ଭାରତର ଦୁଇ ପର୍ବତାରୋହୀଙ୍କ ମୃତୁ୍ୟ

May 17, 2019, କ୍ରୀଡ଼ା, , Anupambharat News Bureau


ଭାରତର ଦୁଇ ପର୍ବତାରୋହୀଙ୍କ ମୃତୁ୍ୟ
Anupambharat News Bureau
May 17, 2019

ନୂଆଦିଲ୍ଲୀ,୧୬ ।୫: ନେପାଳର କାଞ୍ଚନଜଙ୍ଗା ପର୍ବତ ଚଢୁଥିବା ବେଳେ ଭାରତର ଦୁଇ ପର୍ବତାରୋହୀଙ୍କ ମୃତୁ୍ୟ ଘଟିଛି । ସେମାନେ ହେଲେ ୪୮ ବର୍ଷୀୟ ବିପ୍ଳବ ବୈଦ୍ୟ ଓ ୪୬ ବର୍ଷୀୟ କୁନ୍ତଲ କରାର୍‌ ।
ପଶ୍ଚିମବଙ୍ଗରୁ ପାଞ୍ଚଜଣିଆ ଟିମ୍‌ ସହ ଏହି ଦୁଇ ପର୍ବତାରୋହୀ ନେପାଳ-ଭାରତ ସୀମା ସ୍ଥିତ କାଞ୍ଚନଜଙ୍ଗା ପର୍ବତ ଅଭିମୁଖେ ବାହାରିଥିଲେ, ଯାହାର ଉଚ୍ଚତା ହେଉଛି ୮୫୮୬ ମିଟର୍‌ ବା ୨୮,୧୬୯ ଫୁଟ । ଦୁହିଁଙ୍କ ମୃତ୍ୟୁର କାରଣ ହାଇପୋଥର୍ମିଆ ଓ ସ୍ନୋ ବ୍ଲାଇଣ୍ଡନେସ ବୋଲି କୁହାଯାଉଛି । ଦୁହିଁଙ୍କ ମଧ୍ୟରୁ ବିପ୍ଳବ ସଫଳତାପୂର୍ବକ ପର୍ବତ ଚଢ଼ିସାରିଥିବା ବେଳେ କୁନ୍ତଲ ଅଧାବାଟରେ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ତଳକୁ ଓହ୍ଲାଉଥିବା ସମୟରେ ଦୁହିଁଙ୍କର ମୃତ୍ୟୁବରଣ ହୋଇଥିଲା । ସାଥି ପର୍ବତାରୋହୀଙ୍କ କହିବା ଅନୁଯାୟୀ, ଦୁହିଁଙ୍କୁ ୮୪୦୦ ମିଟର ଉଚ୍ଚରୁ ତଳ କ୍ୟାମ୍ପକୁ ଅଣାଯାଇଥିଲା, ଯେଉଁଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା କରା ଯାଇଥିଲା । କି;ୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା । ଚିଲିର ଜଣେ ପର୍ବତାରୋହୀ ମଧ୍ୟ ନିଖୋଜ ଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ନୂଆ ଗାଡ଼ି ପୂଜା ବେଳେ ଲେମ୍ବୁ ବଦଳରେ ବଳି ପଡ଼ିଲେ ନନା

ନୂଆ ଗାଡ଼ି ପୂଜା ବେଳେ ଲେମ୍ବୁ ବଦଳରେ ବଳି ପଡ଼ିଲେ ନନା

Read More...

ଏଥର ୫୦୦ ଛୁଇଁବ ସ୍କୋର !:  ସ୍କୋରକାର୍ଡ ଆକାର ବଦଳାଇଲା ଇସିବି

ଏଥର ୫୦୦ ଛୁଇଁବ ସ୍କୋର !: ସ୍କୋରକାର୍ଡ ଆକାର ବଦଳାଇଲା ଇସିବି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page