ଆଖିବୁଜିଲେ ୪୪ତମ ଆକ୍ରାନ୍ତ, କରୋନା ନୁହେଁ କ୍ୟାନ୍ସରେ ମୃତୁ୍ୟ, ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ

April 21, 2020, ଓଡ଼ିଶା, , Anupambharat News Bureau


  ଆଖିବୁଜିଲେ ୪୪ତମ ଆକ୍ରାନ୍ତ,  କରୋନା ନୁହେଁ କ୍ୟାନ୍ସରେ ମୃତୁ୍ୟ,   ପଶ୍ଚିମବଙ୍ଗରୁ ଆସି  ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ
Anupambharat News Bureau
April 21, 2020

ଭୁବନେଶ୍ୱର, ୨୧ା୪(ଅନୁପମମିଡ଼ିଆ): ଓଡିଶାରେ କରୋନା ଯୋଗୁଁ ପୁଣି ଜଣେ ଆଖି ବୁଜିଛନ୍ତି । ମୃତକ ଜଣକ ହେଉଛନ୍ତି ପଶ୍ଚିମ ବଙ୍ଗର ତଥା ରାଜ୍ୟର ୪୪ ନମ୍ବର କରୋନା ପଜିଟିଭ୍‌ । ମଙ୍ଗଳବାର ସକାଳେ ସେପଫିକ୍‌ ଶକ୍‌ ,ହାଇପୋପିଟୁଇଟାରିଜିମ୍‌ ଏବଂ ମଲଫି ଅର୍ଗାନ୍‌ ଫେଲୁ୍ୟଅର ଯୋଗୁଁ ତାଙ୍କର ମୃତୁ୍ୟ ଘଟିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ତେବେ କରୋନାଯୋଗୁଁ ନୁହେଁ ବରଂ କ୍ୟାନ୍ସର ଯୋଗୁଁ ତାଙ୍କର ମୃତୁ୍ୟ ଘଟିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ବାସିନ୍ଦା ଥିଲେ । ପୂର୍ବରୁ ପିଟୁଇଟାରୀ ଟୁ୍ୟମର ପାଇଁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଇଥିଲେ । ନିକଟରେ ସେ ଉକ୍ତ ଡାକ୍ତରଖାନାରେ ପୁଣି ଥରେ ଚିକିତ୍ସା ପାଇଁ ଆସିଥିଲେ, ଯେଉଁଠାରେ ତାଙ୍କୁ କୋଭିଡ ପଜିଟିଭ ବୋଲି ଚିହ୍ନଟ କରାଯାଇଥିଲା । ତେବେ ଚିକିତ୍ସା ପରେ ଦୁଇ ଥର ଯାଞ୍ଚ ରିପୋର୍ଟରେ ତାଙ୍କର କରୋନା ନେଗେଟିଭ୍‌ ଆସିଥିଲା । ସେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହେତୁ ଡିସଚାର୍ଜ ହୋଇପାରିନଥିଲେ ।
ସେପଫିକ୍‌ ଶକ୍‌ ଏବଂ ମଲଫି ଅଙ୍ଗ ବିଫଳତା ସହିତ ହାଇପୋପିଟୁରିଜିମ୍‌ କାରଣରୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲ ୬ ତାରିଖରେ ଝାରପଡାର ଜଣେ ୭୨ ବର୍ଷର ପୁରୁଷଙ୍କର ମୃତୁ୍ୟ ଘଟିଥିଲା । ଶ୍ୱାସକ୍ରିୟାରେ ଅସୁବିଧା ଅଭିଯୋଗରେ ଚାରି ଏପ୍ରିଲରେ ଭୁବନେଶ୍ୱର ଏମସ୍‌ ରେ ଭର୍ତ୍ତି କରାଯାଇଥିଲା । ତାଙ୍କର କ୍ରନିକ୍‌ ଉଚ୍ଚ ରକ୍ତଚାପ ରହିଥିଲା । ପରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ପଜିଟିଭ ସଂଖ୍ୟା ୭୯କୁ ବୃଦ୍ଧି,  ଆଜି ଆଉ ପାଞ୍ଚ ନୂଆ ମାମଲା,ସମସ୍ତେ ବାଲେଶ୍ୱରର

ରାଜ୍ୟରେ ପଜିଟିଭ ସଂଖ୍ୟା ୭୯କୁ ବୃଦ୍ଧି, ଆଜି ଆଉ ପାଞ୍ଚ ନୂଆ ମାମଲା,ସମସ୍ତେ ବାଲେଶ୍ୱରର

Read More...

ମୁମ୍ବାଇ, ପୁନେ, ଇନ୍ଦୋର ଓ ଜୟପୁରେ ସ୍ଥିତି ଉଦ୍‌ବେଗଜନକ

ମୁମ୍ବାଇ, ପୁନେ, ଇନ୍ଦୋର ଓ ଜୟପୁରେ ସ୍ଥିତି ଉଦ୍‌ବେଗଜନକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page