ରାଜ୍ୟରେ ସୁସ୍ଥ ସଂଖ୍ୟା ଶହେ ଟପିଲା, ୨୫ ନୂଆ କରୋନା ପଜିଟିଭ, ଆକ୍ରାନ୍ତ ସଂଖ୍ୟା ୪୩୯

May 12, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ସୁସ୍ଥ ସଂଖ୍ୟା ଶହେ ଟପିଲା, ୨୫ ନୂଆ କରୋନା ପଜିଟିଭ, ଆକ୍ରାନ୍ତ ସଂଖ୍ୟା ୪୩୯
Anupambharat News Bureau
May 12, 2020

ଭୁବନେଶ୍ୱର,୧୨ା୫(ଅନୁପମମିଡ଼ିଆ):ରାଜ୍ୟ ପାଇଁ ଖୁସି ଖବର । ମଙ୍ଗଳବାର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୩୧ ଜଣ କରୋନା ପଜିଟିଭ୍‌ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର । ଏଥିସହ ରାଜ୍ୟରେ ମୋଟ ୧୧୬ ଜଣ ସୁସ୍ଥ ହୋଇ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି । ଉଲ୍ଲେଖ୍ୟଯୋଗ୍ୟ ଏପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ମୋଟ ୬୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଆଜି ଆଉ ୩୧ ଜଣ ସୁସ୍ଥ ହୋଇଛନ୍ତି ।
ଏହା ପରେ ଜିଲ୍ଲାରେ ବର୍ତ୍ତମାନ ୩୧ ଜଣ ସକ୍ରିୟ ରୋଗୀ ରହିଛନ୍ତି । ଅନ୍ୟପକ୍ଷେ ରାଜ୍ୟରେ ଆଜି ଆଉ ୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୩୯ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ୨୩ ଜଣଙ୍କ ମଧ୍ୟରୁ ୧୫ ଜଣ ବାଲେଶ୍ୱର ଜିଲ୍ଲାର ହୋଇଥିବା ବେଳେ ଗଞ୍ଜାମ ଓ ଯାଜପୁର ଜିଲ୍ଲାର ୩-୩ ଜଣ ବୋଲି ଜଣା ପଡିଛି । ସେହିପରି ଏହା ମଧ୍ୟରେ ପୁରୀ ଓ ବୌଦ୍ଧ ଜିଲ୍ଲାରୁ ଜଣେ ­ ଜଣେ ରହିଛନ୍ତି । ଅନ୍ୟପକ୍ଷେ କେନ୍ଦୁଝରରୁ ଆଉ ଦୁଇ ନୂଆ ପଜିଟିଭ ଆଜି ଚିହ୍ନଟ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନା ପାଇଁ ମୋଟ ୪୫୭୯ନମୂନାର ପରୀକ୍ଷଣ କରା ଯାଇଛି । ଏହା ଫଳରେ ରାଜ୍ୟରେ ବର୍ତ୍ତମାନ ଯାଏ ୬୮୦୫୭ ନମୁନାର ପରୀକ୍ଷା କରା ଯାଇ ସରିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୩୯ଟି ମାମଲା ସାମନାକୁ ଆସିଛି । ଏଥି ମଧ୍ୟରୁ ତିନି ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୧୧୬ ଜଣ ସସ୍ଥ ହୋଇ ସାରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ହାଇକୋର୍ଟରେ ରଥଯାତ୍ରା ପ୍ରସଙ୍ଗ,  ଜୁନ୍‌ ୨୨ ସୁଦ୍ଧା ରଥ କାମ ସାରିବାକୁ ନିର୍ଦ୍ଦେଶ

ହାଇକୋର୍ଟରେ ରଥଯାତ୍ରା ପ୍ରସଙ୍ଗ, ଜୁନ୍‌ ୨୨ ସୁଦ୍ଧା ରଥ କାମ ସାରିବାକୁ ନିର୍ଦ୍ଦେଶ

Read More...

ଦିନକୁ ଦିନ ସାଂଘାତିକ ରୂପ ନେଉଛି

ଦିନକୁ ଦିନ ସାଂଘାତିକ ରୂପ ନେଉଛି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page