ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

April 17, 2020, ଓଡ଼ିଶା, , Anupambharat News Bureau


ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ
Anupambharat News Bureau
April 17, 2020

କେନ୍ଦୁଝର, ୧୭ା୪(ଅନୁପମମିଡ଼ିଆ): ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ସହରାଇ ଓରାମଙ୍କ ଶୁକ୍ରବାର ଦିନ ପରଲୋକ ହୋଇଛି । କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ ଅନ୍ତର୍ଗତ ଭଦ୍ରାସାହିଠାରେ ଶୁକ୍ରବାର ଅପରାହ୍ନ ୩ଟା ସମୟରେ ତାଙ୍କର ପରଲୋକ ହୋଇଥିଲା । ୧୯୪୨ ମସିହା ଜାନୁୟାରୀ ୮ ତାରିଖରେ ସେ ଜନ୍ମଗ୍ରହଣ କରିଥିବାବେଳେ ଜଣେ ଶିକ୍ଷିତ ଆଦିବାସୀ ଯୁବକ ଭାବେ ସେ ୧୯୬୭ରେ କେଂଗ୍ରେସ ରାଜନୀତିକୁ ଆସି ବିଧାୟକ ଭାବେ ଲଢ଼ି ହାରି ଯାଇଥିଲେ । ୧୯୭୧ ମସିହାରେ ପ୍ରଥମ ଥର ପାଇଁ ଓଡିଶା ବିଧାନସଭାକୁ ସେ ଜନତା ପାର୍ଟି ତରଫରୁ ନିର୍ବାଚିତ ହୋଇଥିବା ବେଳେ ୧୯୭୭ରେ ଲୋକଦଳ,୧୯୮୦ରେ ଜନତା ପାର୍ଟି, ୧୯୯୦ରେ ଜନତା ଦଳ ଓ ୨୦୦୦ ମସିହାରେ ସ୍ୱାଧିନ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ନିଳମଣୀ ରାଉତରାୟ ଓ ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ହୋଇଥିବାବେଳେ ଜଣେ ଟାଣୁଆ ଆଦିବାସୀ ନେତା ଭାବେ ରାଜ୍ୟରେ ତାଙ୍କର ସୁଖ୍ୟାତି ରହିଥିଲା । ବିଜୁ ଜନତା ଦଳର ସଦସ୍ୟ ଭାବେ ସେ ୨୦୦୫ ମସିହାରେ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ହୋଇଥିଲେ । ସେ ପ୍ରତ୍ୟକ୍ଷ ରାଜନୀତିରେ ୫ ଥର ବିଧାୟକ ହୋଇଥିବାବେଳେ ୫ଥର ବିଧାୟକ ଓ ଥରେ ସାଂସଦ ଲଢ଼ି ପରାଜିତ ହୋଇଥିଲେ । ସେ ଅଳ୍ପଦିନ ପାଇଁ ବିଜେଡି ଜିଲ୍ଲା ସଭାପତି ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ବିଜୁବାବୁଙ୍କ ଏହି ଏକାନ୍ତ ଅନୁଗତ ସହରାଇ ଓରାମ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀରେ ମହାପ୍ରୟାଣ ଲାଭ କରିଛନ୍ତି । ପକ୍ଷାଗାତ ରୋଗରେ ସେ ଦୀର୍ଘଦିନ ଧରି ପିଡିତ ଥିବା ସହ ଶେଷ ସମୟରେ ତାଙ୍କର ପୁଅ,ସ୍ତ୍ରୀ ଓ ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ପଦ୍ମଶ୍ରୀ ତୁଳସୀ ମୁଣ୍ଡା,ରାଜ୍ୟ ବିଜେଡି



ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ,ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର,ଜିଲ୍ଲା ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ରଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହିତ ଅନେକ ରାଜନେତା ଲକଡାଉନ ଥିଲେ ମଧ୍ୟ ତାଙ୍କର ଶେଷ ଦର୍ଶନ କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ୫ଥର ବିଧାୟକ ସହରାଇ ଓରାମଙ୍କ ବିୟୋଗରେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ହଟସ୍ପଟ୍‌ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ରଣନୀତି

ହଟସ୍ପଟ୍‌ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ରଣନୀତି

Read More...

 ରଥଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଅ

ରଥଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଅ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page