ଥାନା ଅଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା

April 17, 2020, ଓଡ଼ିଶା, , Anupambharat News Bureau


ଥାନା ଅଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା
Anupambharat News Bureau
April 17, 2020

ଭୁବନେଶ୍ୱର,୧୭ା୪(ଅନୁପମମିଡ଼ିଆ): ଲକ୍‌ ଡାଉନ ନିୟମକୁ କଡ଼ାକଡ଼ି ପାଳନ ଲାଗି ଥାନାଧିକାରୀଙ୍କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ଆଇପିସି ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ରାଜ୍ୟ ସରକାର ଏହି କ୍ଷମତା ପ୍ରଦାନ କରିଛନ୍ତି । ଲକ୍‌ ଡାଉନ ନିୟମ ଉଲ୍ଲଂଘନ କଲେ ଉଲଘଂନକାରୀଙ୍କୁ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଧାରାରେ ଥାନା ଧିକାରୀମାନେ ମାମଲା ରୁଜୁ କରିପାରିବେ ବୋଲି ଗୃହ ବିଭାଗ ପକ୍ଷରୁ ଚିଠିରେ ସ୍ପଷ୍ଟ କରାଯାଇଛି ।
ଏହି ଆଇନ ଅନୁସାରେ ସାଧାରଣ ଜନତାଙ୍କ ସହ ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ବି ଏଥିରେ ସାମିଲ ରହିବେ । କର୍ତ୍ତବ୍ୟରେ ଅବହେଳା ଓ ଲକ୍‌ଡାଉନ ନିୟମକୁ ଖିଲାପ କଲେ, ସେମାନଙ୍କ ବିରୋଧରେ ବି ମାମଲା ରୁଜୁ କରିପାରିବେ ଥାନାଧିକାରୀ । ତୁରନ୍ତ ଏହି ନିର୍ଦ୍ଦେଶ ଲାଗୁ କରିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀମନ୍ଦିର ସେବାୟତକୁ ୫ ହଜାର ଟଙ୍କାର ସହାୟତା

ଶ୍ରୀମନ୍ଦିର ସେବାୟତକୁ ୫ ହଜାର ଟଙ୍କାର ସହାୟତା

Read More...

ରାଜ୍ୟରେ ବଢିନି ପଜିଟିଭ୍‌ଙ୍କ ସଂଖ୍ୟା,   ସୁସ୍ଥ ହେଲେ ଆଉ ଦୁଇ

ରାଜ୍ୟରେ ବଢିନି ପଜିଟିଭ୍‌ଙ୍କ ସଂଖ୍ୟା, ସୁସ୍ଥ ହେଲେ ଆଉ ଦୁଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page