ବାଲେଶ୍ୱରରୁ ପ୍ରଥମ କରୋନା ପଜିଟିଭ୍‌

April 18, 2020, ଓଡ଼ିଶା, , Anupambharat News Bureau


ବାଲେଶ୍ୱରରୁ ପ୍ରଥମ କରୋନା ପଜିଟିଭ୍‌
Anupambharat News Bureau
April 18, 2020

ଭୁବନେଶ୍ୱର, ୧୮ା୪(ଅନୁପମମିଡ଼ିଆ): ଶେଷରେ ଉତ୍ତର ଓଡ଼ିଶାକୁ ପ୍ରବେଶ କରିଛି କରୋନା ମହାମାରୀ । ବାଲେଶ୍ୱର ସହର ନିଳିମାବାଗ ଅଞ୍ଚଳରେ ଜଣେ ପଜିଟିଭ ରୋଗୀକୁ ଚିହ୍ନଟ କରାଯିବା ପରେ ମୟୂରଭଞ୍ଜ ଜିଲ୍ଲାରେ କଟକଣାକୁ କଡ଼ାକଡ଼ି କରାଯାଇଛି । ରାଜ୍ୟର ୬୧ତମ କରୋନା ଆକ୍ରାନ୍ତ ବାଲେଶ୍ୱରର୫୮ ବର୍ଷୀୟ ସେ ପୁରୁଷ । ବାଲେଶ୍ୱର ଜିଲ୍ଲାରୁ ଆଜି ପ୍ରଥମ ଥର ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ସେ କେଉଁଠିକୁ ଯାଇଥିଲେ, କାହା ସହିତ ମିଶିଥିଲେ ଓ ତାଙ୍କର ସଂସ୍ପର୍ଶରେ କେଉଁମାନେ ଆସିଥିଲେ ତାହାର ଟ୍ରେସିଂ କରାଯାଉଛି ବୋଲି ଟ୍ୱିଟରରେ ସୂଚନା ଦିଆଯାଇଛି ।
ବାଲେଶ୍ୱର ଜିଲ୍ଲାରେ ପ୍ରଥମ ରୋଗୀ ଚିହ୍ନଟ ପରେ ଆଜି କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ଏବଂ ଭିତରୁ ବାହାରକୁ ଓ ବାହାରୁ ଭିତରକୁ କୌଣସି ବ୍ୟକ୍ତିଙ୍କୁ ଅନୁମତି ଦିଆଯାଉ ନାହିଁ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସୂଚନା ଦେଇଛନ୍ତି । ସୂଚାନଯୋଗ୍ୟ, ବାଲେଶ୍ୱର ଜିଲ୍ଲାରେ ଏହା ହେଉଛି ପ୍ରଥମ ପଜିଟିଭ୍‌ ମାମଲା । ପୂର୍ବରୁ ପଡୋଶୀ ଭଦ୍ରକ ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବାଲେଶ୍ୱରରୁ ଜଣେ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟର ୧୦ଟି ଜିଲ୍ଲାକୁ କରୋନା ସଂକ୍ରମଣ ବ୍ୟାପିଛି । ପୂର୍ବରୁ ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସୁସ୍ଥ ହୋଇ  ଫେରିଲେ ଆଉ ତିନି

ସୁସ୍ଥ ହୋଇ ଫେରିଲେ ଆଉ ତିନି

Read More...

ସହରାଞ୍ଚଳ ଶ୍ରମିକଙ୍କ ପାଇଁ ଶହେ କୋଟି ମଞ୍ଜୁର

ସହରାଞ୍ଚଳ ଶ୍ରମିକଙ୍କ ପାଇଁ ଶହେ କୋଟି ମଞ୍ଜୁର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page