯୋଗାଉଥିବା ସମସ୍ତ ୩ଟି ଲାଇନ ନଷ୍ଟ ହୋଇଥିଲା । ଆଜି ଗୋଟିଏ ଲାଇନକୁ ସମ୍ପୂର୍ଣ୍ଣ ଠିକ କରି ଦିଆଯାଇଛି । ପୁରୀ, ନିମାପଡ଼ା, କୋଣାର୍କ ସହରକୁ ବୁଧବାର ରାତିରୁ ବିଜୁଳି ଯୋଗାଣ ହେବ । ବିଦୁ୍ୟତ୍‌ ପୁନଃରୁଦ୍ଧାର ପାଇଁ ୧୦ ହଜାର ଲୋକ କାମ କରୁଛନ୍ତି । ଯେତେ ଶୀଘ୍ର ସମ୍ଭବ ସାରା ଜିଲ୍ଲାକୁ ବିଦୁ୍ୟତ୍‌ ଯୋଗାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍ତ୍ୟକ୍ତ କର୍ମୀ ମଞ୍ଚ ଭାଙ୍ଗିଲେ,  କୋଲକାତାରେ ଯୋଗୀଙ୍କ ର୍ୟାଲି ବାତିଲ

ଉତ୍ତ୍ୟକ୍ତ କର୍ମୀ ମଞ୍ଚ ଭାଙ୍ଗିଲେ, କୋଲକାତାରେ ଯୋଗୀଙ୍କ ର୍ୟାଲି ବାତିଲ

Read More...

ବଜ୍ରପାତ ନେଲା ପାଞ୍ଚ ଜୀବନ: ନବବିବାହିତ ମୃତ

ବଜ୍ରପାତ ନେଲା ପାଞ୍ଚ ଜୀବନ: ନବବିବାହିତ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page