ରାଜ୍ୟରେ ପଜିଟିଭ ସଂଖ୍ୟା ୭୯କୁ ବୃଦ୍ଧି, ଆଜି ଆଉ ପାଞ୍ଚ ନୂଆ ମାମଲା,ସମସ୍ତେ ବାଲେଶ୍ୱରର

April 21, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ପଜିଟିଭ ସଂଖ୍ୟା ୭୯କୁ ବୃଦ୍ଧି,  ଆଜି ଆଉ ପାଞ୍ଚ ନୂଆ ମାମଲା,ସମସ୍ତେ ବାଲେଶ୍ୱରର
Anupambharat News Bureau
April 21, 2020

ଭୁବନେଶ୍ୱର, ୨୧ା୪(ଅନୁପମମିଡ଼ିଆ): ରାଜ୍ୟରେ ମଙ୍ଗଳବାର ଆଉ ପାଞ୍ଚ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୯ରେ ପହଞ୍ଚିଛି । ଫଳରେ ରାଜ୍ୟରେ ପଜିଟିଭ୍‌ ହାର ୦.୭୬ ପ୍ରତିଶତ ରହିଛି । ଆଜି ଚିହ୍ନଟ ସମସ୍ତ ସଂକ୍ରମିତ ରୋଗୀ ବାଲେଶ୍ୱରର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ୨୧ ତାରିଖ ସୁଦ୍ଧା ମୋଟ ୧୧୭୪୮ ନମୁନା ପରୀକ୍ଷା କରାଯାଇଛି । ଏହା ସହିତ ୪୮୬୧ ରାପିଡ ଆଣ୍ଟିିବଡି ଟେଷ୍ଟ କରାଯାଇଛି । ଏଥିରେ ମୋଟ ୭୯ ଜଣ ସଂକ୍ରମିତ ଥିବା ଜଣା ପଡିଛନ୍ତି । ଉଲ୍ଲେଖନୀୟ ଯେ ସୋମବାର ରାଜ୍ୟରେ ମୋଟ ୧୩ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ବର୍ତ୍ତମାନ ସୁଦ୍ଧା ୨୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି । ଅପରପକ୍ଷରେ ଜଣେ କୋଭିଡ୍‌-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି । ଏହା ବାଦ୍‌ ରାଜ୍ୟରେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୪୯ ରହିଛି । ୧୪୭ ଜଣ ସନ୍ଦିଗ› ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୀମା ଜଗିବା କଷ୍ଟକର: ବାଗଚୀ

ସୀମା ଜଗିବା କଷ୍ଟକର: ବାଗଚୀ

Read More...

  ଆଖିବୁଜିଲେ ୪୪ତମ ଆକ୍ରାନ୍ତ,  କରୋନା ନୁହେଁ କ୍ୟାନ୍ସରେ ମୃତୁ୍ୟ,   ପଶ୍ଚିମବଙ୍ଗରୁ ଆସି  ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ

ଆଖିବୁଜିଲେ ୪୪ତମ ଆକ୍ରାନ୍ତ, କରୋନା ନୁହେଁ କ୍ୟାନ୍ସରେ ମୃତୁ୍ୟ, ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page