୧୭ ପର୍ଯ୍ୟନ୍ତ ଲକ୍‌ଡ଼ାଉନ ଅବଧି ବୃଦ୍ଧି, ୪ରୁ ଗ୍ରୀନ ଜୋନରେ ଗଡ଼ିବ ଗାଡ଼ି, ଖୋଲିବ ଦୋକାନ

May 02, 2020, ଦେଶ, , Anupambharat News Bureau


୧୭ ପର୍ଯ୍ୟନ୍ତ ଲକ୍‌ଡ଼ାଉନ ଅବଧି ବୃଦ୍ଧି, ୪ରୁ ଗ୍ରୀନ ଜୋନରେ ଗଡ଼ିବ ଗାଡ଼ି, ଖୋଲିବ ଦୋକାନ
Anupambharat News Bureau
May 02, 2020


ନୂଆଦିଲ୍ଲୀ,୨ା୫: ଭାରତରେ କରୋନା ମୁକାବିଲା ପାଇଁ ଲକ୍‌ଡ଼ାଉନକୁ ପୁଣି ବୃଦ୍ଧି କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଆସନ୍ତା ୩ ତାରିଖରେ ଶେଷ ହେବାକୁ ରହିଥିବା ବେଳେ ଏହା ପୂର୍ବରୁ ଏହାର ଅବଧିରେ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି । ଫଳରେ ଆସନ୍ତା ୧୭ ତାରିଖ ଯାଏଁ ଏହି ଅବଧି ବୃଦ୍ଧି ଘଟିଛି । ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନ ଅବଧିରେ ରେଡ଼୍‌ଜୋନ୍‌ ଏବଂ ମଧ୍ୟମ ପ୍ରଭାବିତ ଗୁଡିକୁ ଅରେଞ୍ଜ ଓ ଅଣପ୍ରଭାବିତ ଅଞ୍ଚଳକୁ ଗ୍ରୀନ୍‌ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି । ଏହା ସହିତ ଲକ୍‌ଡ଼ାଉନ୍‌ ନିୟମାବଳୀରେ ମଧ୍ୟ ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ମଧ୍ୟ କୋହଳ କରାଯାଇଛି । ତେବେ ମଇ ୧୭ ପର୍ଯ୍ୟନ୍ତ ଦେଶରେ କୌଣସି ସରକାରୀ ବସ୍‌ ଓ ରେଳ ଏବଂ ବିମାନ ଚଳାଚଳ କରିପାରିବ ନାହିଁ । ତେବେ ଯେଉଁ ଅଞ୍ଚଳ ଗୁଡିକ ଗ୍ରୀନ୍‌ ଜୋନ୍‌ ରହିଛି, ଉକ୍ତ ଅଞ୍ଚଳରେ ୫୦ ପ୍ରତିଶତ ଯାତ୍ରୀଙ୍କ ସହିତ ଯାନ ଚଳାଚଳ ଉପରେ କୋହଳତା ନୀତି ପ୍ରଦର୍ଶନ କରାଯାଇଛି । ପୂର୍ବଭଳି ସ୍କୁଲ୍‌, କଲେଜ, ଧାର୍ମିକ ଅନୁଷ୍ଠାନ ଓ ସଭାସମିତି ଉପରେ କଟକଣା ଜାରି ରହିବ । ସାମାଜିକ ଦୂରତାକୁ ପ୍ରାଧାନ୍ୟତା ଦିଆଯିବ । ଯଦିଓ ରେଳ ଚଳାଚଳ ହେବ ତେବେ ସ୍ୱତନ୍ତ୍ର ଅଟକି ରହିଥିବା ଲୋକଙ୍କୁ ନିଜସ୍ୱ ବାସ ସହରରେ ସ୍ଥାନାନ୍ତର କରିବା ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଉଛି । ସୂଚନାଥାଉକି, ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ମାରାତ୍ମକ ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହୋଇଛି । ସମଗ୍ର ବିଶ୍ୱରେ ୨୦୦ରୁ ଉର୍ଦ୍ଧ୍ୱ ରାଷ୍ଟ୍ରକୁ ପ୍ରଭାବିତ କରିଥିବା କରୋନା ଭୂତାଣୁ ଭାରତରେ ମଧ୍ୟ ଅତ୍ୟନ୍ତ ଗମ୍ଭୀରତାର ସହିତ ସଂକ୍ରମଣ କରିବାରେ ଲାଗିଛି । ସମଗ୍ର ଦେଶରେ ଆଜିସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୭୭୭୬ ସଂଖ୍ୟାକୁ ପହଞ୍ଚିଛି । ଏପରିକି ଆଜିସୁଦ୍ଧା ଭାରତବର୍ଷରେ ୧୨୨୩ ସଂଖ୍ୟକ ଲୋକ ଭୟଙ୍କର କରୋନା ରୋଗରେ ପ୍ରାଣ ହରାଇଛନ୍ତି । ତେବେ ମାତ୍ର ୧୦,୦୧୮ ସଂଖ୍ୟକ ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ ଏହା କ୍ରମେ ଗମ୍ଭୀରଜନକ ସ୍ଥିତି ସୃଷ୍ଟି କରୁଥିବା ଦେଖାଦେଇଛି । କାରଣ ଗତ ୨୪ ଘଣ୍ଟାରେ ଦେଶରେ ୨୪୧୧ ସଂଖ୍ୟକ ଲୋକ କୋଭିଡ଼-୧୯ ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ଏହି ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ପ୍ରଦର୍ଶନ କରାଯାଇଛି । ଯଦିଓ କୋଭିଡ଼-୧୯କୁ ଧ୍ୱଂସ କରିବା ପାଇଁ ୧୪ ଦିନ ଅଧିକ ଲକ୍‌ଡ଼ାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି । ତେବେ ଏହା କେତେଦୂର କାର୍ଯ୍ୟକାରୀ ହେବ ତାହା ଲୋକମାନଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି । ପ୍ରଥମେ ଲକ୍‌ଡ଼ାଉନ୍‌କୁ ୨୧ ଦିନ ନାଇଁ ଘୋଷଣା କରାଯାଇଥିଲା । ଏହାପରେ ୧୯ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଗଲା ଏବଂ ତୃତୀୟ ପର୍ଯ୍ୟାୟରେ ୧୪ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । ଉଲ୍ଲେଖ ଯେ, ସମଗ୍ର ବିଶ୍ୱରେ ୩୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନା ଭୂତାଣୁରେ ସଂକ୍ରମଣ ହୋଇଛନ୍ତି ଏବଂ ୨.୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ରୋଗରେ ପ୍ରାଣ ହରାଇଲେଣି ।
ରାଷ୍ଟ୍ରୀୟ ରାଜଧାନୀ ନଗରି ନୂଆଦିଲ୍ଲୀରେ ଏକ କୋଠାରେ ଗୋଟିଏ ଥରେ ୪୪ ଜଣ ବ୍ୟକ୍ତିଙ୍କ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହୋଇଥିବା ଘଟଣା ସମଗ୍ର ନଗରୀରେ ଆତଙ୍କ ଖେଳାଇ ଦେଇଛି । ଦିଲ୍ଲୀର କାପାଖେରା ଅଞ୍ଚଳରେ ଏହି କରୋନା ସଂକ୍ରମଣ ଘଟିଛି । ଗତ ଏପ୍ରିଲ ୨୦ ଏବଂ ୨୧ ତାରିଖରେ ଏକ କୋଠାର ୧୭୫ ଜଣ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇଥିଲା