ନୂଆ ଗାଡ଼ି ପୂଜା ବେଳେ ଲେମ୍ବୁ ବଦଳରେ ବଳି ପଡ଼ିଲେ ନନା

May 17, 2019, ଓଡ଼ିଶା, , Anupambharat News Bureau


 ନୂଆ ଗାଡ଼ି ପୂଜା ବେଳେ ଲେମ୍ବୁ ବଦଳରେ ବଳି ପଡ଼ିଲେ ନନା
Anupambharat News Bureau
May 17, 2019

ମାଥିଲି,୧୭ ।୫ (ଅନୁପମ ମିଡ଼ିଆ): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୁଟୁଣୀପାଲି ପଞ୍ଚାୟତ ଡ଼ୁର୍କାଯୋଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ନୂଆ ପିକ୍‌ ଅଫ୍‌ ଭ୍ୟାନ୍‌ ପୂଜା କଲାବେଳେ ଗାଡ଼ି ତଳେ ଚାପି ହୋଇ ଲେମ୍ବୁ ବଦଳରେ ପୂଜା କରୁଥିବା ବ୍ରାହ୍ମଣ ମୃତୁ୍ୟବରଣ କରିଛନ୍ତି । ମୃତକ ଜଣକ ହେଲେ ନେତାଲଗାନ୍ଧି ଗାଁର ଚତୁର୍ଭୁଜ ମହାନ୍ତି । ନୂଆ ଗାଡ଼ିକୁ ପୂଜାର୍ଚ୍ଚନା କରିବା ବ୍ରାହ୍ମଣ ନନାଙ୍କ ପାଇଁ କାଳ ହୋଇଛି । ମିଳିଥିବା ଖବର ଅନୁଯାୟୀ ଗାଁର ତ୍ରିନାଥ ପୁଜାରୀ ନାମକ ବ୍ୟକ୍ତି ଗତ ୨ ଦିନ ତଳେ ନୂଆ ପିକ୍‌ ଅଫ୍‌ ଭ୍ୟାନ୍‌ ଆଣିଥିଲେ । ଉକ୍ତ ନୂଆ ଗାଡ଼ିକୁ ତାଙ୍କ ସମ୍ପର୍କୀୟ ଥିବା ଡ଼ୁର୍କାଯୋଡ଼ିରେ ରଖିଥିଲେ । ରୀତିନୀତି ଅନୁଯାୟୀ ଶୁକ୍ରବାର ଶୁଭବେଳା ଥିବାରୁ ଗାଡ଼ିକୁ ପୂଜାର୍ଚ୍ଚନା କରିବାକୁ ନେତାଲଗନ୍ଧି ଗାଁର ନନାଙ୍କ ପରାମର୍ଶ ନେଇଥିଲେ । ସବୁ ପ୍ରକାର ବନ୍ଦୋବସ୍ତ ହୋଇଥିଲା । ପୂଜା ସାମଗ୍ରୀ ସହିତ ସମସ୍ତ ଜିନିଷପତ୍ର ଆଣିବା ପରେ ଶୁକ୍ରବାର ପୂର୍ବାହ୍ନରେ ଗାଡ଼ିକୁ ନନା ମହାନ୍ତି ପୂଜା କରିଥିଲେ । ପୂଜାକାଠ ସରିବା ପରେ ଅନ୍ୟ କୁଦୃଷ୍ଟିରୁ ମୁକ୍ତି କରିବା ପାଇଁ ପିକ୍‌ଅପ୍‌୍‌ ଭ୍ୟାନ୍‌ର ୪ ଗୋଟି ଚକା ତଳେ ୪ ଟି ଲେମ୍ବୁ ରଖାଯାଇଥିଲା । ନନା ଗାଡ଼ି ସମ୍ମୁଖରେ ବସିଥିଲେ । ଗାଡ଼ି ଷ୍ଟାଟ୍‌ କରି ଲେମ୍ବୁକୁ ଚପାଇବାକୁ ଗାଡ଼ି ମାଲିକଙ୍କୁ କହିଥିଲେ । ତେବେ ମାଲିକଙ୍କ ପୁଅ ଗାଡ଼ି ଷ୍ଟାଟ୍‌ କରିଥିଲେ ।
ଗାଡ଼ିରେ ପୂର୍ବରୁ ଗିୟର ପଡ଼ିଥିବାରୁ ହଠାତ୍‌ ରେଜ୍‌ କରୁ କରୁ ନନାଙ୍କ ଉପରେ ଗାଡ଼ି ମାଡ଼ିଯାଇଥିଲା । ତେବେ ଗାଡ଼ି ଚପାରେ ଘଟଣାସ୍ଥଳରେ ହିଁ ବ୍ରାହ୍ମଣ ଜଣକ ପ୍ରାଣ ହରାଇଥିଲେ । ପ୍ରଥମ ଥର ମାଲକାନଗରିରି ଜିଲ୍ଲାରେ ଏପରି ଘଟଣା ଘଟିଛି । ଲେମ୍ବୁ ଚାପିବା ପରିବର୍ତ୍ତେ ପିକ୍‌ ଅଫ୍‌ ଭ୍ୟାନ୍‌ର ଚକ ତଳେ ପଡ଼ି ବ୍ରାହ୍ମଣ ଜଣକ ମୃତୁ୍ୟବରଣ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୟାବହ ଅଗ୍ନିକାଣ୍ଡ ୩୦ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ

ଭୟାବହ ଅଗ୍ନିକାଣ୍ଡ ୩୦ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ

Read More...

ଭାରତର ଦୁଇ ପର୍ବତାରୋହୀଙ୍କ ମୃତୁ୍ୟ

ଭାରତର ଦୁଇ ପର୍ବତାରୋହୀଙ୍କ ମୃତୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page