ଦିନକୁ ଦିନ ସାଂଘାତିକ ରୂପ ନେଉଛି

May 10, 2020, ଦେଶ, , Anupambharat News Bureau


ଦିନକୁ ଦିନ ସାଂଘାତିକ ରୂପ ନେଉଛି
Anupambharat News Bureau
May 10, 2020

ନୂଆଦିଲ୍ଲୀ,୯ା୫: ସାଂଘାତିକ ରୂପ ଧାରଣ କରିଛି କରୋନା ଭାଇରସ ଜନିତ ମହାମାରୀ । ସମଗ୍ର ବିଶ୍ୱରେ ଏହି କରୋନା ମହାମାରୀର ଭୟାବହତା ଅତ୍ୟନ୍ତ ଭୟଙ୍କର ଭାବେ ମୃତୁ୍ୟ ସଂଖ୍ୟାକୁ ବୃଦ୍ଧି କରିବାରେ ଲାଗିଛି । ସମଗ୍ର ଭାରତବର୍ଷରେ ଆଜିସìଦ୍ଧା ୧୯୮୧ ସଂଖ୍ୟକ ଲୋକ ଏହି କରୋନା ରୋଗରେ ପ୍ରାଣ ହରାଇଥିବା ବେଳେ ୫୯,୬୬୨ ସଂଖ୍ୟକ ଲୋକ ଇତିମଧ୍ୟରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲିର ରିପୋର୍ଟ ଅନୁଯାୟୀ ମୃତକଙ୍କ ସଂଖ୍ୟା ୧୮୮୬ ଥିବା ବେଳେ ଆଜି ତାହା ୧୯୮୧କୁ ବୃଦ୍ଧି ପାଇଛି । ଠିକ୍‌ ସେହିପରି ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଯାହା ୫୬,୩୪୨ ଥିଲା ଆଜି ତାହା ୫୯,୬୬୨ ସଂଖ୍ୟାକୁ ବୃଦ୍ଧି ପାଇଛି । ଏଠାରେ ସ୍ପଷ୍ଟ ଉଲ୍ଲେଖ ଯେ, ମୃତୁ୍ୟହାର ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ସମଗ୍ର ଭାରତବର୍ଷରେ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ସାଂଘାତିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ରାଷ୍ଟ୍ରୀୟ ରାଜଧାନୀ ନଗରି ନୂଆଦିଲ୍ଲୀରେ ମଧ୍ୟ ଆଜିର ସ୍ଥିତି ଗମ୍ଭୀରଜନକ ରହିଛି । ଅର୍ଥାତ୍‌ ୩ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ ଜାରି ରହିଥିଲେ ମଧ୍ୟ ସାମାଜିକ ଦୂରତା ସତେ ଯେମିତି ବିଫଳ ହୋଇଥିବା ମନେ ହେଉଛି, କାରଣ ଗତ ୨୪ ଘଣ୍ଟରେ ଦିଲ୍ଲୀରେ ୨୨୪ ସଂଖ୍ୟକ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହୋଇଛି । ଠିକ୍‌ ସେହିଭଳି ଗୁଜୁରାଟର ସ୍ଥିତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି, ଅର୍ଥାତ୍‌ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୪ ସଂଖ୍ୟକ ଲୋକ କରୋନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗୁଜୁରାଟରେ ଇତିମଧ୍ୟରେ ସମୁଦାୟ ମୃତକଙ୍କ ସଂଖ୍ୟା ୪୭୨କୁ ସ୍ପର୍ଶ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୭୯୭କୁ ପହଞ୍ଚିଛି । ବିଭିନ୍ନ ରାଜ୍ୟର ଆକ୍ରାନ୍ତଙ୍କୁ ଆକଳନ କରାଗଲେ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଛି ଯେ, ଦେଶରେ ଦୈନିକ କରୋନା ବା କୋଭିଡ଼-୧୯ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ତିନି ହଜାରରୁ ଉର୍ଦ୍ଧ୍ୱକୁ ଟପି ଯାଉଛି । ସୂଚନା ଥାଉକି ଭାରତରେ ମାତ୍ର ୧୭,୮୪୭ ସଂଖ୍ୟକ ଲୋକ ଏହି କରୋନା ରୋଗରେ ଆକ୍ରାନ୍ତ ହୋଇ ବହୁ ଦିନ ପର୍ଯ୍ୟନ୍ତ ଚିକିତ୍ସା ପାଇବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ସମଗ୍ର ଦେଶରେ ମହାରାଷ୍ଟ୍ର ହିଁ ଅଧିକ ପ୍ରଭାବିତ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୭ ଜଣ ଲୋକ କରୋନା ରୋଗରେ ପ୍ରାଣ ହରାଇଛନ୍ତି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୯ ସଂଖ୍ୟକ ଚିହ୍ନଟ ହେବା ଯୋଗୁଁ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ପାଖାପାଖି ପହଞ୍ଚି ଯାଇଛି । ରାଜ୍ୟରେ ମୃତକଙ୍କ ସଂଖ୍ୟା ୭୩୧କୁ ସ୍ପର୍ଶ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲଙ୍କ ତଥ୍ୟ ଅନୁଯାୟୀ ଆଜି ନୂତନ ଭାବେ ୩୩୯୦ ସଂଖ୍ୟକ କୋଭିଡ଼-୧୯ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ, ବିଦେଶରୁ ଭାରତୀୟମାନଙ୍କୁ ସ୍ୱଦେଶକୁ ଫେରାଇ ଅଣାଯାଉଛି । ସରକାରଙ୍କ ରିପୋର୍ଟ ଅନୁଯାୟୀ ସମଗ୍ର ଦେଶରେ ୭୦୦ ଜିଲ୍ଲାରୁ ମାତ୍ର ୨୧୬ଟି ଜିଲ୍ଲାରୁ ଆଜି ସୁଦ୍ଧା କୌଣସି କୋଭିଡ଼-୧୯ ପଜିଟିଭ ରିପୋର୍ଟ ହସ୍ତଗତ ହୋଇନାହିଁ । ସୂଚନା ଥାଉକି, ସମଗ୍ର ବିଶ୍ୱରେ ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୩୮,୦୩୧ କୁ ବୃଦ୍ଧି ପାଇଥିବା ବେଳେ ମୃତକଙ୍କ ସଂଖ୍ୟା ୨,୭୪,୮୯୪କୁ ସ୍ପର୍ଶ କରିଛି । ତେବେ ବିଶ୍ୱସ୍ତରରେ କରୋନା ରୋଗରୁ ମାତ୍ର ୧୩,୨୨,୦୧୦ ସଂଖ୍ୟକ ଲୋକ ସୁସ୍ଥ ହୋଇଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ସୁସ୍ଥ ସଂଖ୍ୟା ଶହେ ଟପିଲା, ୨୫ ନୂଆ କରୋନା ପଜିଟିଭ, ଆକ୍ରାନ୍ତ ସଂଖ୍ୟା ୪୩୯

ରାଜ୍ୟରେ ସୁସ୍ଥ ସଂଖ୍ୟା ଶହେ ଟପିଲା, ୨୫ ନୂଆ କରୋନା ପଜିଟିଭ, ଆକ୍ରାନ୍ତ ସଂଖ୍ୟା ୪୩୯

Read More...

ମାଟ୍ରିକ ଖାତା ଦେଖା ୨୦ରୁ ­

ମାଟ୍ରିକ ଖାତା ଦେଖା ୨୦ରୁ ­

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page