ଗୋଟିଏ ଦିନରେ ସୁସ୍ଥ ହେଲେ ୧୦

April 10, 2020, ଓଡ଼ିଶା, , Anupambharat News Bureau


ଗୋଟିଏ ଦିନରେ ସୁସ୍ଥ ହେଲେ ୧୦
Anupambharat News Bureau
April 10, 2020

ଭୁବନେଶ୍ୱର, ୧୦ା୪(ଅନୁପମମିଡ଼ିଆ): ରାଜ୍ୟରେ ଗୋଟିଏ ଦିନରେ ୧୦ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନାନୁଯାୟୀ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ନେଗଟିଭ ସହୁ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ହଟସ୍ପଟ କୁହାଯାଉଥିବା ଭୁବନେଶ୍ୱରରୁ ପାଞ୍ଚ ରହିଥିବା ବେଳେ ଭଦ୍ରକରୁ ଦୁଇ ଏବଂ କଟକ, ଯାଜପୁର ଏବଂ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି । ଫଳରେ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୪୮ରୁ ୩୫ ଏକଫିଭ ମାମଲା ରହିଛିି । ଉଲ୍ଳେଖଥାଉକି ଗୁରୁବାର ସକାଳେ ଦୁଇଟି ମାମଲା ସାମନାକୁ ଆସିଥିବା ବେଳେ ରାତ୍ରୀରେ ଆଉ ଚାରୋଟି ମାମଲା ସାମନାକୁ ଆସିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗୁରୁବାର ରାଜ୍ୟରେ ମୋଟ ୪୦୮ଟି ନମୁନା ପରୀକ୍ଷଣ କରା ଯାଇଥିଲା । ଏଥି ମଧ୍ୟରୁ ୬ଟି ପଜିଟିଭ ଆସିଥିବା ବେଳେ ବଳକା ନମୁନା ଗୁଡିକ ନେଗେଟିଭ ଆସିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨୪୯ ନମୁନା ପରୀକ୍ଷଣ କରା ଯାଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୪୮ ରହିଛି । ସେଥିମଧ୍ୟରୁ ୨ଜଣ ସୁସ୍ଥ ଏବଂ ଜଣଙ୍କର ମୃତୁ୍ୟଘଟିଛି । ଅନ୍ୟ ୧୦ ଜଣଙ୍କ ନେଗଟିଭ ରହିଛି । ତେଣୁ ରାଜ୍ୟରେ ମୋଟ ସକ୍ରିୟ ମାମଲା ସଂଖ୍ୟା ୩୫ ରହିଛି । କଳାହାଣ୍ଡି ଜିଲ୍ଲାରୁ ଆଉ ଜଣେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଗତ କାଲି ଯେଉଁ ଚାରି ଜଣ ସଂକ୍ରମିତ ହୋଇଥିଲେ ତା ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡିଛି । ପୂର୍ବରୁ ସଂକ୍ରମିତ ହୋଇଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଏହି ବ୍ୟକ୍ତି ଜଣଙ୍କ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ସହିତ କଳାହାଣ୍ଡି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇରେ ପହଞ୍ଚିଛି । କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ସୂଚନା ଦେଇଛନ୍ତିା ସେ କହିଛନ୍ତି ଯେ ଦ୍ୱିତୀୟ ଆକ୍ରାନ୍ତ ଜଣଙ୍କ ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ତାଙ୍କ ସହ କ୍ରିକେଟ ଖେଳିଥିଲେ । ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ପରେ ତାଙ୍କର ନମୁନା ପରୀକ୍ଷଣ ପାଇଁ ପଠା ଯାଇଥିଲା । ଗତକାଲି ତାଙ୍କର ନମୁନା ପଜିଟିଭ ଆସିଛି । ତାଙ୍କୁ ଆଜି ଅଶ୍ୱିନୀ ହସପିଟାଲର କୋବିଡ ସେଣ୍ଟରକୁ ଚିକିତ୍ସା ପାଇଁ ପଠାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସାଙ୍ଗର ବ୍ୟାଟ୍‌  ମାଡ଼ରେ ନାବାଳକ ମୃତ

ସାଙ୍ଗର ବ୍ୟାଟ୍‌ ମାଡ଼ରେ ନାବାଳକ ମୃତ

Read More...

ମୁମ୍ବାଇରୁ  ଆସିଲା ଟେଷ୍ଟ କିଟ୍‌

ମୁମ୍ବାଇରୁ ଆସିଲା ଟେଷ୍ଟ କିଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page