ଏକଜୁଟ ନିଦର୍ଶନ ପାଇଁ ମୋଦିଙ୍କ ଆହ୍ୱାନ ପାଞ୍ଚ ତାରିଖ ରାତି ୯ରେ ଦୀପ ଜଳାଅ

April 03, 2020, ଦେଶ, , Anupambharat News Bureau


ଏକଜୁଟ ନିଦର୍ଶନ ପାଇଁ ମୋଦିଙ୍କ ଆହ୍ୱାନ ପାଞ୍ଚ ତାରିଖ ରାତି ୯ରେ ଦୀପ ଜଳାଅ
Anupambharat News Bureau
April 03, 2020

ନୂଆଦିଲ୍ଲୀ,୩ା୪: ଆସନ୍ତା ପାଞ୍ଚ ତାରିଖ ରାତ୍ର ୯ଟା ବେଳେ ୯ମିନିଟ୍‌ ପାଇଁ ନିଜ ବାସଗୃହର ବିଜୁଳି ଆଲୋକ ବନ୍ଦ କରି ନିଜ ଘର ଦ୍ୱାର ନିକଟରେ କିମ୍ବା ବାଲ୍‌କୁନିରେ ସାମାଜିକ ଦୂରତ୍ୱ ରଖି ଦୀପ ପ୍ରଜ୍ୱଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଦେଶର ୧୩୦ କୋଟି ଭାରତୀୟ ଏକ ଅଛନ୍ତି, ଏହା ହିଁ ଏହି ଆଲୋକରୁ ସ୍ପଷ୍ଟ ପ୍ରତିଫଳିତ ହେବ । ଆମେ ମିଳିମିଶି କରୋନାର ମୁକାବିଲା କରିବା ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ ହେବ । ଏହା ବ୍ୟତୀତ ସାମାଜିକ ଦୂରତ୍ୱରକୁ ବ୍ୟତୀକ୍ରମ ନଘଟାଇ କରୋନା ଭାଇରସ୍‌ର ଚେନ୍‌କୁ ଭାଙ୍ଗିବା ହିଁ ଦେଶବାସୀଙ୍କ ଲକ୍ଷ୍ୟ ହେବ ବୋଲି ମୋଦି କହିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ଆଜି ସକାଳ ୯ଟାରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ଉର୍ଦ୍ଦେଶ୍ୟରେ ଏକ ବାର୍ତ୍ତା ଦେବେ ବୋଲି କୁହାଯାଇଥିଲା । ମୋଦି ନିଜ ୯ମିନଟ ଭିଡ଼ିଓ ବାର୍ତ୍ତାରେ ଉପରୋକ୍ତ ବିଷୟ ପ୍ରକାଶ କରିଥିଲେ । ଅନ୍ୟପକ୍ଷେ ଆଜି କୋଭିଡ଼ ୧୯ ମୁକାବିଲା ଲାଗି ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଅନୁଦାନ ମଞ୍ଜୁର କରାଯାଇଛି । ରାଜ୍ୟ ଗୁଡ଼ିକର ଆର୍ଥିକ ମାନଦଣ୍ଡକୁ ମଜବୁତ ପାଇଁ ୧୧,୦୯୨ କୋଟି ଟଙ୍କା ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗତକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡ଼ିଓ କନଫେରନ୍ସିଂ ବୈଠକ ବେଳେ ଆର୍ଥିକ ସହାୟତା ଲାଗି ଦାବି ଉଠିଥିଲା । ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଷ୍ଟେଟ ଡିଜାଷ୍ଟର ରିସ୍କ ମ୍ୟାନେଜମେଣ୍ଟ ଫଣ୍ଡ(ଏସ୍‌ଡିଆରଏନଏଫ୍‌)ରୁ ୧୧,୦୯୨ କୋଟି ଆଜି କେନ୍ଦ୍ର ସ୍ୱରାଷ୍ଟ ବ୍ୟାପାର ମନ୍ତ୍ରୀ ଅମିତ ଶାହା ମଞ୍ଜୁର କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ଗୋଟିଏ ଦିନରେ ୯୫୦ ପଜିଟିଭ

ଦେଶରେ ଗୋଟିଏ ଦିନରେ ୯୫୦ ପଜିଟିଭ

Read More...

 ସୁସ୍ଥ ହେଲେ ପ୍ରଥମ ସଂକ୍ରମିତ

ସୁସ୍ଥ ହେଲେ ପ୍ରଥମ ସଂକ୍ରମିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page