ରଥଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଅ

April 17, 2020, ଓଡ଼ିଶା, , Anupambharat News Bureau


 ରଥଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଅ
Anupambharat News Bureau
April 17, 2020

ଭୁବନେଶ୍ୱର,୧୭ା୪ (ଅନୁପମ ମିଡ଼ିଆ):କରୋନା ସ୍ଥିତିରେ ରଥଯାତ୍ରା ହେବା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି କରିବାକୁ ପୁରୀ ଗଜପତି ମହାରାଜ ଦିବ୍ୟ ସିଂହଦେବ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ୍‌ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି । ରଥଯାତ୍ରା ପୂର୍ବରୁ ହେବାକୁ ଥିବା ଚନ୍ଦନ ଯାତ୍ରା ଓ ସ୍ନାନ ଯାତ୍ରା ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବା ଲାଗି ଗଜପତି ଚିଠିରେ ଉଲ୍ଲେଖ କରିଛନ୍ତି । ଗଜପତି ମହାରାଜା କହିଛନ୍ତି ଯେ ସ୍ନାନଯାତ୍ରା, ଚନ୍ଦନଯାତ୍ରା ନେଇ ମଧ୍ୟ ଶୀଘ୍ର ନିଷ୍ପତ୍ତି ନିଆଯାଉ । ଚଳିତ ମାସ ୨୬ରେ ଅକ୍ଷୟ ତୃତୀୟା ପଡୁଛି । ତେଣୁ ବିଳମ୍ୱ ନକରି ନିଷ୍ପତ୍ତି ନେବାକୁ ହେବ । ସୂଚନାଯୋଗ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ରଥଯାତ୍ରା ନେଇ ଆଲୋଚନା ଚାଲିଛି । ତେବେ ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

Read More...

 ରଥଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଅ

ରଥଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଅ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page