ଏବଂ ଉକ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ସିଲ୍‌ ମଧ୍ୟ କରାଯାଇଥିଲା । ତେବେ ଉକ୍ତ କୋଠାର ୬୭ ସଂଖ୍ୟକ ଲୋକଙ୍କ ରିପୋର୍ଟ ଆଜି ପହଞ୍ଚିବା ପରେ ଜଣାପଡିଛି ଯେ, ସେମାନଙ୍କ ମଧ୍ୟରୁ ୪୪ ଜଣ ବ୍ୟକ୍ତିଙ୍କ କୋଭିଡ଼-୧୯ ପଜିଟିଭ ରହିଛି । ୧୦ ଦିନ ପୂର୍ବେ ଉକ୍ତ ଅଞ୍ଚଳର ଏହି କଣ୍ଟେନମେଣ୍ଟ୍‌ କୋଠାରୁ ପରୀକ୍ଷା କରାଯାଉଛି ।
ଏପ୍ରିଲ୍‌ ୧୮ ତାରିଖରେ ଜଣେ ବ୍ୟକ୍ତିଙ୍କ ନମୁନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ରୋଗୀଙ୍କ ଦ୍ୱାରା ଅନ୍ୟମାନେ ସଂକ୍ରମଣ ହୋଇଥିବା ଜଣାପଡିଛି । ନମୁନା ପରୀକ୍ଷାରେ ବିଳମ୍ବ ହେବା ଯୋଗୁଁ ଏହି ଭାଇରସ ଅନ୍ୟ ଲୋକମାନଙ୍କୁ ସଂକ୍ରମଣ ହୋଇଥିବା ଆଶଙ୍କା ବୃଦ୍ଧି ପାଉଛି । ତେଣୁ ଦିଲ୍ଲୀ ନଗରୀରେ ବର୍ତ୍ତମାନ ସୁଦ୍ଧା ୩୭୩୮ ସଂଖ୍ୟକ ଲୋକ କୋଭିଡ଼୍‌-୧୯ରେ ଆକ୍ରାନ୍ତ ହୋଇଛନ୍ତି । ଇତିମଧ୍ୟରେ ଦିଲ୍ଲୀରେ ହିଁ ୬୧ ଜଣ ଲୋକ କରୋନା ରୋଗରେ ପ୍ରାଣ ହରାଇଲେଣି । ସୂଚନାଥାଉକି ଦିଲ୍ଲୀର ସମସ୍ତ ୧୧ଟି ଜିଲ୍ଲାକୁ ରେଡ଼୍‌ଜୋନ୍‌ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । କାରଣ ଗୋଟିଏ ଜିଲ୍ଲରେ ୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛି । ତେଣୁ ମଇ ମାସ ୧୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ଜିଲ୍ଲାକୁ ରେଡ଼୍‌ଜୋନ୍‌ରେ ରଖାଯିବ ବୋଲି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରରୀ ସତ୍ର୍ୟେନ୍ଦ୍ର ଜେନ୍‌ ଘୋଷଣା କରିଛନ୍ତି । ସୂଚନା ଯେ, ଦିଲ୍ଲୀ ସମେତ ଦେଶର ମହାନଗରୀ କୋଲ୍‌କାତା ଚେନ୍ନାଇ ଏବଂ ମୁମ୍ବାଇ ମଧ୍ୟ ରେଡ଼ଜୋନ୍‌ ତାଲିକରେ ଅଛନ୍ତି । ସମଗ୍ର ଦେଶରେ ୧୩୦ ଜିଲ୍ଲା ରେଡ୍‌ଜୋନ ତାଲିକାରେ ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ଆକ୍ରାନ୍ତରେ ଯାଜପୁର ନମ୍ବର ୧

କରୋନା ଆକ୍ରାନ୍ତରେ ଯାଜପୁର ନମ୍ବର ୧

Read More...

ସୁରତରୁ ଫେରୁଥିବା ବସ୍‌ କଳିଙ୍ଗା ଘାଟିରେ ଦୁର୍ଘଟଣା, ଦୁଇ ମୃତ, ୧୫ ଆହତ

ସୁରତରୁ ଫେରୁଥିବା ବସ୍‌ କଳିଙ୍ଗା ଘାଟିରେ ଦୁର୍ଘଟଣା, ଦୁଇ ମୃତ, ୧୫ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page