ଶ୍ରୀମନ୍ଦିର ସେବାୟତକୁ ୫ ହଜାର ଟଙ୍କାର ସହାୟତା

April 17, 2020, ଓଡ଼ିଶା, , Anupambharat News Bureau


ଶ୍ରୀମନ୍ଦିର ସେବାୟତକୁ ୫ ହଜାର ଟଙ୍କାର ସହାୟତା
Anupambharat News Bureau
April 17, 2020

ପୁରୀ, ୧୭ା୪(ଅନୁପମମିଡ଼ିଆ): ଲକ୍‌ ଡାଉନ୍‌ ପାଇଁ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବାରୁ ପ୍ରତ୍ୟେକ ସେବାୟତ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ । ଏହି ଟଙ୍କା ସେବାୟତଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଟ୍ରାନ୍ସଫର ହେବ ବୋଲି ସେ କହିଛନ୍ତି । ଲକ୍‌ ଡାଉନ କଟକଣା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ଫଳରେ ସେବାୟତଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି । ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ସେମାନେ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୈନନ୍ଦିନ ସେବାପୂଜାରେ ନିୟୋଜିତ ଥିବା ୨୧୩୦ ସେବାୟତ ପରିବାର ଏହାଦ୍ୱାରା ଉପକୃତ ହେବେ । ଏଥିପାଇଁ ସମୁଦାୟ ୧ କୋଟି ୬ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତିନି ସଂସ୍ଥାକୁ ୫୦ ହଜାର କୋଟିର ସହାୟତା, ନାବାର୍ଡ, ସିଡବି ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କ

ତିନି ସଂସ୍ଥାକୁ ୫୦ ହଜାର କୋଟିର ସହାୟତା, ନାବାର୍ଡ, ସିଡବି ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କ

Read More...

ଥାନା ଅଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା

ଥାନା ଅଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page