ଦେଶରେ ଗୋଟିଏ ଦିନରେ ୯୫୦ ପଜିଟିଭ

April 03, 2020, ଦେଶ, , Anupambharat News Bureau


ଦେଶରେ ଗୋଟିଏ ଦିନରେ ୯୫୦ ପଜିଟିଭ
Anupambharat News Bureau
April 03, 2020

ନୂଆଦିଲ୍ଲୀ,୩ା୪: ଦେଶରେ କରୋନା ଭୂତାଣୁର ପ୍ରକୋପ ଜାରି ରହିଛି । ଗୋଟିଏ ଦିନରେ ଭାରତରେ ୯୫୦ ଜଣ ବ୍ୟକ୍ତିଙ୍କ ଶରୀରରେ ଏହି ଭୂତାଣୁର ପଜିଟିଭ୍‌ ଚିହ୍ନଟ ହୋଇଛି । ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୨୫୭୫କୁ ସ୍ପର୍ଶ କରିଥିବା ବେଳେ ମୃତକଙ୍କ ସଂଖ୍ୟା ଶୁକ୍ରବାର ୬୨କୁ ପହଞ୍ଚିଛି । ଗତ ୧୦ ଦିନ ମଧ୍ୟରେ ଆଜି ସର୍ବାଧିକ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଥିବା ଏହି କରୋନା ବ୍ୟାପକତାର ମୁଖ୍ୟ ଉତ୍ସ୍ୟ କୁହାଯାଉଥିବା ଦିଲ୍ଲୀନଗରୀର ନିଜାମୁଦ୍ଦିନସ୍ଥିତ ତାବ୍‌ଲିଗ୍‌ ଜମାତ୍‌ ମସ୍‌ଜିଦ୍‌ରେ ଆୟୋଜିତ ଧାର୍ମିକ ସମ୍ମିଳନୀ ତୀବ୍ର ସମାଲୋଚନା କେନ୍ଦ୍ରକୁ ଆସିଛି । ଉକ୍ତ ମର୍କାଜ୍‌ ନିଜାମୁଦ୍ଦିନ୍‌ ସ୍ଥିତ ଜମାତ ସମ୍ମିଳନୀରେ ଯୋଗଦେଇଥିବା ସମୁଦାୟ ଲୋକଙ୍କ ମଧ୍ୟରୁ ଇତିମଧ୍ୟରେ ୬୪୭ ଜଣ ଲୋକଙ୍କ ଶରୀରରୁ କୋଭିଡ଼୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛି । ଏହି ସଂପର୍କରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ଗତ କିଛିଦିନ ଧରି ଯେଉଁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି ଏହା କେବଳ ନିଜାମୁଦ୍ଦିନ ଘଟଣାରୁ ବୋଲି ସ୍ପଷ୍ଟ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ସମ୍ମିଳନୀରେ ଯେଉଁ ୯ହଜାରରୁ ଉର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରି ୧୪ ରାଜ୍ୟକୁ ଫେରି ଯାଇଛନ୍ତି । ଉକ୍ତ ରାଜ୍ୟ ମାନଙ୍କରେ କରୋନାର ସଂକ୍ରମଣ ଓ ବ୍ୟାପକତା ବୃଦ୍ଧି ପାଉଥିବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି । ବିଭିନ୍ନ ରାଜ୍ୟରୁ ଏହି ନିଜାମୁଦ୍ଦିନ ଘଟଣାରୁ କରୋନା ସଂକ୍ରମଣ ହୋଇଥିବା ୧୨ଜଣ ଲୋକ ପ୍ରାଣ ହରାଇଛନ୍ତି । ସାମାଜିକ ଦୂରତ୍ୱ ବଜାୟ ରଖିବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ଘୋଷଣା କରାଯାଇଥିଲେ ମଧ୍ୟ ଲକ୍‌ଡ଼ାଉନ୍‌ ସମୟରେ ଉକ୍ତ ମସ୍‌ଜିଦ୍‌ ମଧ୍ୟରେ ଇସ୍‌ଲାମ୍‌ ସଂପ୍ରଦାୟର ସଦସ୍ୟମାନେ ଏକଜୁଟ ହୋଇ ଉକ୍ତ ୬ ମାହାଲା କୋଠା ମଧ୍ୟରେ ରହିଥିଲୋ ଯାହାକି ସାମାଜିକ ଦୂରତ୍ୱକୁ ଏହା ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଥିବା