ମୁମ୍ବାଇ, ପୁନେ, ଇନ୍ଦୋର ଓ ଜୟପୁରେ ସ୍ଥିତି ଉଦ୍‌ବେଗଜନକ

April 20, 2020, ଦେଶ, , Anupambharat News Bureau


ମୁମ୍ବାଇ, ପୁନେ, ଇନ୍ଦୋର ଓ ଜୟପୁରେ ସ୍ଥିତି ଉଦ୍‌ବେଗଜନକ
Anupambharat News Bureau
April 20, 2020

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋଭିଡ଼-୧୯ ପଜିଟିଭ ନମୁନା ଏକ ଭୟଙ୍କର ମହାମାରୀ ରୋଗର କାରଣ ଘଟିଛି । ପ୍ରତିଦିନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯଦିଓ ୟୁରୋପୀୟ ଓ ଆମେରିକୀୟ ରାଷ୍ଟ୍ର ଭଳି ସାଂଘାତିକ ମୃତୁ୍ୟ ସଂଖ୍ୟା ବଢ଼ି ନାହିଁ ତେବେ ଆକ୍ରାନ୍ତଙ୍କ ସଂଖ୍ୟା କିନ୍ତୁ ଭାରତବର୍ଷରେ ବୃଦ୍ଧି ପାଇବାରେ ଲାଗିଛି । ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଗୋଟିଏ ପଟରେ ଲକ୍‌ଡ଼ାଉନ୍‌କୁ କାର୍ଯ୍ୟକାରୀ କଡ଼ାକଡ଼ି ଭାବରେ ଜାରି ରହିଛି । ଅନ୍ୟ କେତେକ ଜନବହୁଳ ନଗରୀରେ ଏହା ଅଣାୟତ ହେବାରେ ଲାଗିଛି । ଏଣୁ ଭାରତର କେତେକ ପ୍ରମୁଖ ନଗରୀ ତଥା ମୁମ୍ବାଇ, ପୁନେ, ଇନ୍ଦୋର, ଜୟପୁର, କୋଲ୍‌କାତା ପ୍ରଭୃତି ନଗରୀରେ କୋଭିଡ଼ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି । ତେଣୁ ଉକ୍ତ ନଗରୀ ଗୁଡିକ ଅତ୍ୟଧିକ ସମ୍ବେଦନଶୀଳକ ହୋଇପଡିଛି । ଏପରିକି କରୋନା ଭାଇରସ ସଂକ୍ରମଣର ସମ୍ଭାବନା ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡ଼ାଉନ୍‌କୁ କେତେକ ଅଞ୍ଚଳରେ କଡ଼ାକଡ଼ି ଭାବରେ ପାଳନ କରାଯାଉ ନାହିଁ । ପଶ୍ଚିମବଙ୍ଗର ନଗରୀମାନଙ୍କରେ ଏହାକୁ ହାଲୁକା ଭାବେ ଗ୍ରହଣ କରାଯାଇଛି ବୋଲି ସୋମବାର କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାଜସ୍ଥାନର ଜୟପୁର ଏବଂ ପଶ୍ଚିମବଙ୍ଗର କୋଲ୍‌କାତା, ହାୱଡ଼ା, ପୂର୍ବ ମେଦିନାପୁର, ଉତ୍ତର ଚବିଶପର୍ଗଣା, ଦାର୍ଜିଲିଂ, କାଲିମପଙ୍ଗ ଏବଂ ଜଲ୍‌ପାଇଗୁଡ଼ି ଅଞ୍ଚଳ ଗୁଡିକରେ ତାଲାବନ୍ଦକୁ ଉଲଂଘନ କରାଯାଇଛି । କେତେକ ନଗରୀରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆକ୍ରମଣ ହେଉଛି ଓ ସାମାଜିକ ଦୂରତ୍ୱକୁ ସମ୍ପୂର୍ଣ୍ଣ ରୂପେ ପାଳନ କରାଯାଉ ନାହିଁ । ଏପରିକି ନଗରାଞ୍ଚଳରେ ଯାନବାହାନ ଚଳାଚଳ ହେଉଥିବା କେନ୍ଦ୍ର ପକ୍ଷରୁ ଇଙ୍ଗୀତ ହୋଇଛି । ଇତିମଧ୍ୟରେ ଭାରତରେ କରୋନା ମୃତକଙ୍କ ସଂଖ୍ୟା ୫୫୯କୁ ପହଞ୍ଚି ଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୭୬୫୬କୁ ପହଞ୍ଚିଛି । ତେଣୁ କଡ଼ାକଡ଼ି ଭାବେ ସତର୍କତା ଅବଲମ୍ବନ କରାଯିବା ନିହାତି ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଇତିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୨୨୩ ଲୋକ ପ୍ରାଣ ହରାଇଥିବା ବେଳେ, ରାଜ୍ୟରେ ୪୨୦୩ ସଂଖ୍ୟକ ଲୋକ ଆକ୍ରାନ୍ତ ହୋଇଛନ୍ତି । ମଧ୍ୟପ୍ରଦେଶରେ ୬୦ଜଣ ପ୍ରାଣ ହରାଇଥିବା ବେଳେ ଏହି କରୋନା ରୋଗରେ ୧୪୦୭ ସଂଖ୍ୟକ ଆକ୍ରାନ୍ତ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ତଥ୍ୟ ପ୍ରକାଶ କରାଯାଇଛି ।
ଭାରତରେ କରୋନା ଭାଇରସର ବ୍ୟାପକତା ବହୁ ରାଜ୍ୟରେ ବ୍ୟାପିବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ନପାଇବା ଯୋଗୁଁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ନୀତି ଜନିତ ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଏବେ ମଧ୍ୟ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୧୭୬୫୬କୁ ପହଞ୍ଚି ଯାଇଛି ଏବଂ ମୃତକଙ୍କ ସଂଖ୍ୟା ୫୫୯କୁ ସ୍ପର୍ଶ କରିଛି । ଭାରତରେ କେତେକ ରାଜ୍ୟର ଏବଂ ଜିଲ୍ଲାର ଅଣପ୍ରଭାବିତ କୋଭିଡ଼-୧୯ ଅଞ୍ଚଳରେ କୋହଳତା ପ୍ରଦର୍ଶନ କରାଯାଇଛି । ଅନ୍ୟପକ୍ଷରେ ଆଜି ହିଁ ଭାରତରେ ସର୍ବାଧିକ ସଂକ୍ରମଣ ସଂଖ୍ୟା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ୧୫୫୩ ସଂଖ୍ୟକ ନୂଆ କୋଭିଡ଼-୧୯ ପଜିଟିଭ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତ ୨୪ ଘଣ୍ଟାରେ ୩୬ ଜଣ ଲୋକ ଏହି ରୋଗରେ



