ସୁରତରୁ ଫେରୁଥିବା ବସ୍‌ କଳିଙ୍ଗା ଘାଟିରେ ଦୁର୍ଘଟଣା, ଦୁଇ ମୃତ, ୧୫ ଆହତ

May 02, 2020, ଓଡ଼ିଶା, , Anupambharat News Bureau


ସୁରତରୁ ଫେରୁଥିବା ବସ୍‌ କଳିଙ୍ଗା ଘାଟିରେ ଦୁର୍ଘଟଣା, ଦୁଇ ମୃତ, ୧୫ ଆହତ
Anupambharat News Bureau
May 02, 2020

ଜି.ଉଦୟଗିରି/ଭଞ୍ଜନଗର,୨ା୫ (ଅନୁପମମିଡ଼ିଆ): ସୁରତରୁ ଓଡ଼ିଆ ଶ୍ରମିକଙ୍କୁ ନେଇ ଗଞ୍ଜାମ ଜିଲ୍ଲାକୁ ଫେରୁଥିବା ବସ୍‌ ଶନିବାର ରାତିରେ ଜି.ଉଦୟଗିରି ଥାନା ସ୍ଥିତ କଳିଙ୍ଗା ଘାଟିରେ ଦୁର୍ଘଟଣାର ସମ୍ମୁଖିନ ହୋଇଛି । ଏହି ଘଟଣାରେ ଦୁଇ ଜଣ ଶ୍ରମିକଙ୍କ ମୃତୁ୍ୟ ଘଟିଥିବା ବେଳେ ୧୫ ଆହତ ହୋଇଛନ୍ତି । ଘଟଣା ପରେ ଜି.ଉଦୟଗିରି ପୋଲିସ, ଅଗ୍ନଶମ ବିଭାଗ କର୍ମଚାର ପହଞ୍ଚି ଉଦ୍ଧାର କାର୍ଯ୍ୟ କରି ମୃତ ଓ ଆହତଙ୍କୁ ମେଡ଼ିକାଲକୁ ପଠାଇଥିଲେ ।
ମିଳିଥିବା ସୂଚନାନୁଯାୟୀ ସୁରତରୁ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ପାଟେଲ ନାମକ ଏକବସ୍‌(ନଂ ଜିଜେ୧୮ଏକ୍ସ ୨୬୯୩) ଗତ ଗୁରୁବାରଠାରୁ ଯାତ୍ରା ଆରମ୍ଭ କରିଥିଲା । ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ବସ୍‌ଟି କଳିଙ୍ଗାଘାଟିରେ ତଳକୁ ଖସୁଥିବା ଦ୍ୱିତୀୟ ଟର୍ଣ୍ଣିଂରେ ଅନ୍ଧାରକୋଟାରେ ଗାର୍ଡ଼ୱାଲକୁ ଧMା ଦେଇଥିଲା । ଫଳରେ ଚାପି ହୋଇ ଘଟଣା ସ୍ଥଳରେ ବୁଗୁଡ଼ାର ଚିତ୍ତରଞ୍ଜନ ସେଠୀଙ୍କ ମୃତୁ୍ୟ ଘଟିଥିଲା । ଏଥିରେ ଅନ୍ୟଜଣ ଗୁରୁତର ସନ୍ତୋଷ କୁମାର ସେଠୀଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ସୂଚନା ପାଇ ଜିଉଦୟଗିରି ପୋଲିସ ଏବଂ ତିନୋଟି ଅଗ୍ନିଶମ ଗାଡ଼ି ପହଞ୍ଚି ତୁରନ୍ତ ଆହତଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଏବଂ ଫୁଲବାଣୀ ହସ୍ପିଟାଲକୁ ପଠାଇଥିଲେ । ସେମାନଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି । ତେବେ ସବୁଠାରୁ ସୌଭାଗ୍ୟର ବିଷୟ ଯେ, ଯଦି ବସ୍‌ଟି ଅନ୍ୟ ସାଇଡ଼ରେ ଖସି ଥାନ୍ତା ତାହେଲେ ଏକ ବଡ଼ ଅଘଟଣର ସମ୍ମୁଖିନ ହୋଇଥାନ୍ତା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୭ ପର୍ଯ୍ୟନ୍ତ ଲକ୍‌ଡ଼ାଉନ ଅବଧି ବୃଦ୍ଧି, ୪ରୁ ଗ୍ରୀନ ଜୋନରେ ଗଡ଼ିବ ଗାଡ଼ି, ଖୋଲିବ ଦୋକାନ

୧୭ ପର୍ଯ୍ୟନ୍ତ ଲକ୍‌ଡ଼ାଉନ ଅବଧି ବୃଦ୍ଧି, ୪ରୁ ଗ୍ରୀନ ଜୋନରେ ଗଡ଼ିବ ଗାଡ଼ି, ଖୋଲିବ ଦୋକାନ

Read More...

ପରଲୋକରେ ଋଷି

ପରଲୋକରେ ଋଷି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page