ବେଲେି କୁହାଯାଇଛି । ଶୁକ୍ରବାର ଅପରାହ୍ନ ସୁଦ୍ଧା ପ୍ରାପ୍ତ ସୂଚନା ମୁତାବକ ତାମିଲ୍‌ନାଡ଼ୁର ୪୧୧ ଜଣ ନିଜାମୁଦ୍ଦିନ ସମ୍ମିଳନୀରୁ ପେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬୪ ଜଣ ବ୍ୟକ୍ତିଙ୍କ ନିକଟରେ କୋଭିଡ଼୍‌-୧୯ ପଜିଟିଭ୍‌ ଚିହ୍ନ ହୋଇଛି । ଠିକ୍‌ ସେହିଭଳି ଉକ୍ତ ସମ୍ମିଳନୀରେ ଯୋଗଦେଇଥିବା ୩୮୪ ବ୍ୟକ୍ତିଙ୍କ ମଧ୍ୟରୁ ୨୫୯ ଲୋକଙ୍କ ମଧ୍ୟରେ କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ଠିକ୍‌ ସେହିଭଳି ତାବ୍‌ଲିଗ୍‌ ଜମାତ ସମ୍ମିଳନୀରେ ଯୋଗଦେଇଥିବା ଉତ୍ତରପ୍ରଦେଶର ୧୭୨ ଲୋକଙ୍କ ମଧ୍ୟରୁ ୪୭ ଜଣଙ୍କ ମଧ୍ୟରେ ପଜିଟିଭ୍‌ ଦେଖାଦେଇଛି । ଆନ୍ଧ୍ରପ୍ରଦେଶରେ ମଧ୍ୟ ଯେଉଁ ୧୬୧ ଲୋକଙ୍କୁ ଉକ୍ତ ନିଜାମୁଦ୍ଦିନ ସମ୍ମିଳନୀରୁ ଉଦ୍ଧାର କରାଯାଇଛି, ସେମାନଙ୍କ ମଧ୍ୟରେ ପଜିଟିଭ୍‌ ଥିବା ଜଣାପଡିଛି । ରାଜସ୍ଥାନରେ ୩୧ ଜଣ ଲୋକ ଏହି ସମ୍ମିଳନୀରୁ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
କାଶ୍ମୀର, ହିମାଚଳପ୍ରଦେଶ, ଆଣ୍ଡାମାନ ଓନିକୋବର ଦୀପପୁଞ୍ଜରେ ସଂକ୍ରମଣ ମଧ୍ୟ ବ୍ୟାପୀବାରେ ଲାଗିଛି । ଆକ୍ରାନ୍ତ ଲୋକଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି । ଏଭଳି ସ୍ଥିତିରେ ଦେଶର ବିଭିନ୍ନ ଭାଗରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏହି ନିଜାମୁଦ୍ଦିନ ସମ୍ମିଳନୀରୁ ଆସିଥିବା ରୋଗୀମାନଙ୍କର ଚିକିତ୍ସା କରାଯାଉଥିଲେ ମଧ୍ୟ ସେମାନେ ବିଭିନ୍ନ ଅବହେଳା କାରଣ ଦର୍ଶାଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ଯାହାକୁ ନେଇ ଉକ୍ତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କେନ୍ଦ୍ର ମାନଙ୍କରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଲୋକମାନେ କୌଣସି ବିଶୃଙ୍ଖଳା ସୃଷ୍ଟି କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କେନ୍ଦ୍ରର ନିର୍ଦ୍ଦେଶ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ମୃତୁ୍ୟ

ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ମୃତୁ୍ୟ

Read More...

ଏକଜୁଟ ନିଦର୍ଶନ ପାଇଁ ମୋଦିଙ୍କ ଆହ୍ୱାନ ପାଞ୍ଚ ତାରିଖ ରାତି ୯ରେ ଦୀପ ଜଳାଅ

ଏକଜୁଟ ନିଦର୍ଶନ ପାଇଁ ମୋଦିଙ୍କ ଆହ୍ୱାନ ପାଞ୍ଚ ତାରିଖ ରାତି ୯ରେ ଦୀପ ଜଳାଅ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page