ପ୍ରାଣହରାଇଛନ୍ତି । ତେବେ ସମଗ୍ର ଦେଶରେ କୋଭିଡ଼-୧୯ରୁ ମାତ୍ର ୨୮୪୨ ସଂଖ୍ୟକ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ସର୍ବାଧିକ ମହାରାଷ୍ଟ୍ରରେ ହିଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ପାଞ୍ଚ ହଜାର ପାଖାପାଖି ପହଞ୍ଚିଛି । ଏହାପରେ ଦିଲ୍ଲୀରେ ୨୦୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ ଲୋକ ପ୍ରାଣ ହରାଇଛନ୍ତି ।
ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଭାରତରେ ତାଲାବନ୍ଦ ନୀତି ଜାରି ରହିଛି । କରୋନା ରୋଗରୁ ମୁକ୍ତ ପାଇବା ପାଇଁ ବିଭିନ୍ନ ରାଜ୍ୟରେ ସାମାଜିକ ଦୂରତାକୁ ଜନସାଧାରଣ ମଧ୍ୟ ପ୍ରାଧାନ୍ୟତା ଦେଇଛନ୍ତି । କୌଣସି ଧାର୍ମିକ ସମ୍ମିଳନୀ, ପୂଜାପାଠ ଏବଂ ମନ୍ଦିରରେ କେବଳ ଦୈନିକ ନୀତିକାନ୍ତିକୁ ଅନୁମତି ଦିଆଯାଇଥିବା ବେଳେ ଭକ୍ତଙ୍କ ଦର୍ଶନ ଉପରେ କଟକଟା ଲାଗୁ କରାଯାଇଥିଲା । ତେବେ ମଇ ମାସ ୧୪ ତାରିଖ ଠାରୁ ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରର ଫାଟକ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । କୋଭିଡ଼-୧୯ ମହାମାରୀର ବ୍ୟାପକତା ଯୋଗୁଁ ମନ୍ଦିରକୁ ବନ୍ଦ କରାଯାଇଥିଲା । ଏହା ପୁନର୍ବାର ଖୋଲାଯିବ ବୋଲି ଘୋଷଣା କରାଯାଇଛି । ସୂଚନା ଯେ, ଉଭୟ କେଦାରନାଥ ଓ ବଦ୍ରୀନାଥର ମୁଖ୍ୟ ପୂଜକମାନେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ । ତେଣୁ ଲକ୍‌ଡ଼ାଉନ୍‌ ହଟିବା ପରେ ତତ୍‌କ୍ଷଣାତ୍‌ ମନ୍ଦିରକୁ ଖୋଲା ନଯାଇ ୧୪ ତାରିଖରେ ଖୋଲାଯିବ ବୋଲି ଧାର୍ଯ୍ୟ କରାଯାଇଛି ।
ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ କ୍ରମେ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଛି । ବିଶ୍ୱରେ ୨୪ ଲକ୍ଷ ଲୋକ କୋଭିଡ଼-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ୧,୬୫,୦୦୦ ଲୋକ ବିଭିନ୍ନ ଦେଶରୁ ପ୍ରାଣହରାଇଛନ୍ତି । ଆମେରିକାରେ ସର୍ବାଧିକ ମୃତକଙ୍କ ସଂଖ୍ୟା ୪୦ ହଜାର ଟପି ଯାଇଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୭,୫୮,୭୨୦କୁ ପହଞ୍ଚିଛି । ଏହାପରେ ସ୍ପେନ୍‌ର ପରିସ୍ଥିତି ମଧ୍ୟ ସାଂଘାତିକ ରହିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୮,୦୦୦ ଥିବା ବେଳେ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୮,୯୭୨କୁ ସ୍ପର୍ଶ କରିଛି । ମାତ୍ର ୪ ଦିନ ମଧ୍ୟରେ ୧୦ ହଜାର ଲୋକ କୋଭିଡ଼୍‌-୧୯ରେ ପ୍ରାଣ ହରାଇଛନ୍ତି । ସମଗ୍ର ବିଶ୍ୱରେ ଆମେରିକାର ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳକ ରହିଛି । ବିଶ୍ୱରେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା ବନ୍ଦ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଆଖିବୁଜିଲେ ୪୪ତମ ଆକ୍ରାନ୍ତ,  କରୋନା ନୁହେଁ କ୍ୟାନ୍ସରେ ମୃତୁ୍ୟ,   ପଶ୍ଚିମବଙ୍ଗରୁ ଆସି  ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ

ଆଖିବୁଜିଲେ ୪୪ତମ ଆକ୍ରାନ୍ତ, କରୋନା ନୁହେଁ କ୍ୟାନ୍ସରେ ମୃତୁ୍ୟ, ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ

Read More...

ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page